ଅପରାଧ କାରର କାଚ ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ Angul OnlineDecember 20, 2024December 20, 2024 ଅନୁଗୁଳ – ଜନ ଗହଳିପୂର୍ଣ୍ଣ ସ୍ଥାନରୁ କାରର କାଚ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଅନୁଗୁଳ ଜିଲ୍ଲାପାଳ ସମ୍ମୁଖରେ ଏହି ଘଟଣା ଘଟିଥିବା ବେଳେ କାରର ଝରକା କାଚ ଭାଙ୍ଗି ପୁରା ଏକ ଲକ୍ଷ ଟଙ୍କା କୁଟ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଅନୁଗୁଳ ଜୁକୁବୁ ଗାଁର ସତ୍ୟବ୍ରତ ପ୍ରଧାନ ନାମକ ଜଣେ ବ୍ୟକ୍ତି ତାଙ୍କ ଭାଇଙ୍କ ସହ କାରରେ ଅନୁଗୁଳ ଆସିଥିଲେ । ସେ ଜାଗା ରେଜିଷ୍ଟ୍ରେସନ ପାଇଁ ପ୍ରଥମେ ପି ଏନ ବି ବ୍ୟାଙ୍କ ଯାଇ ପ୍ରାୟ ଏକ ଲକ୍ଷ ୪୦ ହଜାର ଟଙ୍କା ଉଠାଇ ଥିଲେ । ୪୦ ହଜାର ଟଙ୍କା ପକେଟରେ ରଖିଥିବା ବେଳେ ବାକି ଏକ ଲକ୍ଷ ଟଙ୍କା କାରର ଡ୍ୟାସବୋର୍ଡ ରେ ରଖିଥିଲେ । ବ୍ୟାଙ୍କରୁ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରେଜିଷ୍ଟ୍ରେସନ ଅଫିସ ଆସିଥିଲେ । ରାସ୍ତା କଡରେ ଗାଡି ରଖି ସେ ଅଫିସ ଭିତରକୁ ଯାଇ ଫେରିବା ପରେ ତାଙ୍କ କାରର କାଚ ଭଙ୍ଗା ଯାଇଥିବା ଦେଖି ପ୍ରଥମେ ଦେଖିଥିଲେ । ଡ୍ୟାସବୋର୍ଡ ଖୋଲି ଜାଞ୍ଚ କଲାପରେ ଟଙ୍କା ନଥିବା ଜାଣି ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । Advertisement
ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଅନୁଗୁଳ – ଫ୍ୟାନରେ ଝୁଲି ମହିଳାଙ୍କ ଆତ୍ମହତ୍ୟା । ସୂଚନା ଅନୁଯାୟୀ ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମର ଝୁନି ଅମାନ୍ତ ୨୨ବର୍ଷ ତଳେ କାଣ୍ଡସର ଗ୍ରାମରେ ବିବାହ…
ପାନ ଦୋକାନରୁ ବିପୁଳ ମଦ ଜବତ ଅନୁଗୁଳ – ଅନୁଗୁଳ ସହର ମିଶ୍ରପଡାର ଏକ ପାନ ଦୋକାନରେ ପୁଲିସର ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ । ଏହା ସହ ଦୋକାନୀ…
କୂଅ ଭିତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଅମାନ୍ତପୁର ଗାଁର ଏକ କୂଅ ଭିତରୁ ଯୁବକର ମୃତଦେହ ଉଦ୍ଧାର । ମୃତ ଯୁବକଙ୍କ ପରିଚୟ ମିଳିପାରି ନଥିବା…