ଅପରାଧ ଛିନତାଇ ଅଭିଯୋଗରେ ୨ ନାବାଳକ ସମେତ ୪ ଗିରଫ Angul OnlineJuly 18, 2021July 18, 2021 ଅନୁଗୁଳ – ଅନୁଗୁଳ ସଦରଥାନା ଅନ୍ତର୍ଗତ ଅନୁଗୁଳ ବନ୍ତଳା ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ଲୁଟପାଟ ହୋଇଥିବା ବେଳେ ଏହି ଘଟଣାରେ ୨ ନାବାଳକଙ୍କ ସମେତ ୪ ଜଣଙ୍କୁ ପୁଲିସ ଗିରଫ କରିଛି ପୁଲିସ । ସୂଚନା ଅନୁସାରେ, ପଶୁପତି ପଶୁ ଖାଦ୍ୟ କମ୍ପାନୀର ସୁପର ଭାଇଜର କାଳନ୍ଦି ଦେହୁରୀ ଜଣେ ସହଯୋଗୀ ସହ ଅନୁଗୁଳରୁ ବନ୍ତଳା ରାତିରେ ଯିବା ସମୟରେ ଶରଧାପୁର ନିକଟରେ କଣିହାଁ ଥାନା ଅଞ୍ଚଳ ଡ଼େରେଙ୍ଗର ଜଣେ ଯୁବକ, ସଦରଥାନା ଟିପିରିସିଂହାର ଜଣେ ଯୁବକ ଓ ୨ ନାବାଳକ ରାସ୍ତାରେ ଅଟକାଇ ତାଙ୍କ ମୋଟର ସାଇକେଲ ଓ ମୋବାଇଲ ଫୋନ୍ ନେଇ ପଳାଇଥିଲେ । ସେହିଦିନ ଭୋର ସମୟରେ ଶାବଳଭଙ୍ଗା ଗାଁର ଗୋକୁଳ ପ୍ରଧାନ ଅନୁଗୁଳ ଆସୁଥିବା ବେଳେ ତାଙ୍କ ବାଇକ୍ ଓ ଫୋନ୍ ଛଡ଼ାଇ ନେଇଥିଲେ । ଏ ନେଇ ଉଭୟେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨ ମୋଟର ସାଇକେଲ ଓ ମୋବାଇଲ ଫୋନ୍ ଉଦ୍ଧାର କରିଛି । Advertisement
ସକ୍ରିୟ ସାଇବର ଠକଙ୍କ ଦୌରାତ୍ମ – ଯୁବକଙ୍କ ଆକାଉଣ୍ଟରୁ ୨.୮୯ ଲକ୍ଷ ଲୁଟି ସକ୍ରିୟ ସାଇବର ଠକଙ୍କ ଦୌରାତ୍ମ – ଯୁବକଙ୍କ ଆକାଉଣ୍ଟରୁ ୨.୮୯ ଲକ୍ଷ ଲୁଟି ଅନୁଗୁଳ – ଜିଲ୍ଲାରେ ମାତିଛନ୍ତି ସାଇବର ଅପରାଧୀ । କେତେବେଳେ ଫେସବୁକ୍ ହ୍ୟାକ୍…
ଚାକିରି ନାଁରେ ଠକେଇ , ସ୍ଵାମୀ-ସ୍ତ୍ରୀ ମିଶି କରିଥିଲେ ଠକେଇ ଅନୁଗୁଳ – ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଅନୁଗୁଳ ରାଜକିଶୋରପଡ଼ା ରଞ୍ଜନ କୁମାର…
ଭୁଜାଲିରେ ଆକ୍ରମଣ କରି ଫେରିବାଲାଠାରୁ ଲୁଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କଇଁଛପଦା ଗ୍ରାମ ନିକଟରେ ଜଣେ ଫେରିବାଲାକୁ ଭୁଜାଲିରେ ଆକ୍ରମଣ କରି ଦୁର୍ବୃତ୍ତ ମାନେ ଲୁଟ କରିଥିବା ଜଣାପଡିଛି ।…