ଅନୁଗୁଳ – ରକ୍ତହୀନତାରୁ ସୁସ୍ଥ ହେବା ସହ ଶିକ୍ଷା ତଥା ଅନ୍ୟାନ୍ୟ ଅତିରିକ୍ତ ପାଠ୍ୟକ୍ରମ ଗତବିଧିରେ ସଫଳତାର ଏକ ଦୃଷ୍ଟାନ୍ତ ଭାବେ ପରିଚୟ ପାଇଥିବା ଦୁଇ ଜଣ ଗ୍ରାମୀଣ କିଶୋରୀଙ୍କୁ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ସ୍ଵୟଂପ୍ରଭା ସମ୍ମାନ ପ୍ରଦାନ କରା ଯାଇଛି I ଏହି ଅବସରରେ ଅନୁଗୁଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଏବଂ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀ , ସୁଶ୍ରୀ ଆଦ୍ୟସା ମହାପାତ୍ର ଏବଂ ସୁଶ୍ରୀ ପ୍ରିୟଦର୍ଶିନୀ ପରିଡାଙ୍କୁ ସ୍ଵୟଂପ୍ରଭା ସମ୍ମାନରେ ସମ୍ମାନିତ କରିଥିଲେ । କିଶୋରୀ ମାନଙ୍କ ମଧ୍ୟରେ ରକ୍ତହୀନତା ଦୂରୀକରଣ ନିମନ୍ତେ ନିଆ ଯାଇଥିବା ନିଆରା ପଦକ୍ଷେପ, କିଶୋରୀ ଏକ୍ସପ୍ରେସ ଦ୍ଵାରା ଏକଦା ଚିହ୍ନଟ କରାଯାଇଥିବା ଗମ୍ଭୀର ରକ୍ତହୀନତାର ଶିକାର ହୋଇଥିବା ଏହି ଦୁଇ ବାଳିକା ଆଜି ଖାଲି ଯେ ସେମାନେ ନିଜ ନିଜର ରକ୍ତ ହୀନତା ଏବଂ କୁପୋଷାଣ କବଳରୁ ରକ୍ଷା ପାଇପାରିଛନ୍ତି, ତାହା ନୁହେଁ, ଆଜି ସେମାନେ ଅନ୍ୟ ମାନେ ଯେ କିପରିଏହି ରକ୍ତହୀନତାରୁ ଦୂରେଇ ରହି ପାରିବେ, ସେଥି ସମ୍ବଧୀୟ ସଚେତନତାର ବାର୍ତା ନିଜ ସହ ପାଠୀ , ଗ୍ରାମ ଏବଂସମାଜରେ ପ୍ରସାର କରୁଛନ୍ତି । ଏହି ଅବସରରେ ଜେଏସପିଏଲ ଫାଉଣ୍ଡେସନ ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ ତାଙ୍କ ବାର୍ତା ମାଧ୍ୟମରେ ଏହି ଦୁଇ ବାଳିକାଙ୍କ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନେ ଆଗାମୀ ଦିନରେ ଯେ କିପରି ,ନିଜ ନିଜର ସ୍ଵାସ୍ଥ୍ୟର ଉଚିତ ଯତ୍ନ ନେବା ସହ ଶିକ୍ଷା ତଥା ଅତିରିକ୍ତ ପାଠ୍ୟକ୍ରମ ଗତବିଧିରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ।
ଜନ ଶିକ୍ଷଣ ସଂସ୍ଥାନରେ ବିଶ୍ଵ ମହିଳା ଦିବସ ପାଳନ
ଅନୁଗୁଳ – କେନ୍ଦ୍ର ସରକାରଙ୍କ ସ୍କିଲ ଇଣ୍ଡିଆ ଅଧୀନରେ ଥିବା ଜନ ଶିକ୍ଷଣ ସଂସ୍ଥାନ ଅନଗୁଳ ତରଫରୁ ସଂସ୍ଥାନର ସଭାଗୃହରେ ବିଶ୍ଵ ମହିଳା ଦିବସ ଅନୁଷ୍ଠିତ ହୋଇ ଯାଇଛି । ନିର୍ଦ୍ଦେଶିକା ଡାଃ ପ୍ରଜ୍ଞା ଏଲିନା ଭାଲେଣ୍ଟିନା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଶ୍ରୀମତି ସୁଜାତା କୁମାରୀ ପାଣ୍ଡେ , ଜନ ଶିକ୍ଷଣ ସଂସ୍ଥାନ ପରିଚାଳନା ବୋର୍ଡର ସଦସ୍ୟା ତଥା ମେମ୍ବର ପଠାଣି ସାମନ୍ତ ଏଡୁକେସନ୍ ଟ୍ରଷ୍ଟର ପ୍ରତିଷ୍ଠାତା , ଅନ୍ୟତମ ସମ୍ମାନୀୟ ଅତିଥି ଭାବେ ଶ୍ରୀମତି ଅର୍ଚନା ପଟ୍ଟନାୟକ , ଜନ ଶିକ୍ଷଣ ସଂସ୍ଥାନ ପରିଚାଳନା ବୋର୍ଡର ସଦସ୍ୟା ଏବଂ ଜିଲ୍ଲା ଆଞ୍ଛଳିକ ଅଭିଯୋଗ କମିଟିର ଅଧ୍ୟକ୍ଷା ଅତିଥି ଭାବେ ରୂପେ ଯୋଗ ଦେଇଥିଲେ । ନାରୀ ମାନେ କିପରି ସ୍ୱାବଲମ୍ବୀ ହେବା ସହ ନିଜର ଦକ୍ଷତା ବୃଦ୍ଧି କରିବା ସହ ନିଜର ସାମାଜିକ ଦାୟିତ୍ଵ କିପରି ନିର୍ବାହ କରି ପାରିବେ ସେ ଉପରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୫୦ ରୁ ଅଧିକ ଜଣ ପ୍ରଶିକ୍ଷୀକା ଓ ଉପଭୋକ୍ତା ଅଂଶ ଗ୍ରହଣ କରିବା ସହ ସେମାନଙ୍କୁ ନେଇ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଆୟୋଜନ ମଧ୍ୟ କରାଯାଇ ପୁରସ୍କାର ବିତରଣ କରାଯାଇ ଥିଲା । ଶେଷ ରେ ରାଉତାଳ ଗ୍ରାମ ର ପୂର୍ବତନ ଉପଭୋକ୍ତା ସଂଯୁକ୍ତା ପ୍ରଧାନ ଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସଂସ୍ଥାନ ତରଫରୁ ଏକ ସିଲେଇ ମେସିନ୍ ପ୍ରଦାନ କରାଯାଇ ଥିଲା ।
What’s your Reaction?
+1
+1
+1
+1
+1
+1
+1