ଆମ ଓଡିଶା ସାତକୋଶିଆ ଗଣ୍ଡରେ ଛଡ଼ାଗଲା କୁମ୍ଭୀର ଶାବକ Angul OnlineNovember 24, 2024November 24, 2024 ଅନୁଗୁଳ – ମହାନଦୀ ସାତକୋଶିଆ ଗଣ୍ଡରେ ଛଡ଼ାଗଲା ୧୨ଟି ଘଡ଼ିଆଳ ଶାବକ । ବନ୍ୟାରେ ଭାସିଯିବା ଆଶଙ୍କା ଥିବାରୁ ଗତ ଜୁଲାଇ ମାସରେ ଏହି ଘଡ଼ିଆଳ ଛୁଆ ଗୁଡିକୁ ଉଦ୍ଧାର କରି ଟିକରପଡା ଠାରେ ଥିବା ଘଡ଼ିଆଳ ରେସକ୍ୟୁ ସେଣ୍ଟରରେ ରଖାଯାଇଥିଲା । ୬ ମାସ ସେମାନଙ୍କୁ ଉପଯୁକ୍ତ ଯତ୍ନରେ ରଖାଯିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ, ଆକାର ଏବଂ ନିଜେ ଶିକାର କରି ଖାଇବା ଯୋଗ୍ୟ ହେବାପରେ ପ୍ରାକୃତିକ ପରିବେଶରେ ଛାଡି ଦିଆଯାଇଛି । ସାତକୋଶିଆ ଡିଏଫଓ, ପ୍ରାଣୀ ଚିକିତ୍ସକ ଏବଂ ଜଣେ ବିଶେଷଜ୍ଞଙ୍କ ଉପସ୍ଥିତିରେ ଛଡା ଯାଇଛି । କୁମ୍ଭୀରଙ୍କ ମଧ୍ୟରେ ଘଡିଆଳ ଏକ ବିରଳ ପ୍ରଜାତି ଅଟନ୍ତି । ଏହି କୁମ୍ଭୀରଙ୍କ ସୁରକ୍ଷା ଓ ବଂଶ ବୃଦ୍ଧି ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଏପରିକି ସରକାରଙ୍କ ତରଫରୁ କିଭଳି ଏମାନଙ୍କ ବଂଶ ବୃଦ୍ଧି ହୋଇପାରିବ ଉଦ୍ୟମ ମଧ୍ୟ ଜାରି ରହିଛି । ହେଲେ ଦୁଃଖର ବିଷୟ ଏମାନଙ୍କ ବଞ୍ଚିବା ହାର ବହୁତ କମ ହୋଇଥାଏ । ତେଣୁ ଅନେକ ସମୟରେ ସଫଳ ହୋଇପାରେନାହିଁ । ରାଜ୍ୟର କେବଳ ମହାନଦୀ ସାତକୋଶିଆ ଗଣ୍ଡରେ ଏହି ପ୍ରଜାତିର କୁମ୍ଭୀର ଦେଖିବାକୁ ମିଳନ୍ତି । ଏଠାରେ ଘଡ଼ିଆଳ ମାନଙ୍କ ପାଇଁ ଉପଯୁକ୍ତ ପରିବେଶ ଥିବାରୁ ଗତ ଦୁଇ ବର୍ଷ ମଧ୍ୟରେ ନନ୍ଦନକାନନରୁ ପର୍ଯ୍ୟାୟ କ୍ରମେ ୧୮ଟି ଘଡ଼ିଆଳ ଛଡାଯାଇଥିଲା । ତେବେ ମହାନଦୀ ସାତକୋଶିଆ ଗଣ୍ଡରେ କିଛି ବର୍ଷ ହେଲା ଘଡ଼ିଆଳ ବଂଶ ବୃଦ୍ଧି ପାଇଁ ବହୁ ଉଦ୍ୟମ କରାଯାଉଛି । କିନ୍ତୁ ଆଖି ଦୃଶିଆ ସଫଳତା ମିଳିପାରୁନାହିଁ । ଏଠାରେ ପୂର୍ବରୁ ଥିବା ଏକ ମାତ୍ର ମା’ ଘଡ଼ିଆଳ ଲଗାତାର ୪ବର୍ଷ ହେଲା ଛୁଆ ଦେଉଛି । କିନ୍ତୁ ସେମାନଙ୍କୁ ସୁରକ୍ଷା ଦିଆଯାଇପାରୁନାହିଁ । ଆମ ଦେଶର ଚମ୍ବଲ ଓ ଗଣ୍ଡକ ନଦୀରେ ଯୋଜନା ମୁତାବକ ଘଡ଼ିଆଳ ସଂରକ୍ଷଣ କରାଯାଇଥିବାରୁ ସେଠାରେ ଆଶାତୀତ ଭାବେ ଘଡ଼ିଆଳ ସଂଖ୍ୟା ବଢିବାରେ ଲାଗିଛି । ସାତକୋଶିଆ ଗଣ୍ଡରେ ବଂଶ ବୃଦ୍ଧି ହୋଇ ପାରୁନଥିବା ଚିନ୍ତାର କାରଣ ହୋଇଛି । Advertisement
ରାତି ସମୟରେ ଦେବସ୍ନାନ ପୂର୍ଣ୍ଣିମାକୁ ବିରୋଦ୍ଧ ଅନୁଗୁଳ – ଜଗନ୍ନାଥ ଭକ୍ତ ସାମାଜ ଓଡିଶା ଶାଖା ପକ୍ଷରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ହେବାକୁ ଥିବା ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଚଳିତ ବର୍ଷ ରାତି ସମୟରେ…
ମହାନ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କର ଜୟନ୍ତୀ ପାଳିତ ଅନୁଗୁଳ – ଆଜି ପୂର୍ବାହ୍ନରେ ମହାନ ବିପ୍ଳବୀ , ସର୍ବୋଦୟ ନେତା , ବିଶିଷ୍ଟ ଜନନାୟକ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗୀୟ ନବକୃଷ୍ଣ ଚୌଧୁରୀଙ୍କର ଜିଲ୍ଲା…
ଭକ୍ତିମୟ ପରିବେଶରେ ଡୁବିଲା ଜିନ୍ଦଲ ନଗର ଅନୁଗୁଳ- ଦେବଭୂମି ରେ ବାହୁଡ଼ା ଯାତ୍ରା ଆଧ୍ୟାତ୍ମିକ ଏବଂ ଭକ୍ତିପୂର୍ଣ୍ଣ ପରିବେଶରେ ହଜାର ହଜାର ଶ୍ରଦ୍ଧାଳୁ ସମାବେଶରେ ସମ୍ପନ୍ନ ହୋଇଛି। ଏ ଅବସରରେ ଶ୍ରୀ ଜିଉ ମାନେ…