ଆଞ୍ଚଳିକ ମାଗଣା ହୃଦରୋଗ ପରୀକ୍ଷା Angul OnlineSeptember 29, 2022September 29, 2022 ତାଳଚେର – ତାଳଚେର ରୋଟାରି କ୍ଳବ ଓ ଆପୋଲୋ ହସ୍ପିଟାଲ ଆନୁକୂଲ୍ୟରେ ଆଇ ଟି ଆଇ ଛକ ସ୍ଥିତ ତାଳଚେର ଟ୍ରକ ମାଲିକ ସଙ୍ଘ ଠାରେ ଏକ ମାଗଣା ହାର୍ଟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରକୁ ଉପଜିଲ୍ଲାପାଳ ଶ୍ରୀ ଯୁକ୍ତ ବିଷ୍ଣୁ ମୋହନ ରଥ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ । ଏଥିରେ ସଭାପତି RTN କିଶୋର ସାହୁ ସଭାପତିତ୍ବ କରିଥିଲେ. ସମ୍ପାଦକ RTN ମାନସ ରଞ୍ଜନ ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ । ଏଥିରେ ଆପୋଲୋ ହସ୍ପିଟାଲ ର ବରିଷ୍ଠ ଡାକ୍ତର ଙ୍କ ଦ୍ୱାରା ଇସିଜି. ବିପି. ସୁଗାର ପ୍ରଭୁତି ପରୀକ୍ଷା କରାଯାଇଥିଲା । ଏହି ଶିବିର ରେ ୧୫୦ ଜଣ ରୋଗୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଏହି ଶିବିରରେ ତାଳଚେର ଟ୍ରକ ମାଲିକ ସଙ୍ଘ ସହଯୋଗ କରିଥିବା ବେଳେ ସଭାପତି ଦିଲ୍ଲୀପ ପାଣି. ସମ୍ପାଦକ ଫିରୋଜ ପ୍ରଧାନ ଓ ସମସ୍ତ ସଭ୍ୟ ମାନଙ୍କୁ ରୋଟାରି କ୍ଳବ ତରଫରୁ ଧନ୍ୟବାଦ ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ RTN ବଜରଙ୍ଗ ଅଗ୍ରୱାଲ ଓ ବାପି ମହାନ୍ତି ଏହି ଶିବିର କୁ ଚୁଚାରୁ ରୂପେ ପରିଚାଳନା କରିଥିଲେ. ରୋଟାରି କ୍ଲବ ସମସ୍ତ ସଭ୍ୟ ମାନେ ଏଥିରେ ସହଯୋଗ କରିଥିଲେ । Advertisement
ଦୁର୍ଘଟଣାରେ ଓକିଲ ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କୋଶଳା ତାରିଣୀ ପୀଠ ପାଖରେ ଶନିବାର ରାତିରେ ଏକ ଦୁର୍ଘଟଣା ଘଟିଛି । ଏଥିରେ ଥିବା ଚାଳକ…
କାନ୍ଥ ଭୁଶୁଡି ସ୍ଵାମୀ-ସ୍ତ୍ରୀ ଓ ଝିଅ ଆହତ ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ କୁରୁଡୁଲୁ ଗ୍ରାମରେ ଗତକାଲି ରାତିରେ କାନ୍ଥ ଭୁଶୁଡି ସ୍ଵାମୀ-ସ୍ତ୍ରୀ ଓ ଝିଅ ଆହତ ହୋଇଥିବା ଜଣା ପଡିଛି…
ସମ୍ବାଦିକଙ୍କ ଉପରେ ଆକ୍ରମଣର ପ୍ରତିବାଦ ଅନୁଗୁଳ – ପୁରୀରେ ଧରିତ୍ରୀ ପୁରୀ ଜିଲା ପ୍ରତିନିଧିଙ୍କୁ ପୁଲିସର ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ଅନୁଗୁଳ ଜିଲ୍ଲା ସାମ୍ବାଦିକ ସମୂହ । ଆକ୍ରାମଣକାରୀ ପୁଲିସ କର୍ମଚାରୀଙ୍କ…