ମୋବାଇଲ୍ ଆପ୍ ଓ ଇଣ୍ଟରନେଟରେ ଲୋକଙ୍କୁ ମିଳିବ ସ୍ୱାସ୍ଥ୍ୟସେବା

ମୋବାଇଲ୍ ଆପ୍ ଓ ଇଣ୍ଟରନେଟରେ ଲୋକଙ୍କୁ ମିଳିବ ସ୍ୱାସ୍ଥ୍ୟସେବା

ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଏବେ ମୋବାଇଲ୍ ଆପ୍ ଓ ଇଣ୍ଟରନେଟରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ମିଳିବ । ଗ୍ରାମାଞ୍ଚଳ ଓ ଉପାନ୍ତ ଅଞ୍ଚଳର ଲୋକଙ୍କୁ ଏଭଳି ସୁବିଧା ଯୋଗାଇ ଦେବାକୁ ଶ୍ରୀ ବାଳକୃଷ୍ଣ ପଟ୍ଟନାୟକ ଟ୍ରଷ୍ଟ ଆଗେଇ ଆସିଛି । ଟ୍ରଷ୍ଟ ପକ୍ଷରୁ ରାଜ୍ୟର ପ୍ରଥମ ଡିଜିଟାଲ ସାସ୍ଥ୍ୟକେନ୍ଦ୍ର ରବିବାର ଡେରଜାଙ୍ଗ ଗ୍ରାମରେ ଉଦ୍‌ଘାଟିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ସ୍ୱର୍ଗତ ବାଳକୃଷ୍ଣ ପଟ୍ଟନାୟକଙ୍କ ସ୍ମତିରେ ତାଙ୍କ ଜନ୍ମସ୍ଥାନ ବଡ଼କେରଜାଙ୍ଗରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଆଜିଠୁ କାର୍ଯ୍ୟକ୍ଷମ ହୋଇଛି । ଏହାଦ୍ବାରା ଗ୍ରାମାଞ୍ଚଳର ଲୋକେ ଚିକିତ୍ସା ପାଇଁ କଟକ , ଭୁବନେଶ୍ୱର କିମ୍ବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସି ଖର୍ଚ୍ଚାନ୍ତ ହେବା ପରିବର୍ତ୍ତେ ନିଜ ଅଞ୍ଚଳରେ ରହି ସ୍ଵାସ୍ଥ୍ୟ ସେବା ପାଇପାରିବେ । ଭିଡିଓ କନ୍‌ଫରେନ୍ସି ଜରିଆରେ ସହରର ବଡ଼ ଡାକ୍ତରଙ୍କ ଠାରୁ ପରାମର୍ଶ ନେଇପାରିବେ । ରୋଗୀମାନେ ସେଠାରେ ପହଞ୍ଚି ଅନଲାଇନ୍ ମାଧ୍ୟମରେ ନିଜ ନାମ ପଞ୍ଜିକରଣ କରି ବିଭିନ୍ନ ମେସିନ୍ ଦ୍ଵାରା ତୁରନ୍ତ ପରୀକ୍ଷା ମଧ୍ୟ କରିପାରିବେ । ସଂଗୃହୀତ ନମୁନାକୁ ଲ୍ୟାବକୁ ପଠାଯାଇ ସେଠାରୁ ରୋଗୀମାନଙ୍କୁ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯିବ । ଅତ୍ୟାଧୁନିକ ମେସିନ ସହାୟତାରେ ରୋଗୀଙ୍କ ରକ୍ତ , ମଳ , ମୁତ୍ର , ଇସିଜି , ସୁଗାର ଭଳି ପରୀକ୍ଷା କରିପାରିବେ । ରୋଗୀ ନିଜର ସମସ୍ୟା ସମ୍ପର୍କରେ ଡାକ୍ତରଙ୍କ ସହିତ ସିଧାସଳଖ କିମ୍ବା ଭିଡିଓ କନ୍ଫରେନ୍ସି ଜରିଆରେ କଥା ହୋଇପାରିବେ । ରୋଗୀ ଖୁବ୍ କମ୍ ଫି ’ ଦେଇ ବିଶେଷଜ୍ଞଙ୍କ ପରାମର୍ଶ ନେଇପାରିବେ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଶ୍ରୀ ବାଳକୃଷ୍ଣ ପଟ୍ଟନାୟକ ଟ୍ରଷ୍ଟ ଓ ଗ୍ରାମ ଉନ୍ନୟନ କମିଟିର ମିଳିତ ସହଯୋଗରେ ଏହି ଯୋଜନା ସଫଳ ହୋଇପାରିଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply