“ଗାନ୍ଧୀଙ୍କ ଓଡିଶା” ମଞ୍ଚସ୍ଥ

“ଗାନ୍ଧୀଙ୍କ ଓଡିଶା” ମଞ୍ଚସ୍ଥ

ଅନୁଗୁଳ – ପ୍ରାୟ ଏକ ବର୍ଷ ପରେ ମଞ୍ଚକୁ ଫେରିଛନ୍ତି କଳାକାର ଆଉ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଓଡିଶା ଅଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ମଞ୍ଚସ୍ଥ କରିଛନ୍ତି ନାଟକ ଗାନ୍ଧୀଙ୍କ ଓଡିଶା । ଅନୁଗୁଳ ସଭାଘର ଠାରେ ଅନୁଗୁଳର ନାଟ୍ୟ ଅନୁଷ୍ଠାନ ନାଟ୍ୟମ୍ ପକ୍ଷରୁ ଗାନ୍ଧୀଙ୍କ ଓଡିଶା ଆଗମନ ସମୟର ସମସ୍ତ ବିଷୟକୁ ନାଟକ ମାଧ୍ୟମରେ ପ୍ରଦର୍ଶନ କରିଥିଲେ । ଗାନ୍ଧୀଜୀ ଓଡିଶା ଆସି କିଭଳି ଲୋକଙ୍କୁ ସଚେତନ କରାଇବା ସହ ସ୍ଵରାଜ ଆନ୍ଦୋଳନ ପାଇଁ ପାଣ୍ଠି ଆଦାୟ କରିଥିଲେ ଏବଂ ତା ସହ କୁଟି ଖାଅ କାଟି ପିନ୍ଧର ବାର୍ତ୍ତା ଦେଇ ଛୁଆଁ ଅଛୁଆଁ ଭେଦଭାବ ଦୂର କରିବାକୁ ଚେଷ୍ଟା କରିଥିଲେ ତାହା ନାଟକ ମାଧ୍ୟମରେ ପ୍ରଦର୍ଶନ କରା ଯାଇଥିଲା । ଯାହାକି ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା । ଓଡିଆ ସିନେ ଜଗତର କଳାକାର ଅଶୋକ ଦାସ ଏବଂ ଅମରେଶ ନାଥ , ତପନ ଦାଶ , ପ୍ରତାପ ମାଝୀ , ବସନ୍ତ ଦାସ ଆଦି କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କ ମନଙ୍କୁ ବେଶ ଛୁଇଁଥିଲା । ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି ନାଟକକୁ ନାଟ୍ୟକାର ଶଙ୍କର ତ୍ରିପାଠୀ ରଚନା କରିଥିବା ବେଳେ ସୁଧାଂଶୁ ମୋହନ ଦ୍ଵିବେଦୀ ନିର୍ଦେଶନା ଦେଇଥିଲେ ।  

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply