ମୋଟରସାଇକେଲ ବିକିବାକୁ କହି ଠକି ନେଲେ ଚାଳିଶ ହଜାର ଟଙ୍କା

ମୋଟରସାଇକେଲ ବିକିବାକୁ କହି ଠକି ନେଲେ ଚାଳିଶ ହଜାର ଟଙ୍କା

ଅନୁଗୁଳ – ଫୋନରେ ମୋଟରସାଇକେଲ ଅଳ୍ପ ଦାମରେ ବିକ୍ରି କରିବାର ପ୍ରଲୋଭନ ଦେଖାଇ ଚାଷୀଙ୍କ ଠାରୁ ୪୦ ହଜାର ଟଙ୍କା ଲୁଟିଆ ନେଲେ ସାଇବର ଠକ । ଆଉ ଟଙ୍କା ଫେରସ୍ତ ମାଗିବାରୁ ନିଜକୁ ଆର୍ମୀ ଅଫିସର କହି କେସ କରି ଫସାଇଦେବାର ଧମକ ଦେଲେ । ବାଧ୍ୟ ହୋଇ ଶେଷରେ ଚାଷୀ ଜଣଙ୍କ ପୁଲିସର ଦ୍ଵାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା କଣିହାଁ ଥାନା ଚାଙ୍ଗୁଡିଆ ଗାଁର ୨୩ ବର୍ଷୀୟ ସୁମନ୍ତ ସାହୁଙ୍କୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ଜଣଙ୍କ ନିଜର ନାମ ସୂର୍ଯ୍ୟମଣି ସାହୁ କହିବା ସହ ନୂଆଁ ମୋଟରସାଇକେଲ କିଣିବାକୁ ଚାହୁଁଛ କି ବୋଲି ପଚାରିଥିଏଲ । ଆଗନ୍ତୁକଙ୍କ ପ୍ରଶ୍ନ ଶୁଣି ମୋଟରସାଇକେଲ କିଣିବାର ଆଗ୍ରହ ଥିବାରୁ ସୁମନ୍ତ ହଁ କରିଥିଲେ । ଆଉ ଏଥିପାଇଁ ମେମ୍ବରସିପ ଗ୍ରହଣ କଲେ ମାତ୍ର ୨୧ ହଜାର ଟଙ୍କାରେ ମୋଟରସାଇକେଲ ମିଳିବ ବୋଲି ଫୋନ କରିଥିବା ବ୍ୟକ୍ତି ଜଣଙ୍କ ପ୍ରଲୋଭନ ଦେଖାଇଥିଲେ ଆଉ ଏଥିରେ ଭଳି ଯାଇ ସୁମନ୍ତ ମେମ୍ବରସିପ ଗ୍ରହଣ ପାଇଁ ଜୁଲାଇ ୯ ତାରିଖରେ ଫୋନ ପେ ମାଧ୍ୟମରେ ପ୍ରଥମେ ୧୧୫୦ ଟଙ୍କା ଡିପୋଜିଟ କରିଥିଲେ । ପରେ ପୁଣି କହିବାରୁ ୧୦ ତାରିଖରେ ସୁମନ୍ତ ପର୍ଯ୍ୟାୟକ୍ରମେ ୭ ହଜାର , ୭ହଜାର ୧୫୦ ଟଙ୍କା , ୧୫ ହଜାର ଟଙ୍କା ଏବଂ ଏକ ହଜାର ଟଙ୍କା , ୯ ହଜାର ଟଙ୍କା କରି ମୋଟ ୪୦ ହଜାର ୩୦୦ ଟଙ୍କା ପଠାଇଥିଲେ । ତେବେ ଗତକାଲି ପୁଣି ୧୧ ହଜାର ୩୦୦ ଟଙ୍କା ଡିପୋଜିଟ କରିବାକୁ କହିବାରୁ ସୁମନ୍ତ୍ଙ୍କ ସନ୍ଦେହ ହୋଇଥିଲା ଆଉ ସେ ମୋଟରସାଇକେଲ ନେବାକୁ ଚାହୁଁ ନାହାନ୍ତି , ତାଙ୍କୁ ତାଙ୍କ ଟଙ୍କା ଫେରସ୍ତ କରିବାକୁ ଅନୁରୋଧ କରିଥିଲେ ହେଲେ ଟଙ୍କା ଫେରାଇ ହେବ ନାହିଁ ବୋଲି ଫୋନ କରିଥିବା ବ୍ୟକ୍ତି ଜଣଙ୍କ କହିବା ସହ ଟଙ୍କା ଡିପୋଜିଟ ନ କଲେ ତୁମ ନାମରେ ଥାନାରେ ଅଭିଯୋଗ କରିବି ବୋଲି ଧମକାଇଥିଲା ଏହା ସହ ନିଜକୁ ଆର୍ମୀ ଅଫିଆସର କହିବା ସହ ତୁମକୁ ହଇରାଣ କରିବି ବୋଲି ଚେତାବନୀ ଦେଇଥିଲା ତେବେ ଏହାପରେ ସେ ଠକ ହାବୁଡରେ ପଡି ଯାଇଥିବା ଜାଣିପାରି କଣିହାଁ ଥାନାରେ  ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି

What’s your Reaction?
+1
0
+1
0
+1
1
+1
0
+1
1
+1
0
+1
0

Leave a Reply