ଅପରାଧ ଜୁଆ ଆଡ୍ଡା ଉପରେ ଚଢ଼ାଉ – ୬ ଗିରଫ ୯ ମୋଟରସାଇକେଲ ଜବତ Angul OnlineOctober 6, 2021October 6, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଖମାର ଗାଁ ନିକଟରେ ଥିବା ଏକ ଆମ୍ବତୋଟାରେ ଚଲିଥିବା ଏକ ଜୁଆ ଆଡ୍ଡା ଉପରେ ବୁଧବାର ଛେଣ୍ଡିପଦା ପୁଲିସ ଚଢ଼ାଉ କରିଥିଲା । ଚଢାଉ ବେଳେ ପୁଲିସ ୬ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ୯ଟି ମୋଟର ସାଇକେଲ , ଜୁଆରେ ବ୍ୟବହୃତ ସାମଗ୍ରୀ ସହ ୮ ହଜାର ୩୦୦ ଟଙ୍କା ଜବତ କରିଛି । ସୂଚନା ଅନୁସାରେ ଦୀର୍ଘ ଦିନ ହେବ ଏହି ଆମ୍ବତୋଟା ଭିତରେ ଜୁଆ ଆଡ୍ଡା ଚାଲିଥାଏ । ଆଜି କୌଣସି ସୂତ୍ରରୁ ଖବର ପାଇ ବାଗଡିଆ ଫାଣ୍ଡି ଅଧିକାରୀ ଆଶିସ କୁମାର ଦାଶ ସଦଳବଳେ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲେ । ପୁଲିସକୁ ଦେଖି କିଛି ଜୁଆଡି ସେମାନଙ୍କର ମଟରସାଇକେଲ ନେଇ ଫେରାର ହୋଇ ଯାଇଥିବା ବେଳେ ଆଉ କିଛି ଦୈାଡି ପଳାଇ ଯାଇଥିଲେ । ପୁଲିସ ଘଟଣା ସ୍ଥଳରୁ ୬ ଜଣ ଜୁଆଡିଙ୍କୁ ଅଟକ ରଖିବା ସହ ୯ଟି ମୋଟରସାଇକେଲ , ଜୁଆରେ ବ୍ୟବହୃତ ସାମଗ୍ରୀ ଓ ସେଠାରୁ ୮ହଜାର ୩୦୦ଟଙ୍କା , ମୋବାଇଲକୁ ଜବତ କରିଥିଲା । ଏହି ଜୁଆଡିଙ୍କ ମଧ୍ୟରୁ ରାଇପାଳ ଗ୍ରାମର ଜଣେ ଶିକ୍ଷକ ଥିବା ଜଣାପଡିଛି । ଏନେଇ ଛେଣ୍ଡିପଦା ଥାନାରେ ଏକ ମାମଲା ରୁଜୁ କରାଯିବା ସହିତ ପୁଲିସ ୬ ଜଣ ଜୁଆଡିଙ୍କୁ ଗିରଫ କରିଛି । ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣା ପଡିଛି । Advertisement
ନାବାଳିକାକୁ ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ଖାମାର ଥାନା ଅଂଚଳରେ ୨୦୨୦ ମସିହାରେ ଜଣେ ନାବାଳିକାକୁ ଅପହରଣ ଓ ବଳାତ୍କାର ମାମଲାରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରାଜକ…
କେନାଲରୁ ନବ ଜାତ ଶିଶୁର ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ସହରର ଅମଲାପଡା ବଡ କେନାଲରେ ଆଜି (ମଙ୍ଗଳବାର) ଏକ ନବଜାତ ଶିଶୁର ମୃତ ଦେହ ଭାସୁ ଥିବାର ଦେଖିବାକୁ ମିଳିଥିଲା । କେହି…
୪୧ ଗ୍ରାମ ବ୍ରାଉନସୁଗାର ଜବତ , ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି । କୁକୁଡାଙ୍ଗ ଗ୍ରାମର ଜଣେ ବ୍ରାଉନସୁଗାର ବେପାରୀଙ୍କୁ ଅନେକ ଦିନ ହେଲା ଧରିବାକୁ ଚେଷ୍ଟା…