ବିଜୁ ଯୁବ ଜନତା ଦଳ ଦ୍ବାରା ୪୧ ୟୁନିଟ୍ ରକ୍ତ ସଂଗୃହିତ

ବିଜୁ ଯୁବ ଜନତା ଦଳ ଦ୍ବାରା ୪୧ ୟୁନିଟ୍ ରକ୍ତ ସଂଗୃହିତ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଧାୟକ ଶ୍ରୀଯୁକ୍ତ ଶୁସାନ୍ତ କୁମାର ବେହେରାଙ୍କ ଆହ୍ବାନ କ୍ରମେ ପାଟକୁମୁଣ୍ଡା ପଞ୍ଚାୟତର ତେବୁଡ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନଙ୍କ ନେତୃତ୍ତ୍ବରେ  , ” ଓଡିଶା – ମୋ – ପରିବାର ” ଆନୁକୁଲ୍ୟରେ  ଏହି ୧୮ ତମ ରକ୍ତଦାନ ଶିବିର ” ଜିବନ ବିନ୍ଦୁ ” , ଯୁବ ବିଜେଡି ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ଦେହୁରୀ ଓ ବ୍ଲକ ମିଡିଆ ସଞ୍ଜୋଜକ ପ୍ରତାପ ରୁଦ୍ର ବେହେରାଙ୍କ ତତ୍ତ୍ବାବଧନରେ  ଆୟୋଜିତ ହୋଇଥିଲା ଏହି ରକ୍ତଦାନ ଶିବିରରେ ମୋଟ ୪୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ମୁଖ୍ୟ ଅତିଥି ରୂପେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ସମ୍ମାନିତ ଅତିଥି ଭାବେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମିକୁ ପ୍ରଧାନ , ଯୁବ ବିଜେଡି ବ୍ଲକ ସଭାପତି ଶ୍ରୀଯୁକ୍ତ ଆଶିଷ ପ୍ରଧାନ , ସରପଞ୍ଚ ଡିଲେଶ୍ବର ସ୍ବାଇଁ , ସମିତିସଭ୍ୟ କାଶିନାଥ ସାହୁ ଯୋଗ ଦେଇଥିଲେ କରୋନା ସମୟରେ ବିଜୁ ଯୁବ ଜନତା ଦଳ ତରଫରୁ ସମୁଦାୟ ୧୦୩୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ଏହି ଶିବୀରକୁ ପ୍ରତାପ ରୁଦ୍ର ବେହେରା , ଅକ୍ଷୟ କୁମାର ଦ୍ବିବେଦୀ , ଅନିଲ କୁମାର ସାହୁ , ସୁକନାଥ ବେହେରା , ଧିରେନ ନାୟକ , ରଙ୍ଗିଲା ଭୋଇ , ବିପିନ କୁମାର ବେହେରା , ସଞ୍ଜୟ ଦ୍ବିବେଦୀ ଓ କିଶୋର ବେହେରା ପରିଚାଳନା କରିଥିଲେ

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply