ଛେଣ୍ଡିପଦା – ଆଜି ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପଞ୍ଚବଟି ହେଲଥ କ୍ଲିନିକ ଏବଂ ଲାବ ତରଫରୁ ଟାଙ୍ଗିରୀ ପଞ୍ଚାଯତ ସରପଞ୍ଚ ଅମରେଶ ନାଥଙ୍କ ଅନୁରୋଧରେ ବାରମଞ୍ଚା ଗ୍ରାମର ମା ଉମାଦେବୀ ପିଢ଼ ପ୍ରାଙ୍ଗଣରେ ଏକ ଅସ୍ଥିଶଲ୍ୟ ହେଲଥ କ୍ୟାମ୍ପ ଅନୁଷ୍ଠିତ ହେଇଥିଲା l ଏଥିରେ ୨୨୦ ଜଣ ରୋଗୀଙ୍କୁ ଡାକ୍ତର ଶ୍ରୀକାନ୍ତ କୁମାର ମିଶ୍ର ପରୀକ୍ଷା କରିଥିଲେ l ପଞ୍ଚବଟି ଓରଥୋ କେୟାର ତରଫରୁ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା l କାର୍ଯ୍ୟକ୍ରମ ଆରମ୍ଭରୁ ଗ୍ରାମର ବୟୋଜେଷ୍ଠ ଓ ଯୁବକ ମାନଙ୍କୁ ନେଇ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା l ପଞ୍ଚବଟି ହେଲଥ କ୍ଲିନିକର ମାଲିକ ତୁଳସୀ ବଲ୍ଲଭ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନରେ ଏହି କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ସମାପନ କରାଯାଇଥିଲା l ଏଥିରେ ବାରମଞ୍ଚl ଗ୍ରାମର ଅନେକ ଯୁବକ ସହଯୋଗ କରିଥିଲେ l
ପଞ୍ଚବଟି ଓରଥୋ କେୟାର ତରଫରୁ ହେଲଥ କ୍ୟାମ୍ପ ଅନୁଷ୍ଠିତ
