ଅପରାଧ ଟଙ୍କା ଓ ପରେ ପ୍ରେମିକା ଉପରେ ନଜର ପକେଇବା ଯୋଗୁଁ ହତ୍ଯାକାଣ୍ଡ – ଦୁଇ ମହିଳା ସମେତ ଚାରି ଗିରଫ Angul OnlineApril 24, 2023April 24, 2023 ଅନୁଗୋଳ – ବ୍ୟବସାୟରେ କରିଥିବା ଲାଭ ଟଙ୍କା ଦେଉ ନଥିଲା , ତାପରେ ପ୍ରେମିକା ଉପରେ ନଜର ପକାଇଲା । ସେଇଥିପାଇଁ ଯୋଜନା କଲା ଏବଂ ଯୋଜନା ଅନୁସାରେ ନିଛାଟିଆ ସ୍ଥାନକୁ ଡାକି ବିଭତ୍ସ ଭାବେ ହାଣି ଦେଇ ମାରିଦେଲା । ଅନୁଗୋଳ ସହରର ହୁଲୁରିସିଂହା ବହୁଚର୍ଚ୍ଚିତ ପ୍ରକାଶ ବେହେରା ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ଚାରି ଜଣଙ୍କୁ ଗିରଫ ପରେ ଏ ନେଇ ସୂଚନା ଦେଇଛି ପୁଲିସ । ଆଉ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ହୁଲୁରିସିଂହା ଘାସିସାହିର ବାବୁ ଓରଫ କରଣ ମୁଖୀ ସମେତ ମୁଖ୍ୟ ସହଯୋଗୀ କାହ୍ନା ମୁଖି ଓ ଦୁଇ ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହା ସହ ମୁଖ୍ୟ ଅଭିଯୁକ୍ତ କରଣ ମୁଖୀକୁ ତିନି ଦିନିଆ ରିମାଣ୍ଡରେ ମଧ୍ୟ ଆଣିଛି ପୁଲିସ । ପୁଲିସର କହିବା ଅନୁସାରେ କରଣ ଓ ପ୍ରକାଶ ମିଶି ଲକଡାଉନ ସମୟରେ ବ୍ୟବସାୟ କରୁଥିଲେ । ସେହି ବ୍ୟବସାୟରେ ହୋଇଥିବା ଲାଭ ଟଙ୍କାର ୫୦ ହଜାର ଟଙ୍କା ପ୍ରକାଶ ଦେଉ ନଥିଲା । ଟଙ୍କା ଦେଉ ନଥିବାର ରାଗ ପୂର୍ବରୁ ଥିବା ବେଳେ ପରେ ପରେ କରଣର ପ୍ରେମିକା ଉପରେ ପ୍ରକାଶ ଖରାପ ନଜର ପକେଇ ଥିଲା । ଏହା ଜାଣି ପାରି ପ୍ରକାଶକୁ ରାସ୍ତାରୁ ହଟେଇବାକୁ କରଣ ଯୋଜନା କରିଥିଲା । ଏଥିରେ ତାକୁ କାହ୍ନା ସହଯୋଗ କରିଥିଲା । ଆଉ ଉଭୟ ୨୧ ତାରିଖ ସନ୍ଧ୍ୟାରେ ଯୋଜନା ଅନୁସାରେ ପ୍ରକାଶକୁ ହୁଲୁରିସିଂହାର ନିଛାଟିଆ ଖେଳ ପଡିଆକୁ ଡାକି ଉଭୟ ଏକ ଛୁରି ଓ ଏକ କଟୁରୀ ଆକ୍ରମଣ କରିଥିଲେ । ପ୍ରକାଶ ମରି ପଡିଥିବା ବେଳେ ତା ବେକରୁ ୩ ଭରି ଓଜନର ସୁନାଚେନ ନେଇ ଫେରାର ହୋଇ ଯାଇଥିଲା । ତେବେ ଏହି ହତ୍ୟାକାଣ୍ଡର ତଦନ୍ତ ପରେ ଅଭିଯୁକ୍ତର ବୟାନ ଆଧାରରେ ପୁଲିସ ହତ୍ୟାରେ ବ୍ୟବହୃତ ଏକ ଭୁଜାଲି ଓ କଟୁରି ଜବତ କରିବା ସହ ୫ ଟି ମୋବାଇଲ ଫୋନ ଜବତ କରିଛି । ଆଉ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରା ଯାଇଛି । https://angulonline.com/wp-content/uploads/2023/04/WhatsApp-Video-2023-04-24-at-20.25.13.mp4 Advertisement
ଧରା ହେଲେ ଡିଜେଲ ମାଫିଆ – ୯୫୦ ଲିଟର ତେଲ ଜବତ , ପାଞ୍ଚ ଗିରଫ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା କୁମୁଣ୍ଡା କାଜୁ ଜଙ୍ଗଲ ନିକଟ ଏକ ପଡିଆରୁ ଶୁକ୍ରବାର ଭୋର ସମୟରେ ଏକ ଡିଜେଲ ଚୋରା ରାକେଟ ଉପରେ…
ମହିଳାଙ୍କ ସହ ୪ ଚେନ ଲୁଟେରା ଗିରଫ ତାଳଚେର – ଅନୁଗୁଳ ତାଳଚେରର ଜନଗହଳିପୂର୍ଣ୍ଣ ସ୍ପଷ୍ଟ ଦିବାଲୋକରେ ପୁଲିସ୍କୁ ଚ୍ୟାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ସ୍ଥାନରୁ ମହିଳାଙ୍କ ଠାରୁ ସୁନାଚେନ୍ ଝାମ୍ପିନେଇ ଆଖି ପିଛୁଳାକେ…
୭ ଡକାୟତ ଗିରଫ – ଖୁଡୀ ଝିଆରୀଙ୍କ ବେକରେ ଛୁରି ଲଗାଇ କରିଥିଲେ ଲୁଟ ଅନୁଗୁଳ – ଖୁଡୀ ଝିଆରୀଙ୍କୁ ଘର ଭିତରେ ବାନ୍ଧିବା ସହ ବେକରେ ଛୁରୀ ଲଗାଇ ଟଙ୍କା ସୁନା ଲୁଟ ଘଟଣା ରେ ୭ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଛି…