ଅନୁଗୁଳ – ଅନୁଗୁଳ ପୁଲିସ କବଜାରେ ଡକାୟତି ଯୋଜନା କରୁଥିବା ଗ୍ୟାଙ୍ଗର ୪ ସଦସ୍ୟ । ସୂଚନା ଅନୁଯାୟୀ ଗତକାଲି ରାତିରେ ଅନୁଗୁଳ ପୋଲିସ ପକ୍ଷରୁ ହୁଲୁରିସିଂହା ଛକରେ ବ୍ଲକିଂ ଚେକିଂ ଚାଲିଥିବା ସମୟରେ କିଛି ବ୍ୟକ୍ତି ମଦନମୋହନପଡ଼ାସ୍ଥିତ ମନ୍ଦିର ସାମ୍ନାରେ ବସି ଡକାୟତି ପାଇଁ ପ୍ଲାନିଂ ପ୍ରସ୍ତୁତ କରୁଥିବା ନେଇ ପୁଲିସ ଜାଣିବାକୁ ପାଇଥିଲେ । ତୁରନ୍ତ ସେମାନଙ୍କୁ କାବୁ କରିବା ପାଇଁ ପୁଲିସ ଟିମ ଚଢ଼ାଉ କରିଥିଲା । ପୋଲିସକୁ ଦେଖି ଡକାୟତମାନେ ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୁଲିସ ୪ ଜଣଙ୍କୁ ଧରିଥିବା ବେଳେ ଜଣେ ସେଠାରୁ ଖସି ଯିବାରେ ସମର୍ଥ ହୋଇଥିଲା । ଧରା ପଡ଼ିଥିବା ୪ଡ଼କାୟତ ହେଲେ କଟକ ଜିଲ୍ଲା ମଧୁପାଟଣା ଥାନା ଅନ୍ତର୍ଗତ ଲିଙ୍କ ରୋଡ ଅଞ୍ଚଳର ଅମର ସିଂ ,ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ବୁଢ଼ୀସାହି ଅଞ୍ଚଳର ଦୀପ୍ତି ରଞ୍ଜନ ସାହୁ,ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ଚନ୍ଦନପୁର ମାଝିସାହି ଅଞ୍ଚଳର ଆଶୁତୋଷ ମହାପାତ୍ର ,କଟକ ଜିଲ୍ଲା ମଙ୍ଗଳାବାଗ ଥାନା ଅଞ୍ଚଳର ଶଶିକାନ୍ତ ବେହେରା । ସେମାନଙ୍କ ପାଖରୁ ଦୁଇଟି ହାତବୋମା ଓ ଟୟ ପିସ୍ତଲ ଭଳି ମାରଣାସ୍ତ୍ର ସହ ଦୁଇଟି ମୋଟର ସାଇକେଲ , ଲଙ୍କାଗୁଣ୍ଡ ପ୍ୟାକେଟ , ମୋବାଇଲ ଜବତ କରା ଯାଇଛି ।ଧରା ପଡିଥିବା ୪ ଜଣଙ୍କୁ ଜେରା ସମୟରେ ଚକମା ଦେଇ ଖସି ଯାଇଥିବା ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅଞ୍ଚଳର ଜଣେ ଯୁବକ ଏହି ଡକାୟତି ପ୍ଳାନିଂର ମାଷ୍ଟର ମାଇଣ୍ଡ ଥିବା ପୁଲିସ ଜାଣିବାକୁ ପାଇଥିଲା । ଦୁଗ୍ଧ କମ୍ପାନୀ ଦୁଷ୍ଟ୍ରିବ୍ୟୁଟରଙ୍କୁ ଟାର୍ଗେଟ କରି ଲୁଟ କରିବା ଯୋଜନା ନେଇ ମାଷ୍ଟର ମାଇଣ୍ଡ ଯୁବକ , ଧରା ପଡିଥିବା ୪ଜଣଙ୍କୁ ଅନୁଗୁଳ ଡକାଇଥିଲା ବୋଲି ଜଣା ପଡିଛି । ପୁଲିସ ଫେରାର ଥିବା ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ସମୟରେ ଗିରଫ ୪ ଜଣଙ୍କୁ କୋର୍ଟ ଚାଲାଣ କରିଛି ।
Recent News
ବିବାହ ନାଁରେ ମହିଳାଙ୍କୁ ଠକେଇ । ରସିକିଆ ଧୂର୍ତ୍ତକୁ ବାନ୍ଧିଲା ପୁଲିସ
ଅନୁଗୁଳ – ବିବାହ ବାହାନାରେ ଠକେଇ ଅଭିଯୋଗରେ ଅଭିଯୁକ୍ତ , ରସିକିଆ ଧୂର୍ତ୍ତ ବିରଞ୍ଜି ନାରାୟଣ ନାଥଙ୍କୁ କ୍ରାଇମବ୍ରାଞ୍ଚ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ ଗିରଫ କରିଛି ।…
ବାର୍ହା ଶିକାର କରିବାକୁ ନିଜେ ଶିକାର ହୋଇଗଲେ ଶିକାରୀ
ଆଠମଲ୍ଲିକ – ବାର୍ହା ଶିକାର କରିବାକୁ ଯାଇ ପ୍ରାଣ ହରାଇଲେ ଶିକାରୀ । ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ରେଞ୍ଜର କୁରୁମଟାପ ଜଙ୍ଗଲ ଏଭଳି ଘଟଣା ଘଟିଛି ।…
କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା – ବୁଦା ମୂଳରୁ ମୃତଦେହ ଉଦ୍ଧାର
ଗାଧେଇବାକୁ ଯାଇ ଫେରିଲେ ନାହିଁ । ଗଣ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ସନ୍ଦେହରେ ୩ ଅଟକ । ସ୍ଵପ୍ନ ଅଧାରେ ରହିଗଲା – ଲକ୍ଷ୍ୟ…