ମୁଖ୍ୟ ଖବର କୋଭିଡ କଟକଣା ଉଲ୍ଲଘଂନ କରି ଅଟକ ରହିଲେ ୪ ପୂଜକ Angul OnlineApril 20, 2021April 21, 2021 ତାଳଚେର – କୋଭିଡ କଟକଣା ନ ମାନିବା ମନ୍ଦିର ପୂଜକଙ୍କୁ ମହଙ୍ଗା ପଡିଛି । ମନ୍ଦିରରେ ଭିଡ଼ କରିବା ଯୋଗୁଁ ୪ ପୂଜକଙ୍କୁ ଥାନାରେ ଅଟକ ରଖିଲା ପୁଲିସ । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ତାଳଚେର ହାଟତୋଟା ଠାରେ । ଆଜି ମଙ୍ଗଳା ଓଷା ଥିବା ଯୋଗୁଁ ହାଟତୋଟା ମନ୍ଦିରରେ ବ୍ୟାପକ ଭିଡ଼ ଜମିଥିଲା । ଲୋକ କୋଭିଡ କଟକଣାକୁ ବେଖାତିର କରି ମନ୍ଦିରରେ ପୂଜା କରିଥିଲେ । ଜିଲ୍ଲାରେ କରୋନା ବୃଦ୍ଧି ପାଉଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ଦେବାଳୟରେ ଭିଡ ନ କରି କୋଭିଡ କଟକଣା ମାନି ପୂଜାପାଠ କରିବାକୁ ପୂର୍ବରୁ ନିର୍ଦେଶ ଦେଇଛି । ତେବେ ଏହି ନିର୍ଦେଶକୁ ଫୁ କରି ବ୍ୟାପକ ଭିଡ ଲାଗିଥିଲା । ଖବର ପାଇ ତାଳଚେର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଘଉଡ଼ାଇ ଥିଲା । ତେବେ ନିୟମ ଉଲ୍ଲଘଂନ କରିଥିବା ଯୋଗୁଁ ମନ୍ଦିରର ୪ ଜଣ ପୂଜକଙ୍କୁ ପୁଲିସ ଅଟକ ରଖିଥିଲା । ପରେ ସେମାନଙ୍କୁ ତାଗିଦ କରି ଛାଡି ଦେଇଥିବା ଜଣା ପଡିଛି । Advertisement
ଗତକାଲି ଅନୁଗୁଳ ଷ୍ଟେସନରେ ଦେଲେ ଯୋଗ – ଆଜି ରେଳଧାରଣାରୁ ମିଳିଲା ମୃତଦେହ ଅନୁଗୁଳ – ଅନୁଗୁଳ ଷ୍ଟେସନ ନିକଟ ରେଳ ଧାରଣାରୁ ଶନିବାର ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ ଛେଣ୍ଡିପଦା ଥାନା…
ଦଳ ଛାଡିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ଅନୁଗୁଳ – ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଆଠମଲ୍ଲିକ ବିଧାୟକ ସଞ୍ଜୀବ କୁମାର ସାହୁ । ବୁଧବାର…
ବିଲରେ ଚାଷୀଙ୍କୁ ଦଳିଦେଲା ହାତୀ ଅନୁଗୁଳ – ଧାନ ବିଲରେ କାମ କରୁଥିବା ବେଳେ ଦଳି ମାରିଲା ଦନ୍ତI ହାତୀ I ଏଭଳି ଅଭାବନୀୟ ଘଟଣା ଘଟିଛି, ଅନଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ…