କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜିବ ଏସ.ୟୁ.ସି.ଆଇ. – ୨୯ ରେ ଗଣ ବିକ୍ଷୋଭ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜିବ ଏସ.ୟୁ.ସି.ଆଇ. – ୨୯ ରେ ଗଣ ବିକ୍ଷୋଭ

ଅନୁଗୁଳ – ଜୀନଜୀବନର ଜ୍ଵଳନ୍ତ ସମସ୍ୟା ସମାଧାନ ଦାବିରେ ଆସନ୍ତା ୨୯ ସେପ୍ଟେମ୍ବର ୨୦୨୨ରେ ଭୁବନେଶ୍ଵର ଠାରେ ଏସ୍.ୟୁ.ସି.ଆଇ ( କମ୍ୟୁନିଷ୍ଟ ) ଓଡିଶା ରାଜ୍ୟ କମିଟି ପକ୍ଷରୁ ଏକ ବିଶାଳ ରାଜ୍ୟସ୍ତରୀୟ ଗଣବିକ୍ଷୋଭ ଅନୁଷ୍ଠିତ ହେବ । ଏହି ଗଣ ବିକ୍ଷୋଭକୁ ସଫଳ କରିବା ପାଇଁ ଆଜି ଦଳର ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଶିକ୍ଷକପଡାସ୍ଥ ଦଳୀୟ କାର୍ଯ୍ୟାଳୟଠାରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚରମ ଜନବିରୋଧୀ ନୀତି ଯୋଗୁଁ ଗରିବ , ଋଷୀ , ମୂଲିଆ , ଶ୍ରମିକ , କର୍ମଚାରୀ , ନିମ୍ନମଧ୍ୟବିତ୍ତ , ମଧ୍ୟବିତ୍ତ ଶ୍ରେଣୀର ଜନସାଧାରଣଙ୍କ ଜୀବନ ଜୀବିକା ସଂକଟାପନ୍ନ ହୋଇପଡିଛି । ଜୀବନ ରକ୍ଷାକାରୀ ଔଷଧ ଠାରୁ ଆରମ୍ଭ କରି ପେଟ୍ରୋଲ , ଡିଜେଲ , ରନ୍ଧନଗ୍ୟାସ ସମେତ ସମସ୍ତ ନିତ୍ୟ ପ୍ରୟୋଜନୀୟ ଜିନିଷପତ୍ରର ଆକାଶଛୁଆଁ ଦରବୃଦ୍ଧି ଗରିବ ଓ ସ୍ଵଳ୍ପ ରୋଜଗାରୀ ଜନଗଣଙ୍କୁ ଅଣନିଶ୍ଵାସୀ କରିପକାଇଛି । କର୍ମକ୍ଷମ ମଣିଷଙ୍କୁ କାମ ଯୋଗାଇଦେବାରେ ସରକାର ବିଫଳ ହୋଇଛନ୍ତି । ଫଳରେ ଲକ୍ଷ ଲକ୍ଷ ଯୁବକ – ଯୁବତୀ ଓ ବୟସ୍କ ଲୋକ ଦାଦନ ଶ୍ରମିକ ଭାବେ ଭିଟାମାଟି ଛାଡୁଛନ୍ତି । କିନ୍ତୁ ଦେଶର ମୁଷ୍ଟିମେୟ ଧନୀ ପୁଞ୍ଜିପତିଙ୍କ ଅମାପ ସମ୍ପତ୍ତି ବୃଦ୍ଧି ହେଉଛି । ସାଧାରଣ ଲୋକଙ୍କ ଉପରେ ଟିକସର ବୋଝ ଲଦି ଦେଉଥିବାବେଳେ ଶିଳ୍ପପତିମାନଙ୍କୁ ଟିକସ ଛାଡ଼ କରାଯାଉଛି । ଶିକ୍ଷା , ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ରେଳ , ବ୍ୟାଙ୍କ , ବୀମା , ପ୍ରତିରକ୍ଷା ଶିଳ୍ପ , କୋଇଲା , ବିଦ୍ୟୁତ୍ , ଇସ୍ପାତ୍ , ଆଲୁମିନିୟମ୍‌ ଶିଳ୍ପ ଆଦି ରାଷ୍ଟ୍ରାୟତ୍ତ , ଉଦ୍ୟୋଗ ଓ ସରକାରୀ ଉଦ୍ୟୋଗକୁ ଘରୋଇକରଣ କରିବା ନିମନ୍ତେ କେନ୍ଦ୍ର ବିଜେପି ସରକାର ପଦକ୍ଷେପ ନେଇ ଋଲିଛନ୍ତି । କେନ୍ଦ୍ର ସରକାର ଗ୍ରହଣ କରି ଚାଲିଥିବା ସମସ୍ତ ଜନବିରୋଧୀ ପଦକ୍ଷେପକୁ ଓଡିଶା ରାଜ୍ୟ ବିଜେଡି ସରକାର ସର୍ବାଗ୍ରେ ଓଡିଶା ରାଜ୍ୟରେ କାର୍ଯ୍ୟକାରୀ କରୁଛନ୍ତି । ରାଜ୍ୟ ବିଜେଡି ସରକାର ଜଗତସିଂହପୁର ଜିଲ୍ଲାର ଢ଼ିଙ୍କିଆ ଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ୍ ପ୍ରଶାସନ ଲଗାଇ ଜନଗଣଙ୍କୁ ଦମନ କରିବା ମଧ୍ୟଦେଇ ଜମି , ଜଳ , ଜଙ୍ଗଲ ଆଦି ପ୍ରାକୃତିକ ସମ୍ପଦକୁ ଘରୋଇ କମ୍ପାନୀମାନଙ୍କ ହାତରେ ଟେକି ଦେଉଛନ୍ତି । ଅନୁଗୁଳ ଜିଲ୍ଲାର ଜନସାଧାରଣ ମଧ୍ୟ ଏହି ସମସ୍ୟାରେ ଜର୍ଜରିତ । ଓଡିଶା ରାଜ୍ୟରେ ବିଦ୍ୟୁତ୍ ଉତ୍ପାଦନ ବଳକା ହେଉଥିଲେ ମଧ୍ୟ ରାଜ୍ୟବାସୀ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଘନ ଘନ ବିଦ୍ୟୁତ୍ କାଟ ସାଙ୍ଗକୁ ଟାଟା ପାୱାର କମ୍ପାନୀର ଜୁଲୁମ ଓ ଶୋଷଣ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଦୟନୀୟ କରିଦେଉଛି । କେନ୍ଦ୍ର ବିଜେପି ସରକାର ନୂତନ ଶିକ୍ଷାନୀତି ୨୦୨୦କୁ ପ୍ରଚଳନ କରି ଶିକ୍ଷାକୁ ସମ୍ପୂର୍ଣ୍ଣ ଧ୍ବଂସ କରିଦେବାକୁ ଯାଉଛନ୍ତି । ୧୯୯୧ ମସିହାରେ ତତ୍କାଳୀନ କଂଗ୍ରେସ ସରକାର ଦେଶରେ ଜନବିରୋଧୀ ଉଦାରୀକରଣ – ଘରୋଇକରଣ – ଜଗତିକରଣ ନୀତି ପ୍ରଚଳନ କରି ଜନସାଧାରଣଙ୍କୁ ଶୋଷଣ ନିର୍ଯ୍ୟାତନା ମଧ୍ୟକୁ ଠେଲି ଦେଲେ । ପରବର୍ତ୍ତୀକାଳୀନ ସରକାରମାନେ ମଧ୍ୟ ଏହି ନୀତିକୁ କାର୍ଯ୍ୟକାରୀ କରିବା ଫଳରେ ଜନଜୀବନର ସମସ୍ୟା ବହୁଗୁଣିତ ହୋଇଛି । ଏହି ପରିପ୍ରେକ୍ଷୀରେ ପେଟ୍ରୋଲ , ଡିଜେଲ , ରନ୍ଧନଗ୍ୟାସ୍‌ ସମେତ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଔଷଧର ଆକାଶଛୁଆଁ ଦରବୃଦ୍ଧି ବନ୍ଦ କରିବା , ବର୍ଦ୍ଧିତ ରେଳଭଡା ଓ ବସଭଡା ପ୍ରତ୍ୟାହାର କରିବା , ମୁଢ଼ି , ଚୁଡା , କ୍ଷୀର , ଦହି , ଶିଶୁଖାଦ୍ୟ ଆଦି ସାମଗ୍ରୀ ଉପରୁ ଜି.