ଗେଲ ଇଣ୍ଡିଆର ଏକ ପାଇପ ଲାଇନରୁ ଗ୍ଯାସ ଲିକ – ଭୟଭୀତ ଅଞ୍ଚଳବାସୀ

ଗେଲ ଇଣ୍ଡିଆର ଏକ ପାଇପ ଲାଇନରୁ ଗ୍ଯାସ ଲିକ – ଭୟଭୀତ ଅଞ୍ଚଳବାସୀ

ଅନୁଗୋଳ – ଅନୁଗୋଳ ଜିଲ୍ଲା ପିଙ୍ଗୁଆ ଠାରେ ଗ୍ୟାସ ପାଇପଳାଇନରୁ ଗ୍ୟାସ ଲିକ ହୋଇଥିଲା  ଯାହା ଫଳରେ ପିଙ୍ଗୁଆ ଲୋକ ଭୟଭୀତ ହୋଇ ପଡିଥିଲେ । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ପିଙ୍ଗୁଆ ଦେଇ ଧାମରାରୁ ବୋକାରୋକୁ ଗେଲ ଇଣ୍ଡିଆର ଏକ ପାଇପ ଲାଇନ ଯାଇଛି । ଏହି ପାଇପ ଲାଇନର ଏକ ଷ୍ଟକ ରୁମ ପିଙ୍ଗୁଆ ଠାରେ ରହିଛି । ଆଜି ଦିନ ପ୍ରାୟ ଗୋଟାଏ ବେଳେ ଏହି ଷ୍ଟକ ରୁମ ପାଖରୁ ହଠାତ ଗ୍ୟାସ ଲିକ ହୋଇଥିଲା । ଯାହାକି ଭୟଙ୍କର ଶବ୍ଦ ମଧ୍ୟ ହୋଇଥିଲା । ଏହା ଦେଖି ଗାଁ ଲୋକ ଭୟଭିତ ହୋଇ ପଡ଼ିଥିଲେ । ସେମାନେ ତୁରନ୍ତ ନାଲକୋନଗର ଥାନା ଓ ଅଗ୍ନିଶମ ବିଭାଗକୁ ଏ ନେଇ ସୂଚନା ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ଷ୍ଟକରୁମ ସାମ୍ନା ଦେଇ ଯାଇଥିବା ରାସ୍ତାରେ ଲୋକଙ୍କୁ ଯିବା ଆସିବା କରିବାକୁ ବାରଣ କରିଥିଲା । ପରେ ଅନୁଗୋଳ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚିଥିଲା । ପାଇପ ଲାଇନର  ଭାଲବ କଟି ସେହି ସ୍ଥାନରେ ଏହି ଲିକ ହେଉଥିଲା । ପ୍ରାୟ ୩ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ହେଲା ଏହି ଗ୍ୟାସ ଲିକ ହୋଇଥିଲା । ତେବେ ଗେଲ ଇଣ୍ଡିଆ ନିମ୍ନ ମାନର କାମ କରିଥିବା ଯୋଗୁଁ ଏଭଳି ହୋଇଛି ବୋଲି ଗାଁନଲୋକ ଅଭିଯୋଗ କରିଛନ୍ତି । ଆଉ ଏହି ଗ୍ୟାସ ଲିକ ଯୋଗୁଁ ଏବେ ମଧ୍ୟ ଲୋକ ଭୟଭୀତ ହୋଇ ପଡିଥିଲେ । ପ୍ରାୟ ୩ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଏହି ଗ୍ୟାସ ଲିକ ପରେ ଗେଲ ଇଣ୍ଡିଆ , ନାଲକୋ , ଜେ ଏସ ପି ଆଦି ପ୍ଲାଣ୍ଟର ନିରାପତ୍ତା ଅଧିକାରୀ ସହିତ ଗେଲ ଇଣ୍ଡିଆ ମୁଖ୍ୟ ପରିଚାଳକ ଓ ନିରାପତ୍ତା ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ଗ୍ୟାସ ଲିକ କୁ ବନ୍ଦ କରିଥିଲେ । ଭୟଭୀତ ଅବସ୍ଥାରେ ଥିବା ଆଖ ପାଖ ଗ୍ରାମବାସୀଙ୍କ ସହ ଉପଜିଲ୍ଲାପାଳ ପ୍ରତ୍ୟକ୍ଷ ଭାବେ ଆଲୋଚନା ଓ ବୁଝାସୁଝା କରି ସେମାନଙ୍କ ମନରୁ ଭୟ ଦୂର କରିଥିଲେ । ଏହା ଏକ ପ୍ରାକୃତିକ ଗ୍ୟାସ ହୋଇଥିବା ଯୋଗୁଁ ଖୁବ ଶିଘ୍ର ପବନରେ ମିଶିଯିବା ସହ ସାଧାରଣ ଜନଜୀବନ ଉପରେ କୌଣସି ଖରାପ ପ୍ରଭାବ ପକେଇବ ନାହିଁ ବୋଲି ପ୍ରସାଶନ କହିଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply