ପାତ୍ରପଡା ବାୟାଣୀ ପୀଠ ଜଗନ୍ନାଥ ମନ୍ଦିରରୁ ୪ଟି ମୟୁର ଓ ଗୋଟିଏ ଚଉସିଂହା ଜବତ

ଛେଣ୍ଡିପଦା -ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡା ମା ବାୟାଣୀ ପୀଠ ଠାରେ ଥିବା ଜଗନ୍ନାଥ ମନ୍ଦିର ପରିସରରୁ ବନବିଭାଗ ୪ଟି ମୟୁର ଓ ଗୋଟିଏ ଚୌସିଂହାକୁ ଜବତ କରିଛି l ସୂଚନା ଅନୁସାରେ ପାତ୍ରପଡାରେ ବେଆଇନ ଚିଡ଼ିଆଖାନା ବନ୍ଦ କରିବା ପାଇଁ ରାଜ୍ୟର ଚିଫ ୱାଇଲଡ ଲାଇଫ ୱାର୍ଡେନଙ୍କ ସହିତ ସେଣ୍ଟରାଲ ଜୁ ଅଥରୀଟ ଏବଂ ୱାଇଲଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋକୁ ଇମେଲ ଜରିଆରେ ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ ଅଭିଯୋଗ କରିଥିଲେ l ଖବର ପାଇ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ଶୁଭ୍ରା ଶୁଚିସ୍ମିତା ମହାପାତ୍ରଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ ବାୟାଣୀ ପୀଠରେ ଚଢ଼ାଉ କରିଥିଲେ l ଚଢ଼ାଉ ବେଳେ ବନ ବିଭାଗ ଗୋଟିଏ ଘର ଭିତରୁ ୪ଟି ମୟୁର ଓ ଗୋଟିଏ ଚୌସିଙ୍ଘା ଜବତ କରିଥିଲା l ଏହି ବେଆଇନ ଚିଡିଆଖାନାକୁ ପରିବେଷବିତ ଓ ବନ୍ୟପ୍ରାଣୀ ବିଶେଷଜ୍ଞ ମାନେ ନାପସନ୍ଦ କରିଛନ୍ତି l ଜବତ ମୟୁର ଓ ଚୌସିଙ୍ଗାକୁ ବନବିଭାଗ ଛେଣ୍ଡିପଦା ପ୍ରଣିଧନ ଚିକିତ୍ସାଳୟକୁ ନେଇ ପ୍ରାଥମିକ ଚିକିତ୍ସା କରାଇବା ପରେ ଢେଙ୍କାନାଳ କପିଳାସ ସ୍ଥିତ ଚିଡିଆଖାନାକୁ କ୍ଵାରେଣ୍ଟାଇନ ପାଇଁ ପଠାଇ ଦିଆଯାଇଛି ବୋଲି ଛେଣ୍ଡିପଦା ରେଞ୍ଜର ଶୁଭ୍ରା ଶୁଚିସ୍ମିତା ମହାପାତ୍ର ପ୍ରକାଶ କରିଛନ୍ତି l

Advertisement

Leave a Reply

Your email address will not be published. Required fields are marked *