ଅପରାଧ ନାତିର ଠେଙ୍ଗା ମାଡ଼ରେ ଅଜା ମୃତ Angul OnlineMay 25, 2023May 25, 2023 ପାଲଲହଡା – ଅନଗୁଳ ଜିଲ୍ଲା ପାଳଲହଡା ଥାନା ବତିସୁଆଁ ପଞ୍ଚାୟତ ଅନ୍ତର୍ଗତ ହାତୀମୁଣ୍ଡ ଗାଁରେ ଅଭାବନୀୟ ଘଟଣା ଘଟିଛି । ପାରିବାରିକ ଗଣ୍ଡଗୋଳ ଯୋଗୁଁ ନାତିର ଠେଙ୍ଗା ମାଡ଼ରେ ଅଜାର ମୃତ୍ୟୁ ହୋଇଛି । ସେପଟେ ଅଭିଯୁକ୍ତ ନାତିକୁ ପାଲଲହଡା ପୁଲିସ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ହାତୀମୁଣ୍ଡ ଗାଁର ଧନୁରାମ ମହାକୁଡ଼, ଦୀର୍ଘ ଦିନ ହେବ ନିଜର ପୁଅ ବୋହୁ ଓ ନାତି ଓ ନାତୁଣୀ ବୋହୁ ସହିତ ରହି ଆସୁଥିଲା । ଗତ କିଛି ଦିନ ଧରି ନାତି ନବୀନ ମହାକୁଳ ପାରିବାରିକ ଗଣ୍ଡୋଗଳକୁ ନେଇ ଅଲଗା ରହି ଆସୁଥିଲେ । ଗତକାଲି ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ଉଭୟ ଅଜା ଓ ନାତି ମଧ୍ୟରେ ପୁଣି ଗଣ୍ଡଗୋଳ ହୋଇଥିଲା । ନାତି ନବୀନ ମହାକୁଡ଼ ଏତିକି ବେଳେ ରାଗି ଯାଇ ଏକ ଠେଙ୍ଗା ସାହାଯ୍ୟରେ ଧନୁରାମକୁ ବାଡେଇ ଥିଲା । ଫଳରେ ଷାଠିଏ ବର୍ଷୀୟ ବୃଦ୍ଧ ଧନୁରାମ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଗାଁ ଲୋକଙ୍କ ସହାୟତାରେ ପାଲଲହଡା ପୁଲିସ ଖବର ପାଇ ଆଜି ସକାଳୁ ଘଟଣା ସ୍ଥଳରେ ପହଂଚି ଥିଲା । ପୁଲିସ ହତ୍ୟା ଅଭିଯୁକ୍ତ ନାତି ନବୀନ ମହାକୁଡ଼କୁ ଘଟଣା ସ୍ଥଳରୁ ଗିରଫ କରିବା ସହ ମୃତଦେହକୁ ଉପଖଣ୍ଡ ଚିକିତ୍ସାଲୟକୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ କରୁଛି । ଘଟଣା ସ୍ଥଳରୁ ହତ୍ୟାରେ ବ୍ୟବହାର ହୋଇଥିବା ଠେଙ୍ଗାକୁ ମଧ୍ଯ ପୁଲିସ ଜବତ କରିଛି । Advertisement
ଗୋରୁ ବୋଝେଇ ଟ୍ରକ ଜବତ – ଦୁଇ ଗିରଫ ପାଲଲହଡା – ଟ୍ରକରେ ଗୋରୁ ଚୋରା ଚାଲାଣ ବେଳେ ଖବର ପାଇ ପାଲଲହଡା ପୁଲିସ ଚଢ଼ାଉ କରିଥିବା ବେଳେ ଟ୍ରକ ସହ ୨0 ଗୋରୁ ଜବତ କରିଛି…
ଚାରି ଡକାୟତ ଗିରଫ – ଜିଲ୍ଲାର ବିଭିନ୍ନ ସ୍ଥାନରେ ଡକାୟତି ଓ ଲୁଟ କରିଥିଲେ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ କବଜାରେ ୪ କୁଖ୍ୟାତ ଅପରାଧୀ ଧରା ପଡିଛନ୍ତି । ସେମାନଙ୍କ ନିକଟରୁ ୨ଟି ବନ୍ଧୁକ, ୫ଟି ହାତବୋମା ଓ…
ଗାନ୍ଧୀ ମାର୍ଗରୁ ଲୁଟିନେଲେ ୧୦ ଲକ୍ଷ ଟଙ୍କା ଅନୁଗୁଳ – ଅନୁଗୁଳ ଗାନ୍ଧୀ ମାର୍ଗରେ ଲୁଟ । ଦିନ ଦ୍ବୀପହରରେ ଲୁଟେରା ଲୁଟି ନେଲେ ୧୦ ଲକ୍ଷ ଟଙ୍କା । ସୂଚନା ଅନୁସାରେ ଗାନ୍ଧୀ ମାର୍ଗର…