ମହିଳା ସଂଘ ସଦସ୍ଯାଙ୍କ ଠାରୁ ଟଙ୍କା ଠକେଇ ଘଟଣା- ମା ଓ ଝିଅ ଗିରଫ

ମହିଳା ସଂଘ ସଦସ୍ଯାଙ୍କ ଠାରୁ ଟଙ୍କା ଠକେଇ ଘଟଣା- ମା ଓ ଝିଅ ଗିରଫ

ଅନୁଗୁଳ – ମହିଳା ସଂଘର ସଭାନେତ୍ରୀ ହୋଇ ମହିଳାଙ୍କ ନାମରେ ବ୍ଯାଙ୍କରୁ ଋଣ ନେବା ସହ ମହିଳା ମାନଙ୍କ ଠାରୁ ଧାର ଆକାରରେ ଟଙ୍କା ନେଇ ଫେରାର ହୋଇଯାଇଥିବା ମହିଳା ସଭାନେତ୍ରୀ ମମତା ସ୍ବାଇଁକୁ ପୁଲିସ ଗିରଫ କରିଛି । ମହିଳା ମାନଙ୍କ ଠାରୁ ଏହି ଠକେଇ ଘଟଣାରେ ସମ୍ପ୍ରୁକ୍ତ ଥିବା ମମତାଙ୍କ ଝିଅକୁ ମଧ୍ଯ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ , କେନ୍ଦ୍ରାପଡ଼ା ଜିଲ୍ଲାର ମମତା ସ୍ୱାଇଁ ନାମଙ୍କ ଏହି ମହିଳା ଗତ କିଛି ବର୍ଷ ହେଲା ଅନୁଗୁଳ ସହର ଶିମିଳିପଡ଼ାରେ ରହୁଥିଲେ । ସେ ଏଠାରେ ରହିବା ପରେ ବିଭିନ୍ନ ମହିଳା ସଂଘର ପ୍ରଥମେ ସଦସ୍ଯ ପରେ ନିଜ ବାକଚତୁରି ଓ କାର୍ଯ୍ଯ ଦକ୍ଷତା ଦେଖାଇ ଅନେକ ସଂଘର ସଭାନେତ୍ରୀ ମଧ୍ଯ ହୋଇ ଯାଇଥିଲେ । କିଛି ବର୍ଷ ମହିଳା ମାନଙ୍କ ସହ ଭଲ ସମ୍ପର୍କ ଗଢିବା ସହ ସମସ୍ତଙ୍କ ବିଶ୍ୱାସ ଭାଜନ ହୋଇ ଯାଇଥିଲେ । ତେବେ ଗତ କିଛି ମାସ ହେଲା ମମତା ସମସ୍ତ କାଗଜପତ୍ର ଦାୟିତ୍ୱ ସମ୍ଭାଳୁ ଥିବା ବେଳେ ମହିଳାଙ୍କ ଦସ୍ତଖତ ବଦଳରେ ଟିପ ଚିହ୍ନ ଦୈ ବିଭିନ୍ନ ବ୍ୟାଙ୍କ୍‌ରୁ ଋଣ ଉଠାଇ ଥିଲା । ଏହା ସହ ଝିଅର ଉଚ୍ଚ ଶିକ୍ଷା ପାଇଁ ଟଙ୍କାର ଆବଶ୍ଯକତା ଅଛି କହି ଅନେକ ମହିଳାଙ୍କ ଠାରୁ ଧାର ଆକାରରେ ଟଙ୍କା ନେଇଥିଲେ । ତେବେ ପରବର୍ତ୍ତି ସମୟରେ ଧାର ଟଙ୍କା ମାଗିବାରୁ ମମତା ପରିବାର ସମେତ ଅନୁଗୁଳ ଛଡି ପଳାଇ ଯାଇଥିଲେ । ଏହାପରେ ମହିଳା ମାନଙ୍କ ସନ୍ଦେହ ହେବାରୁ ବ୍ଯାଙ୍କ ଯାଇ ବୁଝାସୁଝା କରିବା ବେଳେ ବ୍ୟାଙ୍କରୁ ସେମାନଙ୍କ ନାମରେ ଟଙ୍କା ଉଠାଣ ହୋଇଥିବା ଜାଣିବା ପରେ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ବର୍ତ୍ତମାନ ସୁଦ୍ଧା ତଦନ୍ତ କରି ମମତା ପ୍ରାୟ ୬୦ ଲକ୍ଷ ଟଙ୍କା ଠକି ନେଇଥିବା ଜାଣିବାକୁ ପାଇଥିଲା । ଆଉ ଏହି ଠକେଇ ଘଟଣାରେ ମମତା ସମେତ ତାଙ୍କ ଝିଅର ମଧ୍ଯ ସମ୍ପ୍ରୁକ୍ତି ଠିବା ଜାଣିବାକୁ ପାଇଥିଲା ।  ଏଥିପାଇଁ ଉଭୟ ମା’ ଓ ଝିଅଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

What’s your Reaction?
+1
0
+1
0
+1
0
+1
0
+1
3
+1
0
+1
0

Leave a Reply