ମୁଖ୍ୟ ଖବର ଚାରି ପୁଲିସ କର୍ମଚାରୀ ନିଲମ୍ବିତ – ଗଞ୍ଜେଇ କାରବାରରେ ଥିଲେ ସଂପୃକ୍ତ Angul OnlineJune 27, 2024June 27, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ୪ ଜଣ ପୁଲିସ କର୍ମଚାରୀ ଗଞ୍ଜେଇ କାରବାରରେ ସଂପୃକ୍ତ ଯୋଗୁଁ ନିଲମ୍ବିତ ହୋଇଥିବା ଜଣା ପଡ଼ିଛି । କିଶୋରନଗର ଥାନାରେ କାର୍ଯ୍ୟରତ ଏଏସ୍ଆଇ ଜିତେନ୍ଦ୍ର ସାମନ୍ତସିଂହାର, କନେଷ୍ଟବଳ ମନୋଜ ନାୟକ, କନେଷ୍ଟବଳ ଲିଙ୍ଗରାଜ ମୁଦୁଲି ଓ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଡ୍ରାଇଭର୍ ଅଜିତ୍ ସାହୁ ଗଞ୍ଜେଇ କାରବାରରେ ସମ୍ପୃକ୍ତ ଥିବା ଜାଣିବା ପରେ ଡିଆଇଜି ଉମା ଶଙ୍କର ଦାସ ସେମାନଙ୍କୁ ନିଲମ୍ବନ କରିଛନ୍ତି । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାରୁ ଅନେକ ସମୟରେ ଗଞ୍ଜେଇ ଚାଲାଣ ବେଳେ ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ରାସ୍ତା ବେପାରୀ ମାନେ ବ୍ୟବହାର କରିଥାନ୍ତି । ତେବେ ଜିଲ୍ଲା ସୀମାନ୍ତ ଅଞ୍ଚଳ ଅତିକ୍ରମ କରିବା ବେଳେ ସୀମାନ୍ତ ଥାନାର କିଛି କର୍ମଚାରୀଙ୍କୁ ହାତବାରିସୀ କରି ବେପାରିମାନେ ସୁବିଧାର ଚାଲାଣ କରୁଥିବା ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା । ଗଞ୍ଜେଇ ଗାଡ଼ି ସୁବିଧାରେ ପାର କରାଇବା ଦିଗରେ କାମ କରୁଥିବା ସୂଚନା ପାଇବା ପରେ ଡିଆଇଜି ଉମା ଶଙ୍କର ଦାଶ ଏହି ଅସାଧୁ କର୍ମଚାରୀଙ୍କ ଉପରେ ନଜର ରଖିଥିଲେ । ଏନେଇ ପ୍ରମାଣ ପାଇବା ପରେ ୪ ଜଣଙ୍କୁ ନିଲମ୍ବନ କରିଛନ୍ତି । ଏ ସମ୍ପର୍କରେ ଡିଆଇଜି ଉମା ଶଙ୍କର ଦାଶ କହିଛନ୍ତି, କିଛି ପୁଲିସ କର୍ମଚାରୀ ପରୋକ୍ଷରେ ଗଞ୍ଜେଇ କାରବାରରେ ସଂପୃକ୍ତ ଥିବା ଜଣାପଡ଼ିବା ପରେ ସେମାନଙ୍କୁ ନିଲମ୍ବନ କରାଯାଇଛି । ଅଧିକ ତଦନ୍ତ କରା ଯାଉଛି , ତଦନ୍ତ ପରେ ପଦକ୍ଷେପ ନିଆଯିବ। Advertisement
ସଡକ ଦୁର୍ଘଟଣାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ପିଟିସି ଛକ ନିକଟରେ ବୁଧବାର ଭୋର ସମୟରେ ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବଳରାମ ପ୍ରସାଦର ଦିଲ୍ଲୀପ ମହାଳିକ…
ମଞ୍ଚାରୁ ଟାଣି ମାରିଲା ହାତୀ – ଜଣେ ମୃତ , ଖସିଗଲେ ଦୁଇ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା କୋହ୍ଲସର ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମଞ୍ଚାରେ ଧାନ ଜଗିବାକୁ ଥିବା ବେଳେ…
ଗୋଟିଏ ମଞ୍ଚରେ ମୁଖ୍ୟମନ୍ତ୍ରୀ ଓ ତିନି କେନ୍ଦ୍ରମନ୍ତ୍ରୀ – ରେଳ ବିଭାଗର କାର୍ଯ୍ୟକ୍ରମରେ ଯୋଗଦାନ ଅନୁଗୁଳ – ଆଜି ଦିନିକିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଥିବା ବେଳେ ରେଳ ବିଭାଗର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଅଶ୍ୱିନୀ ବୈଷ୍ଣବ ଓ…