ଅପରାଧ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର – ହତ୍ୟା ସନ୍ଦେହ Angul OnlineMarch 2, 2021March 2, 2021 ନାଲକୋନଗର – ଅନଗୁଳ ଥାନା ଅନ୍ତର୍ଗତ ଗୋପିନାଥପୁର ଗାଁ ପାଖ ଆମ୍ବତୋଟାରୁ ଏକ ଗଳିତ ଅର୍ଦ୍ଧ ଦଗ୍ଧ ମୃତଦେହ ସାଙ୍ଗକୁ ଏକ ପୋଡ଼ା ସାଇକେଲ ପଡିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଖବର ପାଇ ଅନଗୁଳ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଦଳ ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ବେଳେ ମୃତକ ଜଣଙ୍କ ହଣ୍ଡପା ଥାନା ଆଦିକଟା ଅଞ୍ଚଳର ସୁଶାନ୍ତ କୁମାର ରାଉଳ ବୋଲି ପୁଲିସ ଜାଣିବାକୁ ପାଇଥିଲା । ସୂଚନା ଅନୁସାରେ ସୁଶାନ୍ତ କୁମାର ରାଉଳ ନାଲକୋନଗର ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମରେ ଭଡାଘରେ ରହୁଥିଲେ । ସେ ୧୦ବର୍ଷରୁ ଅଧିକ ଦିନ ଧରି ନାଲକୋ ମୁଣ୍ଡା ହଟିଂରେ ତେଜରାତି ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ । ତେବେ ସେ ଗତ ୧୯ ତାରିଖଠାରୁ କେଉଁଆଡେ ପଳାଇ ଯାଇଥିବା ନେଇ ତାଙ୍କ ସ୍ତ୍ରୀ ସୁମତି ରାଉଳ ନାଲକୋନଗର ଥାନାରେ ରିପୋର୍ଟ୍ କରିଥିଲେ । ହେଲେ ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କୁ ହତ୍ୟା କରାଯାଇଥିବା ନେଇ ସୁଶାନ୍ତଙ୍କର ଭଣଜା ପ୍ରଣବ ସାହୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୁଲିସ ଏକ ମାମଲା ରୁଜ୍ଜୁ କରି ସୁଶାନ୍ତଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ତାହା ତଦନ୍ତ କରୁଛି । Advertisement
ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ଧାରଣାରେ ମହିଳା କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ ଭାଲିଆବେଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭାଲିଆବେଡା ଗ୍ରାମର ୩୫…
ସୁଶାନ୍ତକୁ ଏନକାଉଣ୍ଟର କାହିଁକି କଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସର ଏନକାଉଣ୍ଟର । ଏନକାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ ସୁଶାନ୍ତ ନାୟକ @ ଝାମୁ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…
ଠକେଇ କରି ବନ୍ଧା ହେଲେ ସ୍ଵାମୀ-ସ୍ତ୍ରୀ ଅନୁଗୁଳ – କମ୍ ଦାମରେ ରାଶନ ସାମଗ୍ରୀ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ଠକେଇ କରିଥିବା । ଅଭିଯୋଗରେ ବଅଁରପାଳ ବନ୍ଦା ଗ୍ରାମର ବିନୋଦିନୀ ମୁଦୁଲି ଓ…