ଖୁବଶୀଘ୍ର ହେବ ରାଜପଥ ମରାମତି – ଜିଲ୍ଲାପାଳ ଦେଲେ ସୂଚନା(ଭିଡିଓ)

ଖୁବଶୀଘ୍ର ହେବ ରାଜପଥ ମରାମତି – ଜିଲ୍ଲାପାଳ ଦେଲେ ସୂଚନା(ଭିଡିଓ)

ଅନୁଗୁଳ – ଅନୁଗୁଳ ଜିଲ୍ଲା ମଧ୍ୟରେ ଥିବା ୫୫ ନମ୍ୱର ଜାତୀୟ ରାଜପଥ ଦେଇ ଯିବା ଆସିବା ଏକ ପ୍ରକାର ଅସମ୍ଭବ ହୋଇ ପଡିଛି । ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଥିବା ବେଳେ ଦୈନଦିନ ଦୁର୍ଘଟଣା ଘଟି ଅନେକ ମୂଲ୍ୟବାନ ଜୀବନ ହାନି ହେଉଛି । ତେବେ ରାଜପଥ ମରାମତି ହେଉ ନଥିବାରୁ ଜିଲ୍ଲାବାସୀଙ୍କ ମନରେ ଅସନ୍ତୋଷ ତୀବ୍ର ରୂପ ଧାରଣ କରି ସାରିଛି । ଏଭଳି ପରିସ୍ଥିତିରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ରାଜପଥ ନିର୍ମାଣର ବିଳମ୍ବ କାରଣ ଜଣାଇବା ସହ ଖୁବ ଶୀଘ୍ର ରାଜପଥ ମରାମତି କମ ଆରମ୍ଭ ହେବ ବୋଲି କୁହା ଯାଇଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଏସପି ଜଗମୋହନ ମୀନା, ଏଡିଏମ୍ ରଜନୀକାନ୍ତ ସ୍ୱାଇଁ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟର ପ୍ରକଳ୍ପ ନିର୍ଦ୍ଦେଶକ ଏ ଏସ ରାଓ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ସ୍ୱାଇଁ କହିଲେ ପ୍ରଥମେ ଜାତୀୟ ରାଜପଥ ନିର୍ମାଣ କାମ ହାତକୁ ନେଇଥିବା ଗାୟତ୍ରୀ କମ୍ପାନୀ ଦେବାଳିଆ ହୋଇଯିବାରୁ କାମ ଆଗେଇ ପାରିନଥିଲା । ଏହା ପରେ ସାନି ଟେଣ୍ଡର ପ୍ରକ୍ରିୟା ଯୋଗୁଁ ପୁଣି କାମ ବିଳମ୍ବ ହେଲା । ନିକଟରେ ଏହି ଟେଣ୍ଡର ସମ୍ପୂର୍ଣ୍ଣ ହୋଇ ସବ କଣ୍ଟ୍ରାକ୍ଟ ସ୍ତରରେ ଅଛି । ଆସନ୍ତା ପନ୍ଦର ଦିନ ମଧ୍ୟରେ ଟେଣ୍ଡର ପ୍ରକ୍ରିୟା ସରି କାମ ଆରମ୍ଭ ବେଳକୁ ଜୁନ ମାସ ହେବ । ବୈଠକରେ ଏସପି ଶ୍ରୀ ମୀନା ରାଜପଥର ସର୍ବାଧିକ କ୍ଷତିଗ୍ରସ୍ତ ୫.୩ କିଲୋମିଟରର ୬ ଟି ବିଭିନ୍ନ ପ୍ୟାଚର ରାସ୍ତାକୁ ଅଗ୍ରାଧିକାର ଭିତରେ ମରାମତି କରାଯିବ ବୋଲି କହିଥିଲେ । ଜନସାଧାରଣକ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଚିହ୍ନଟ ହୋଇଥିବା କ୍ଷତିଗ୍ରସ୍ତ ପ୍ୟାଚଗୁଡିକୁ ଆସନ୍ତା ୬ ମାସ ମଧ୍ୟରେ ଏକ କାଳିନ ମରାମତି କରାଯିବ । ଗତ ବର୍ଷ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟିର ନିଜର କ୍ରମେ ଜାତୀୟ ରାଜପଥର ଏକ କାଳିନ ମରାମତି ନିମନ୍ତେ ନିଅନ୍ତି ନିଆଯାଇ ସରକାରଙ୍କୁ ଅନୁମତି ମଗାଯାଇଥିଲା । ଅନୁମତି ପ୍ରାପ୍ତ ସତ୍ତ୍ବେ ଦୁଇଟି ନିର୍ବାଚନ ( ପଞ୍ଚାୟତ ଓ ପୌର ନିର୍ବାଚନ) ପଡିଯିବାରୁ ମରାମତିର ଅଗ୍ରଗତି ହୋଇପାରିନଥିଲା । ଚଳିତ ବର୍ଷ ମାର୍ଚ୍ଚ ୨୭ ତାରିଖରେ ଟେଣ୍ଟର କାର୍ଯ୍ୟ ସରିଛି । ଖୁବ୍ ଶିଘ୍ର ସର୍ବେକ୍ଷଣ କାର୍ଯ୍ୟ ୧୫ ଏପ୍ରିଲ ମଧ୍ୟରେ ଶେଷ ହୋଇ ଆସନ୍ତା ୬ ମାସ ମଧ୍ୟରେ ଏକ କାଳିନ ମରାମତି କାର୍ଯ୍ୟ ଶେଷ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଚିହ୍ନଟ ହୋଇଥିବା କ୍ଷତିଗ୍ରସ୍ତ ପ୍ୟାଚ ଗୁଡିକର ମରାମତି ହେବ । ଏହି ପ୍ୟାଚ ଗୁଡ଼ିକ ମଧ୍ୟରେ ଜାତୀୟ ରାଜପଥ ୫୫ର ମହାପାତ୍ର ଏଣ୍ଟରପ୍ରାଇଜରୁ ବଅଁରପାଳ ପୋଲିସ ଷ୍ଟେସନ ୧୮୦୦ ମିଟର , ସି.ପି.ପି ଛଳରୁ ମାରୁତି ସୁଜୁକି ଶୋ ରୁମ୍ ୪୦୦ ମିଟର , କୁଲାଡରୁ ଏଫସିଆଇ ଛକ ୧୪୦୦ ମିଟର , ମାରୁତି ସୁଜୁକି ଶୋରମରୁ ଗୁପ୍ତା ଟାଇଲ୍ ୮୦୦ ମିଟର , ମାର୍ବଲ ମ୍ୟୁଜିୟମ ଠାରୁ ସହର ପର୍ଯ୍ୟନ୍ତ ୩୦୦ ମିଟର ଓ ହୁଲୁରୁସିଙ୍ଗା ପୋଲ ( ହନୁମାନ ମୂର୍ତ୍ତୀ ) ଠାରୁ ପଙ୍କଜ ଏଣ୍ଟର ପ୍ରାଇଜେସ ପର୍ଯ୍ୟନ୍ତ ୬୦୦ମିଟର , ଏହିପରି ଭାବେ ୫.୩ କି.ମି ରାସ୍ତାର ଆଶୁ ମରାମତି କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଥିଲେ । ଏଥିପାଇଁ ଡିଏମଏଫ୍ ଫଣ୍ଡରୁ ପ୍ରାୟ ସାତ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ପ୍ରକାଶ କରିଥିଲେ । ଏହି କାମ ଏନବିସିସି କରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଖୁବ୍ ଶୀଘ୍ର ଏହି କାମ ଆରମ୍ଭ ହେବ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସାଧରଣ  ଶ୍ରୀ ରଜନୀକାନ୍ତ ସ୍ଵାଇଁ , ଡେପୁଟି କଲେକ୍ଟର ଶ୍ରୀ ବୈତୁରା ଦୀପ , ଜାତୀୟ ରାଜପଥ ପ୍ରାଧିକରଣ ଢେଙ୍କାନାଳର କର୍ମକର୍ତ୍ତା ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

What’s your Reaction?
+1
2
+1
0
+1
1
+1
2
+1
8
+1
8
+1
2

Leave a Reply