ନିଆଁରେ ପୋଡିଗଲା କବାଡି ଦୋକାନ

ତାଳଚେର – ହୁତୁହୁତୁ ହୋଇ ଜଳିଗଲା କବାଡି ଗୋଦାମ । ତାଳଚେର ପ୍ରମୋଦପ୍ରସାଦ ଠାରେ ଥିବା କବାଡି ଗୋଦାମରେ ନିଆଁ ଲାଗି ଗୋଦାମ ଭିତରେ ରହିଥିବା ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ମୁନା ସାଙ୍କ କବାଡି ଗୋଦାମ ପାଖରେ ରହିଥିବା ଶୁଖିଲା ଘାସ ବୁଦାରୁ ନିଆଁ ଲାଗି କବାଡି ଗୋଦାମରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ନିଆଁ ଲାଗି କବାଡି ଗୋଦାମ ଭିତରେ ରହିଥିବା ବିଭିନ୍ନ ଯନ୍ତ୍ରାଂଶ ସହ ବହୁ କବାଡି ଜିନିଷ ପୋଡି ପାଉଁଶ ହୋଇଯାଇଛି । ତେବେ ସେଠାରେ ରହି କାର୍ଯ୍ୟ କରୁଥିବା ଶ୍ରମିକ ମାନେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ରହିଛି । ନିଆଁ ଲାଗିବା ପରେ ସମଗ୍ର ଅଞ୍ଚଳ ଧୂଆଁମୟ ପରିବେଶ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ତାଳଚେର ଅଗ୍ନିଶମ ବିଭାଗର ତିନୋଟି ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *