ଅପରାଧ ସାଙ୍ଗର ଛୁରା ମାଡରେ ସାଙ୍ଗ ଗୁରୁତର Angul OnlineFebruary 2, 2022February 2, 2022 ପାଲଲହଡା – ସାଙ୍ଗର ଛୁରା ମାଡରେ ଆଉଜଣେ ସାଙ୍ଗ ଗୁରୁତର । ଏଭଳି ଘଟଣା ଅନଗୁଳ ଜିଲ୍ଲା ପାଳଲହଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ମୁକ୍ତାପୁର ନିକଟରେ ଘଟିଛି । ସୂଚନା ଅନୁସାରେ ମୁକ୍ତାପୁର ଗ୍ରାମର ଖିରୋଦ ନାୟକଙ୍କ ତାର ସାଙ୍ଗ ବିଦେଶୀ ଦାନୀ ସହିତ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବିଦେଶୀ ଏକ ଧାରୁଆ ଛୁରୀରେ ଖିରୋଦକୁ ଆକ୍ରମଣ କରିଥିଲା । ଫଳରେ ଖିରୋଦ ଗୁରୁତର ହୋଇ ତଳେ ପଡ଼ି ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ପାଲଲହଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଅଧିକ ଗୁରୁତର ହେବାରୁ ତାଙ୍କୁ ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଛୁରୀ ମାଡ କରିଥିବା ବିଦେଶୀ ଦାନୀ ଫେରାର ଥିବା ଜଣା ପଡ଼ିଛି । ପାଲଲହଡା ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ଚାନ୍ଦା ମାଗି ବନ୍ଧା ହେଲେ ନକଲି ସାମ୍ବାଦିକ ଅନୁଗୁଳ – ଚାନ୍ଦା ମାଗି ପୁଣି ବନ୍ଧା ହେଲେ ଜଣେ ୱେବ ପୋର୍ଟାଲର ନକଲି ସାମ୍ବାଦିକ । ଜଣେ ବ୍ରେଡ଼ ଫ୍ୟାକ୍ଟେରି ମାଲିକଙ୍କ ଠାରୁ ୧୦ ହଜାର…
ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ – ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗାଁରେ ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ପୂର୍ବ ଶତ୍ରୁତାରୁ ଗାଁର ଜଣେ ଯୁବକକୁ…
ଚୋରା ତେଲ ସହ ୨ ପିକଅପ ଜବତ – ୩ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଗୁରୁବାର ଚଢାଉ କରି ୧୧୯୦ ଲିଟର ଚୋରା ଡିଜେଲ ଓ ପେଟ୍ରୋଲ ଜବତ କରିବା ସହିତ ଦୁଇଟି…