ଖେଳ ଓ ଖେଳାଳି ଗଣପତ କପ୍ କ୍ରିକେଟ୍ – ମୁନ୍ ଏକାଦଶ ବିଜୟୀ Angul OnlineApril 18, 2023April 18, 2023 ଅନୁଗୋଳ – ସ୍ଥାନୀୟ ଅମଲାପଡ଼ା ଦୁର୍ଗାପୂଜା ପଡ଼ିଆରେ ଦ୍ବିତୀୟ ରାଜ୍ୟସ୍ତରୀୟ ଗଣପତ କପ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି । ଅନୁଗୋଳ ଫାଇଟର୍ସକୁ ହରାଇ ମୁନ୍ ଏକାଦଶ ଏହି ସମ୍ମାନଜନକ ପ୍ରତିଯୋଗିତାରେ ବିଜୟୀ ହୋଇଛି । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ । ଚମ୍ପିଆନ ଦଳକୁ ଟ୍ରଫି ସହ ୩୦ ହଜାର ଟଙ୍କା ଓ ରନର୍ସ ଅପ୍ ଦଳକୁ ଟ୍ରଫି ସହ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ଅନୁଗୁଳ ବାର୍ ଆସୋସିଏସନ ସଭାପତି ଦିଲୀପ ସାହୁ, ସମାଜସେବୀ କାଳିଆ ରଣା, କରଣ ସିଂହ ସିକ୍ୟୁରିଟି ସଂସ୍ଥାର ଇନ୍ଚାର୍ଜ ଭବାନୀ ଶଙ୍କର ନାୟକ ଯୋଗ ଦେଇଥିଲେ । ଗଣପତ୍ କ୍ଲବ୍ର ସଭାପତି ଚନ୍ଦ୍ରକାନ୍ତ ପ୍ରଧାନ, ସଂପାଦକ ସନ୍ଧାନ ଦାସ, ଉପସଭାପତି ଚନ୍ଦନ କୁମାର ସାହୁ, ଉପଦେଷ୍ଟା ତାପସ ରଂଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଫ୍ଲଡ୍ ଲାଇଟ୍ ତଳେ ହେଇଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ବଛାବଛା ୮ଟି ଦଳ ଭାଗ ନେଇଥିଲେ । ପ୍ରତିଯୋଗିତାକୁ ବୀରେନ୍ଦ୍ର ନାୟକ, ରବୀନ୍ଦ୍ର ସାହୁ, ବିଶ୍ବଜିତ ପ୍ରଧାନ, ରଂଜନ ସାହୁ, ପବିତ୍ର ଭଞ୍ଜ, ଲିବ୍ଲୁ ଜେନା, ସୁକାନ୍ତ ସାହୁ, କଲ୍ଲୋ କିଶୋର ପ୍ରଧାନ, ସୂର୍ଯ୍ୟକାନ୍ତ ପ୍ରଧାନ, ସୁବ୍ରତ ବାରିହା, ଅର୍ଦ୍ଦେନ୍ଦୁ ବିଶ୍ବାଳ, ସ୍ନେହାଂଶୁ ସାହୁ, ସୁଜିତ ବାରିକ, ବିଭୂତି ସାହୁ ପ୍ରମୁଖ ପରିଚାଳନା କରିଥିଲେ । Advertisement
ମର୍ଣ୍ଣିଷ୍ଟାର୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ – ଉଦ୍ଘାଟନୀ ମ୍ୟାଚ୍ରେ ତାଳଚେର ବିଜୟୀ ଅନୁଗୁଳ – ଅନୁଗୁଳ ମର୍ଣ୍ଣିଷ୍ଟାର୍ କ୍ରିକେଟ କ୍ଲବ ତରଫରୁ ଷଷ୍ଠ ମର୍ଣ୍ଣିଷ୍ଟାର୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ସ୍ଥାନୀୟ କଦମ ପଡ଼ିଆ ଠାରେ ଉଦ୍ଘାଟିତ ହୋଇଯାଇଛି । ଅନୁଗୁଳ…
ଏକଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରି ଗ୍ରାମରେ ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ରମେଶ ମେମୋରିଆଲ ନାମରେ ଅନୁଷ୍ଠିତ…
ଉଦଯାପିତ ହେଲା ଫୁଟସଲ – ୨୦୨୩ , ଜୋସ ଟିମ ଚମ୍ପିୟାନ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ଦ୍ଵାରା ଆୟୋଜିତ ହୋଇଥିବା ଆନ୍ତଃ ବିଭାଗୀୟ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ଫୁଟସଲ…