ଅପରାଧ ମ୍ୟାନେଜର କରିଥିଲେ ନକଲି ବନ୍ଧୁକ ଦେଖାଇ ଲୁଟ – ମ୍ୟାନେଜର ସମେତ ୫ ଜଣ ଗିରଫ Angul OnlineDecember 12, 2024December 12, 2024 ଅନୁଗୁଳ – ଗତ ଅକ୍ଟୋବର ମାସ ୧୫ ତାରିଖରେ ନାଲକୋନଗର ଥାନା କୁଲାଡ଼ ଅଂଚଳରେ ଥିବା ଫ୍ଲିପ କାର୍ଟର ହବରେ କିଛି ଦୁର୍ବୃତ୍ତ ନକଲି ବନ୍ଧୁକ ଦେଖାଇ ଟଙ୍କା ଓ ହବ ରେ ଥିବା କିଛି ମୋବାଇଲ ଲୁଟ କରିଥିଲେ । ଏହି ଲୁଟେରା ଗ୍ୟାଙ୍ଗକୁ ପୁଲିସ କାବୁ କରିଛି । ନିଜେ ମ୍ୟାନେଜର ଏହି ଡକାୟତିର ମୁଖ୍ୟ ଅଭିଯୁକ୍ତ ବୋଲି ଜଣା ପଡ଼ିଛି । ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅନୁଗୁଳ ଏସ ପି ରାହୁଲ ଜୈନ । ସୂଚନା ଅନୁସାରେ ଢେ଼ଙ୍କାନାଳ ଗୁଣ୍ଡିଚାପଡାର ରାଜେଶ ପରିଡା ଫ୍ଲିପ କାର୍ଟ ହବ ରେ ମ୍ୟାନେଜର ଭାବେ କାମ କରୁଥିଲେ । ଏଠାରେ ମ୍ୟାନେଜର ରହି ଏହିଠାରୁ ଲୁଟ କରିବା ଯୋଜନା କରି କିଛି ଯୁବକଙ୍କୁ ସାମିଲ କରିବା ସହ ଅକ୍ଟୋବର ମାସ ୧୫ ତାରିଖରେ ନକଲି ବନ୍ଧୁକ ଓ ଛୁରୀ ଦେଖାଇ ପ୍ରାୟ ୫ ଲକ୍ଷ ଟଙ୍କା ଆଉ କିଛି ନୁଆଁ ମୋବାଇଲ ଲୁଟ କରିଥିଲେ । ଲୁଟ ହେବା ପରେ ନାଲକୋନଗର ଥାନା ପୁଲିସ ଅଭିଯୋଗ ପାଇ ତନାଘନା ଆରମ୍ଭ କରିଥିଲା । ଆଉ ତଦନ୍ତ ବେଳେ ମ୍ୟାନେଜର ସାମିଲ ଥିବା ଜଣା ପଡିଥିଲା । ମ୍ୟାନେଜରକୁ ଥାନାକୁ ଆଣି ପଚରାଉଚୁରା କରିବା ପରେ ସବୁ କଥା ମାନି ଯାଇଥିଲା ବୋଲି ଏସ ପି କହିଛନ୍ତି । ଏହି ଘଟଣାରେ ମ୍ୟାନେଜର ରାଜେଶ ପରିଡା ସମେତ ୫ ଜଣଙ୍କୁ ଗିରଫ କରା ଯାଇଛି । ଅନ୍ୟ ଅଭିଯୁକ୍ତ ମାନେ ହେଲେ ଢେଙ୍କାନାଳ ଜିଲାର ସତ୍ୟଜିତ ନାଏକ , ସମ୍ବିତ ନାଏକ , ରଣେନ୍ଦ୍ର ନାଏକ ଓ ମହାଜ୍ୟୋତି ନାଏକ । ସେମାନଙ୍କ ନିକଟରୁ ଏକ ଛୁରୀ , ଏକ ଖେଳନା ବନ୍ଧୁକ , ୨ ଟି ଚୋରି ମୋବାଇଲ ସମେତ ୬ ଟି ମୋବାଇଲ ଓ ୭୦ ହଜାର ଟଙ୍କା ଜବତ କରାଯାଇଛି । ଆଜି ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । Advertisement
ରଙ୍ଗ ନମ୍ବରରୁ ବିବିାହିତା ମହିଳାଙ୍କ ପ୍ରେମ – ଆଉ ପ୍ରତାରଣା ଅଭିଯୋଗରେ ପ୍ରେମିକ ଘର ଆଗରେ ଧାରଣା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋହିରାପଶି ଗ୍ରାମରେ ପ୍ରେମିକ ଘର ଆଗରେ ନିଜର ୩ ବର୍ଷର ପୁଅକୁ ଧରି ଗର୍ଭବତୀ ମା ଧାରଣାରେ ବସିଛନ୍ତି…
ଯୁବତୀଙ୍କୁ ଅଶ୍ଳୀଳ ଫଟୋ ପଠାଇ ବ୍ଲାକମେଲ – ଯୁବକ ଗିରଫ ତାଳଚେର – ପୂର୍ବତନ ପ୍ରେମିକାର ଅଶ୍ଳୀଳ ଫଟୋ ପଠାଇ ବ୍ଲାକମେଲ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ତାଳଚେର କୋଲିୟାରୀ ପୁଲିସ । ଗିରଫ ଯୁବକ…
ମୋଟରସାଇକେଲ ଚୋରୀ ଗ୍ୟାଙ୍ଗ ଗିରଫ – ୧୧ ମୋଟରସାଇକେଲ ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଆଦର୍ଶ ଥାନା ପୁଲିସ ତାଳଚେର ଏବଂ ଅନ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ୧୧ ଟି ଚୋରା ମୋଟରସାଇକେଲ…