ଅପରାଧ ଚାକିରୀ ନାଁରେ ଠକେଇ , ଜଣେ ଗିରଫ Angul OnlineAugust 26, 2023August 26, 2023 ଅନୁଗୁଳ – ଚାକିରୀ ଦେବାକୁ କହି ଜଣେ ଯୁବତୀଙ୍କ ଠାରୁ ଟଙ୍କା ଠକି ନେବା ଅଭିଯୋଗରେ ଜଣେ ଯୁବକକୁ ଅନୁଗୁଳ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଅନୁଗୁଳ ତାଳମୂଳ ଗାଁର ପୁଲକ ପ୍ରସାଦ ପାଣିଗ୍ରାହୀ ନାମକ ଜଣେ ଯୁବକ ମୟୁରଭଞ୍ଜ ଜିଲ୍ଲାର ସୁଶ୍ରୀ ପଲ୍ଲୀଶ୍ରୀ ନାମକ ଜଣେ ଯୁବତୀଙ୍କୁ ଏକ ଅନ ଲାଇନ ଆପ ମାଧ୍ୟମରେ ଚାକିରୀ ଦେଇ ପାରିବେ କହି ନିଜ ନମ୍ବର ଦେଇଥିଲେ । ନମ୍ବର ପାଇବା ପରେ ଯୁବତୀ ଜଣଙ୍କ ପୁଲକଙ୍କ ସହ କଥା ହୋଇଥିବା ବେଳେ ପୁଲକ ତାଙ୍କୁ ଆଇଡି କାର୍ଡ ସହ ଅନୁଗୁଳ ଜିଲ୍ଲାର ଏକ ବଡ଼ ଘରୋଇ କମ୍ପାନୀରେ ଚାକିରୀ କରୁଥିବା ପୁଲକ କହିଥିଲେ । ପଲ୍ଲୀଶ୍ରୀଙ୍କୁ ସେ ଚାକିରୀ କରାଇଦେବେ ବୋଲି କହି ପଲ୍ଲୀଶ୍ରୀଙ୍କଠାରୁ ସବୁ ଡକ୍ୟୁମେଣ୍ଟ ନେବା ସହ କିଛି ଟଙ୍କା ଲାଗିବ ବୋଲି କହିଥିଲେ । ଆଉ ଏଥିପାଇଁ ପଲ୍ଲୀଶ୍ରୀ କିସ୍ତିରେ ପୁଲକଙ୍କୁ ୯୦ ହଜାର ୫୦୦ ଟଙ୍କା ଦେଇଥିଲେ । ତେବେ ପରେ ଚାକିରୀ କରାଇ ଦେଇ ପାରିନଥିଲେ କି ଟଙ୍କା ଫେରାଇ ନଥିଲେ । ଏପରିକି ପଲ୍ଲୀଶ୍ରୀଙ୍କ ଫୋନ ନମ୍ବରକୁ ବ୍ଲକ କରିଥିଲେ । ଏଥିପାଇଁ ପଲ୍ଲୀଶ୍ରୀ ଉପାୟ ପାଞ୍ଚି ତାଙ୍କ ପିଉସୀ ଭାଇର ସହାୟତା ନେଇଥିଲେ । ପଲ୍ଲୀଶ୍ରୀନ୍କ ପିଉସୀ ପୁଅ ଭାଇ ପୁଲକଙ୍କୁ ଚାକିରୀ କରାଇଦେବାକୁ ଅନୁରୋଧ କରି ଟଙ୍କା ଦେବା ପାଇଁ ପ୍ରସ୍ତୁତ ବୋଲି କହିଥିଲେ । ପୁଲକ ପଲ୍ଲୀଶ୍ରୀଙ୍କ ଭାଇ କଥାରେ ଫସିଯାଇ ୧୫ ହଜାର ଟଙ୍କା ନେଇ ଅନୁଗୁଳ ଆସିବାକୁ କହିଥିଲେ । ପ୍ଲାନ ଅନୁସାରେ ଭାଇ-ଭଉଣୀ ଅନୁଗୁଳ ବସଷ୍ଟାଣ୍ଡ ଆସି ପୁଲକଙ୍କୁ ଡାକିଥିଲେ । ପୁଲକ ଆସିବା ପରେ ପଲ୍ଲୀଶ୍ରୀ ଟଙ୍କା ଫେରସ୍ତ ପାଇଁ କହିବାରୁ ପୁଲକ ଝଗଡା କରିଥିଲେ । ବାଧ୍ୟ ହୋଇ ପଲ୍ଲୀଶ୍ରୀ ଅନୁଗୁଳ ପୁଲିସକୁ ସୂଚନା ଦେଇ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ବସଷ୍ଟାଣ୍ଡରୁ ପୁଲକଙ୍କୁ ଆଣି ପଚରାଉଚରା ପରେ ଦଫା ୪୨୦/୫୦୬ ରେ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଚୋରି କରିବା ବେଳେ ଘର ମାଲିକ ପଳାଇ ଆସିବାରୁ ଆକ୍ରମଣ କରି ଲୁଟ ତାଳଚେର – ଘରେ କେହି ନଥିବାର ସୁଯୋଗ ନେଇ ଚୋରି କରୁଥିଲେ । ଏହି ସମୟରେ ହଠାତ ଘର ମାଲିକ ପଳାଇ ଆସିବାରୁ ଘର ମାଲିକଙ୍କୁ ଆକ୍ରମଣ…
ଗୁଳିମାଡ଼ରେ ନାବାଳକ ଗୁରୁତର ଘଟଣାରେ ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ସାନକେରଜାଙ୍ଗରେ ନାବାଳକକୁ ଗୁଳିମାଡ଼ ଘଟଣାରେ ଜଣଙ୍କୁ ଗିରଫ କରିଛି ପୁଲିସ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା…
ସରପଞ୍ଚଙ୍କ ଆକ୍ରମଣରେ ଫରେଷ୍ଟର ଗୁରୁତର ଅନୁଗୁଳ – ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜର ଫରେଷ୍ଟରଙ୍କୁ ଆକ୍ରମଣ ଅଭିଯୋଗ । ସୂଚନା ଅନୁଯାୟୀ ରାତିରେ ଫରେଷ୍ଟର ପ୍ରଦୀପ ପ୍ରଧାନ ହାତୀ ଘଉଡାଇବାକୁ ଯାଇଥିବା ସମୟରେ…