ଏସ୍.ଟି ପ୍ରତ୍ୟାହାର କରିବା , ବିଜୁଳି ଶୁଳ୍କ ବୃଦ୍ଧି , ଘନ ଘନ ବିଦ୍ୟୁତ୍ କାଟ , ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ ବିଲ୍ ତଥା ଅନ୍‌ଲାଇନ୍ ପ୍ରିପେଡ୍‌ ବିଦ୍ୟୁତ୍‌ ବିଲ୍‌ ଆଦାୟ ବନ୍ଦ କରିବା , ବିଦ୍ୟୁତ୍ ବିଲ୍‌ – ୨୦୨୨କୁ ପ୍ରତ୍ୟାହାର କରିବା , ଜାତୀୟ ଶିକ୍ଷାନୀତି ୨୦୨୦କୁ ସମ୍ପୂର୍ଣ୍ଣ ବାତିଲ କରିବା , ବନ୍ଦ କରାଯାଇଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟଗୁଡିକୁ ତୁରନ୍ତ ଖୋଲିବା , ଖାଲିପଡିଥିବା ସମସ୍ତ ଶିକ୍ଷକ ଅଧ୍ୟାପକ ଓ ଅନ୍ୟାନ୍ୟ ପଦବୀରେ ସ୍ଥାୟୀ ନିଯୁକ୍ତି ଦେବାସହ ଶିକ୍ଷାର ସମସ୍ତ ଆର୍ଥିକ ଦାୟିତ୍ଵ ସରକାର ବହନ କରିବା , ସମସ୍ତ ମେଡିକାଲ କଲେଜ ଓ ହାସପାତାଳ , ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ , ଗେଷ୍ଠୀ ଓ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ପ୍ରୟୋଜନ ମୁତାବକ ବିଶେଷଜ୍ଞ ଡାକ୍ତର , ସ୍ଵାସ୍ଥ୍ୟ କର୍ମୀ ନିଯୁକ୍ତି କରିବା , ସରକାରୀ ଡାକ୍ତରଖାନାମାନଙ୍କରେ ଉପଯୁକ୍ତ ଚିକିତ୍ସାର ବ୍ୟବସ୍ଥା କରିବା , ସାର , ବିହନ , କୀଟନାଶକ ଓ କୃଷି ଉପକରଣର ଦରବୃଦ୍ଧି ବନ୍ଦ କରି ସୁଲଭ ମୂଲ୍ୟରେ ଏହା ଯୋଗାଇଦେବା ,ଜଳସେଚନର ସୁବ୍ୟବସ୍ଥା କରିବା । ପ୍ରତି ପଞ୍ଚାୟତରେ ସରକାରୀ ମଣ୍ଡି ପ୍ରତିଷ୍ଠା କରିବା ଓ ଫସଲର ଉପଯୁକ୍ତ ସହାୟକ ମୂଲ୍ୟ ପ୍ରଦାନକରି ଏହି ମଣ୍ଡି ଜରିଆରେ ଋଷୀ ତଥା ଭାଗଋଷୀ ଉଭୟଙ୍କ ଠାରୁ ବର୍ଷସାରା ସିଧାସଳଖ ସମସ୍ତ କୃଷିଜାତ ଦ୍ରବ୍ୟ କ୍ରୟ କରିବା । ପ୍ରତି ବ୍ଲକରେ ସରକାରୀ ଶୀତଳ ଭଣ୍ଡାର ନିର୍ମାଣ କରିବା , ଗରିବ କୃଷକ ତଥା କ୍ଷେତମଜଦୂର ମାନଙ୍କୁ ବର୍ଷସାରା କାମ ଯୋଗାଇଦେବା । ସମସ୍ତ ବେକାର ଯୁବକ – ଯୁବତୀଙ୍କୁ ସ୍ଥାୟୀ ଭିତ୍ତିରେ ସରକାରୀ ନିଯୁକ୍ତି ଦେବା । ନିଯୁକ୍ତି କ୍ଷେତ୍ରରେ ସମସ୍ତ ସରକାରୀ କଟକଣା ପ୍ରତ୍ୟାହାର କରିବା । ରେଳ , ବ୍ୟାଙ୍କ , ବୀମା ସମେତ ସମସ୍ତ ରାଷ୍ଟ୍ରାୟତ୍ତ ଓ ସରକାରୀ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା । କଳକାରଖାନା ଓ ଖଣିରେ ନିଯୁକ୍ତି ଠିକା ଶ୍ରମିକ , କର୍ମଋରୀମାନଙ୍କୁ ସ୍ଥାୟୀ କରିବା । ପାଚିକା , ଆଶାକର୍ମୀ , ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଋରୀର ମାନ୍ୟତା ଦେବାସହ ସେମାନଙ୍କୁ ସାମାଜିକ ସୁରକ୍ଷା ଓ ମାସିକ ସର୍ବନିମ୍ନ ୨୬ହଜାର ଟଙ୍କା ପ୍ରଦାନ କରିବା , ନିର୍ମାଣ ଶ୍ରମିକ ମାନଙ୍କର ସମସ୍ୟା ସମାଧାନ କରିବା , ପରିସ୍ପରିକା ଓ ସମସ୍ତ ପ୍ରକାର ଅଣସଂଗଠିତ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହାୟତା , ସାମାଜିକ ନିରାପତ୍ତା ଓ ବାସଗୃହ ଯୋଗାଇଦେବା । ସହରାଞ୍ଚଳର ବସ୍ତିବାସିନ୍ଦାମାନଙ୍କ ସମେତ ସମସ୍ତ ଭୂମିହୀନଙ୍କୁ ଘରଡିହ ଯୋଗାଇଦେବା , ଉପଯୁକ୍ତ ଥଇଥାନ ବିନା ଅଭୟାରଣ୍ୟ ତଥା ଅନ୍ୟାନ୍ୟ ପ୍ରକଳ୍ପ ନାଁରେ ବିସ୍ଥାପନ ବନ୍ଦ କରିବା , ବର୍ଷ ବର୍ଷ ଧରି ଚାଷ କରୁଥିବା ଦଖଲୀକୃତ ଜମି ଓ ରହି ଆସୁଥିବା ଘର ଡିହକୁ ବିନା ସଲାମୀରେ ପଟ୍ଟା ଯୋଗାଇଦେବା , ଜଙ୍ଗଲ ଆଇନ୍ ସଂଶୋଦନ ନିୟମାବଳୀ – ୨୦୨୨ ବିଜ୍ଞପ୍ତି ବାତିଲ କରିବା , ଢ଼ିଙ୍କିଆରେ ଜେଏସ୍‌ଡବ୍ଲ ପ୍ରକଳ୍ପ ବାତିଲ କରିବା । ମଦ ଡିପୋ ଖୋଲିବା ବନ୍ଦ ସହ ମଦ , ଡ୍ରଗ୍ଧ ସମେତ ସମସ୍ତ ନିଶାଦ୍ରବ୍ୟର ଉତ୍ପାଦନ ଓ ପ୍ରସାର ବନ୍ଦ କରିବା , ମୋବାଇଲ୍ , ଇଣ୍ଟରନେଟ୍ ତଥା ବିଭିନ୍ନ ଗଣମାଧ୍ୟମରେ ଅଶ୍ଳୀଳତା , ନଗ୍ନତା ଓ ଅପସଂସ୍କୃତିର ପ୍ରସ୍ତର ପ୍ରସାର ବନ୍ଦ କରିବା , ନାରୀର ନିରାପତ୍ତାକୁ ସୁନିଶ୍ଚିତ କରିବା । ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ଓ ସାମ୍ପ୍ରଦାୟିକ ଶକ୍ତିକୁ ଦମନ କରିବା ପାଇଁ କାର୍ଯ୍ୟକାରୀ ପଦକ୍ଷେପ ଗ୍ରହଣ କରିବା । ସମସ୍ତ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା , ବନ୍ୟା କ୍ଷତିଗ୍ରସ୍ତ ଛାତ୍ରଛାତ୍ରୀଙ୍କ ଫିସ୍ ଛାଡ କରିବା , ବନ୍ୟା , ବାତ୍ୟା ଓ ମରୁଡିର ସ୍ଥାୟୀ ପ୍ରତିକାର କରିବା ଆଦି ୧୨ ଦଫା ଦାବିରେ ଏସ୍.ୟୁ.ସି.ଆଇ ( କମ୍ୟୁନିଷ୍ଟ ) ଓଡିଶା ରାଜ୍ୟ କମିଟି ପକ୍ଷରୁ ୨୯ ସେପ୍ଟେମ୍ବର ଭୁବନେଶ୍ଵର ରାଜ୍ୟ ସଚ୍ଚିବାଳୟ ସମ୍ମୁଖରେ ଅନୁଷ୍ଠିତ ହେବାକୁ ଯାଉଛି । ସଂଗଠିତ ହେବାକୁ ଥିବା ଏହି ରାଜ୍ୟ ସ୍ତରୀୟ ଗଣବିକ୍ଷୋଭରେ ଅନୁଗୁଳ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଛାତ୍ର , ଯୁବକ , ମହିଳା , ଚାଷୀ , ମୂଲିଆ , ଶ୍ରମିକ , କର୍ମଋରୀଙ୍କ ସମେତ ସମସ୍ତ ସ୍ତରର ଜନସାଧାରଣ ସାମିଲ ହେବା ପାଇଁ ଏସ୍.ୟୁ.ସି.ଆଇ ( କମ୍ୟୁନିଷ୍ଟ ) ଅନୁଗୁଳ ଜିଲ୍ଲା କମିଟି ନିବେଦନ କରୁଛି । ଏଥ୍‌ସହିତ ଅନୁଗୁଳ ଜିଲ୍ଲାରେ ଜଳସେଚନ ସମସ୍ୟା , ଶିଳ୍ପ ଓ କୋଇଲା ଖଣି ପ୍ରତିଷ୍ଠା ଜନିତ କ୍ଷତିଗ୍ରସ୍ତ ବିସ୍ଥାପନ , ନିଯୁକ୍ତି , ପ୍ରଦୂଷଣ ସମସ୍ୟା , ଶିକ୍ଷା , ସ୍ୱାସ୍ଥ୍ୟସେବା ସମସ୍ୟାକୁ ନେଇ ଆଗାମୀ ଦିନରେ ଜିଲ୍ଲାସ୍ତରରେ ଶକ୍ତିଶାଳୀ ଗଣଆନ୍ଦୋଳନ ସଂଗଠିତ କରାଯିବ ବୋଲି ଏସ୍.ୟୁ.ସି.ଆଇ ( କମ୍ୟୁନିଷ୍ଟ ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଘୋଷଣା କରୁଛୁ । ଆଜିକାର ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍.ୟୁ.ସି.ଆଇ ( କମ୍ୟୁନିଷ୍ଟ ) ଓଡିଶା ରାଜ୍ୟ କମିଟି ସଭ୍ୟ ପ୍ରହ୍ଲାଦ ଚନ୍ଦ୍ର ସାହୁ , ବ୍ରଜବନ୍ଧୁ ସାହୁ , ଜିଲ୍ଲା କମିଟି ସଭ୍ୟ ନବକିଶୋର ପ୍ରଧାନ , ସୁବାସ ପ୍ରଧାନ , ମାନସ ପାଳ ପ୍ରମୁଖ ଉପସ୍ଥିତ ଥିଲେ ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
0

Leave a Reply