ଓକିଲ ପରିଚୟ ଦେଇ ମହିଳାଙ୍କ ଠାରୁ ଟଙ୍କା ଠକେଇ

ଅନୁଗୁଳ – କେସ ବାବଦକୁ ଟଙ୍କା ମିଳିବ କହି ଟଙ୍କା ଓ କାଗଜପତ୍ର ଠକି ନେଲା ନକଲି ଓକିଲ । ଆଉ ଠକାମିର ଶିକାର ହୋଇଥିବା ଜାଣିବା ପରେ ମହିଳା ଜଣଙ୍କ ପୁଲିସର ଦ୍ଵାରସ୍ଥ ହୋଇଛନ୍ତି ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ପିମ୍ପିଳବାହାଲ ଗ୍ରାମର ଜଣେ ମହିଳାଙ୍କୁ ଏକ ଅଜଣା ବ୍ୟକ୍ତି ଫୋନ କରି ନିଜକୁ ଓକିଲର ପରିଚୟ ଦେବା ସହ କୋର୍ଟରେ ମହିଳାଙ୍କ ଝିଅର ଚାଲିଥିବା ଏକ ମାମଲା ବାବଡକୁ ୭ ଲକ୍ଷ ୯୨ ହଜାର ଟଙ୍କା ମିଳିବ ବୋଲି ଲୋଭ ଦେଖାଇ ଥିଲା । ଏଥିପାଇଁ ତାଙ୍କୁ ତାଙ୍କ ଆଧାରକାର୍ଡ , ରାଶାନ କାର୍ଡ , ଭୋଟର ପରିଚୟ ପତ୍ର ଏବଂ ତାଙ୍କ ଝିଅର ଦୁଇଟି ଫଟୋ ନେଇ ଅନୁଗୁଳ କୋର୍ଟକୁ ଆସିବାକୁ କହିଥିଲା ଏହା ସହ କୋର୍ଟରେ ଏକ ଲକ୍ଷ ଟଙ୍କା ଡିପୋଜିଟ କଲେ ସୁଧ ବାବଡକୁ ୯୨ ହଜାର ଟଙ୍କା ମିଳିବ ବୋଲି ମଧ୍ୟ ଲୋଭ ଦେଖାଇଥିଲା ଉକ୍ତ ବ୍ୟକ୍ତିଙ୍କ ଏଭଳି କଥା ଶୁଣିବା ପରେ ମହିଳା ଜଣଙ୍କ ଅଗଷ୍ଟ ମାସ ୧୮ ତାରିଖରେ ଅନୁଗୁଳ କୋର୍ଟକୁ ଆସିଥିଲେ କୋର୍ଟରେ ଉକ୍ତ ବ୍ୟକ୍ତି ଜଣଙ୍କ ଦେଖା ହେଲା ପରେ ମହିଳା ଜଣଙ୍କ ଉକ୍ତ ବ୍ୟକ୍ତି ଜଣଙ୍କ କିଶୋରନଗର ଥାନା ବଙ୍କାପଲସା ଗାଁର ଉପେନ୍ଦ୍ର ରାଉତ ବୋଲି ଜାଣିବାକୁ ପାଇଥିଲେ ଏବଂ ନିଜ ଅଞ୍ଚଳ ଲୋକ ବୋଲି ଉପେନ୍ଦ୍ରଙ୍କ କଥାରେ ବିଶ୍ଵାସ କରି ତାଙ୍କୁ ୩୬ ହଜାର ଟଙ୍କା ଆଉ ସମସ୍ତ କାଗଜପତ୍ର ଦେଇ ଦେଇଥିଲେ । ଟଙ୍କା ଓ କାଗଜପତ୍ର ନେବା ପରେ ପରଦିନ ଆସିବାକୁ କହି ଉପେନ୍ଦ୍ର ଚାଲି ଯାଇଥିଲା । ଆଉ କଥା ଅନୁଯାୟୀ ମହିଳା ଜଣଙ୍କ ପରଦିନ ଅନୁଗୁଳ ପୁଣି ଆସି ଉପେନ୍ଦ୍ରଙ୍କୁ କୋର୍ଟ ନିକଟରେ ଦେଖା କରିଥିଲେ । ଉପେନ୍ଦ୍ର ମହିଳା ଜଣଙ୍କୁ ମୋଟରସାଇକେଲରେ ବସାଇ ବାସଷ୍ଟାଣ୍ଡ ନିକଟକୁ ନେଇଯିବା ପରେ ହନୁମାନ ମନ୍ଦିର ନିକଟରେ ମହିଳାଙ୍କୁ ଛାଡି ପଳାଇବାକୁ ଚେଷ୍ଟା କରିଥିଲା । ତେବେ ମହିଳା ଜଣଙ୍କ ଚତୁରତାର ସହ ଉପେନ୍ଦ୍ରଙ୍କ ମୋଟରସାଇକେଲ ଅଟକାଇଦେବାରୁ ଉପେନ୍ଦ୍ର ମୋଟରସାଇକେଲ ଛାଡି ପଳାଇ ଯାଇଥିଲା । ତେବେ ମହିଳା ଜଣଙ୍କ ସେତେବେଳକୁ ଠକାମିର ଶିକାର ହୋଇଥିବା ଜାଣିପାରିଥିଲେ । ଆଉ ଏ ନେଇ ଆଜି କିଶୋରନଗର ଥାନାରେ ଲିଖିତ ଅଭିଯୋଗ ଅଭିଯୋଗ କରିଛନ୍ତି ପୁଲିସ ଘଟଣାର ତଦନ୍ତ କରୁଛି

Advertisement

Leave a Reply

Your email address will not be published. Required fields are marked *