ଖେଳ ଓ ଖେଳାଳିମୁଖ୍ୟ ଖବର ଅନୁଗୁଳ ଆସିବେ ଗୌତମ ଗାମ୍ଭୀର Angul OnlineDecember 19, 2022December 19, 2022 ଅନୁଗୁଳ – ଅନୁଗୁଳ ଆସିବେ ଗୌତମ ଗାମ୍ଭୀର । ଆସନ୍ତା ୨୫ ତାରିଖ ସେ ଅନୁଗୁଳ ଆସି ସ୍ଥାନୀୟ କଦମ ପଡ଼ିଆରେ ଅନୁଗୁଳ କ୍ରିକେଟ ସଂଘ ( ଏଡିସିଏ ) ର ୨୫ ବର୍ଷ ପୁର୍ତ୍ତି ଉପଲକ୍ଷେ ହେଉଥିବା ଜାତୀୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁସାରେ ଅନୁଗୁଳ କ୍ରିକେଟ ସଂଘର ୨୫ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ଏହି ଅବସରରେ ଆସନ୍ତା ୨୧ ତାରିଖ ଦିନ ୧୦ : ୩୦ ରୁ ଏକ ୨୦ – ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇ ୨୫ ତାରିଖରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ମହାମୁକବିଲାରେ ଓଡିଶା ପୋଷ୍ଟଲ , ସୋଲାର କ୍ରିକେଟ କ୍ଲବ , ୟୁନିୟନ ସ୍ମୋଚିଂ , ଜାମସେଦପୁର , ଅନୁଗୁଳ , କୋଲକାତା ରେଳବାଇ , ରାଇଜିଙ୍ଗ ଷ୍ଟୁଡେଣ୍ଟ , ଭିଲାଇ ଆଦି ଦଳ ଭାଗ ନେବାକୁ ସ୍ବୀକୃତି ଦେଇଛନ୍ତି । ସୋମବାର ସଂଘ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଥିନେଇ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସଙ୍ଘ ସଭାପତି ପ୍ରତାପ ପ୍ରଧାନ କହିଛନ୍ତି ସଂଘର ୨୫ ବର୍ଷ ପୁର୍ତ୍ତି ଅବସରରେ ଜିଲ୍ଲାର ବିଭିନ୍ନ କ୍ରିକେଟ ଦଳକୁ କ୍ରିକେଟ କୀଟ ବଣ୍ଟନ କରାଯିବ । ମୁଖ୍ୟତଃ ଜିଲ୍ଲାରେ ଡ୍ୟୁଜ ବଲ ଖେଳିବାକୁ ପ୍ରୋତ୍ସାହନ ଦେବାକୁ ଏଭଳି ଉଦ୍ୟମ କରାଯିବ । ଜୁନିଅର ପିଲାମାନଙ୍କୁ ତାଲିମ ଦେବାର ବ୍ୟବସ୍ଥା କରାଯାଇଛି । ସମାରୋହ ଅବସରରେ ସଂଘର ପୁରୁଣା ପ୍ରତିଷ୍ଠିତ ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ତେବେ ଏହି ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ଭାରତୀୟ ଦଳର ପୂର୍ବତନ କ୍ରିକେଟ ଗୌତମ ଗମ୍ଭୀର , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ସାଗର ମିଶ୍ର , ଉପସଭାପତି ପ୍ରଭାତ ସିହ୍ନା , ଅରୁଣ କୁମାର ପୁଷ୍ପାଳକ , ଯୁଗ୍ମ ସମ୍ପାଦକ ଗଙ୍ଗାଧର ପଟ୍ଟନାୟକ ତଥା ବରିଷ୍ଠ ସଦସ୍ୟ , ଶିବ ପ୍ରସାଦ ରାଉତ , ମାୟାଧର ମିଶ୍ର , ବିରେନ ସାମଲ , ଶେଖ ରଫିକ ପ୍ରମୁଖ ଉପସ୍ଥିତ ଥିଲେ । Advertisement
ଆସନ୍ତା ଚାରି ତାରିଖରୁ ହେମସୁରପଡା କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଗୁଳ – ଆସନ୍ତା ଡିସେମ୍ବର ୪ ତାରିଖରୁ ୧୧ ତାରିଖ ଯାଏ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ଆନୁକୂଲ୍ୟରେ ଟାଉନ ହାଇସ୍କୁଲ ପଡ଼ିଆରେ ହେମସୁରପଡା କପ ଫୁଟବଲ…
ଏକଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରି ଗ୍ରାମରେ ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ରମେଶ ମେମୋରିଆଲ ନାମରେ ଅନୁଷ୍ଠିତ…
ଅନୁଗୁଳ ମୋ ଖେଳର ଏନ୍ତୁଡିଶାଳ – ପ୍ରମୋଦ ଭଗତ ନାଲକୋନଗର – ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ନାଲକୋ ନଗର…