ଆଞ୍ଚଳିକ କର୍ତ୍ତବ୍ୟ ବେଳେ ହୋମଗାର୍ଡଙ୍କ ମୃତ୍ୟୁ Angul OnlineJune 13, 2021June 13, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ମହକୁମାର ହୋମଗାର୍ଡ ଅଫିସରେ ରାତି ଡିୟୁଟି କରୁଥିବା ଜଣେ ୫୫ ବର୍ଷୀୟ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି । ମୃତକ ଶରଧା ପୁର ଗାଁର ଶ୍ରୀବତ୍ସ ସାହୁ । ସେ ପ୍ରତ୍ୟେକ ଦିନ ହୋମଗାର୍ଡ ଅଫିସର କ୍ୟାଣ୍ଟିନରେ ଡିୟୁଟି କରୁଥିଲେ । ଗତକାଲି (ଶନିବାର) ରାତି ମଧ୍ୟ ସେ ସେଠାରେ ଡ୍ୟୁଟି କରୁଥିବା ବେଳେ ସକାଳେ ଶୋଇଥିବା ଅବସ୍ଥାରେ ତାଙ୍କୁ ଉଧାର କରାଯାଇଥିଲା । ତାଙ୍କୁ ଉଠାଇବାରୁ ସେ ନ ଉଥିବାରୁ ଅନ୍ୟ କର୍ମଚାରୀଙ୍କ ସନ୍ଦେହ ହୋଇଥିଲା । ଏବଂ ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । Advertisement
କୋଇଲା ଖଣିରେ ଦୁର୍ଘଟଣା – ଜଣେ ମୃତ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଭୁବନେଶ୍ଵରୀ କୋଇଲା ଖଣି ୨ ନମ୍ବର ସାଇଡିଂ ଠାରେ କୋଇଲା ଵୋଝେଇ ହାଇୱା ମାଡିଯିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି…
କୋଭିଡ ହସ୍ପିଟାଲ ପାଇଁ ଚିଠି ଲେଖିଲେ ଉପ-ବାଚସ୍ପତି ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ଓଡିଶା ବିଧାନସଭାର ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଜିଲ୍ଲାରେ ଦୁଇଟି କୋଭିଡ…
ରାସ୍ତାରେ ଗାଡି ପାର୍କିଂକଲେ – ଅଭିଯୋଗ କରିବାରୁ ଦମ୍ପତ୍ତିଙ୍କୁ ମାଡ ଅଭିଯୋଗ ଅନୁଗୁଳ – ରାସ୍ତାରେ ଗାଡି ରଖି ରାସ୍ତା ଛାଡିଲେ ନାହିଁ , ଯିବା ଆସିବା କରିବାରେ ଅସୁବିଧା ହେବା ପରେ ଦୋକାନୀଙ୍କୁ କହିବାରୁ ଦମ୍ପତ୍ତିଙ୍କୁ ମାଡ ମାରିଲେ…