ଚୋରି କରିବା ବେଳେ ଘର ମାଲିକ ପଳାଇ ଆସିବାରୁ ଆକ୍ରମଣ କରି ଲୁଟ

ସୂଚନା ଅନୁସାରେ ଦେଉଳବେଡା ଅଞ୍ଚଳର ଅଶୋକ ଦାସଙ୍କ ପରିବାରବର୍ଗ ଆଜି ଏକ ନିର୍ବନ୍ଧରେ ଯୋଗ ଦେବାକୁ ଘର ତାଳ ପକାଇ ଯାଇଥିଲେ । ସନ୍ଧ୍ୟା ପ୍ରାୟ ୬.୩୦ ବେଳେ ଅଶୋକ ଓ ତାଙ୍କ ଭଣଜା ଘରକୁ ଫେରି ଦେଖନ୍ତି ତ ଘରର କବାଟ ଖୋଲା ଅଛି । ଭିତରକୁ ଯିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଚୋରି କରୁଥିବା ଦେଖି ପାଟି କରିଥିଲେ । ତେବେ ଦୁଇ ଦୁର୍ବୃତ୍ତ ହଠାତ ଏକ ଭୁଜାଲିରେ ଅଶୋକଙ୍କ ଭଣଜା ଅସିତ ଧଳଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଭୟରେ ଅଶୋକ ଓ ତାଙ୍କ ଭଣଜା କିଛି କରିବା ପୂର୍ବରୁ ଦୁଇ ଦୁର୍ବୃତ୍ତ ଘରର ଆଲମୀରା ଭାଙ୍ଗି ପ୍ରାୟ ଏକ ଲକ୍ଷ ଟଙ୍କା ଓ ଲକ୍ଷାଧିକ ଟଙ୍କା ମୂଲ୍ୟର ଗହଣା ନେଇ ଚମ୍ପଟ ମାରିଥିଲେ । ପରେ ଅଶୋକ ଏ ନେଇ ତାଳଚେର କୋଲିୟାରୀ ପୁଲିସକୁ ଖବର ଦେଇଥିଲେ । ଭଣଜାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଇବା ସହ ଘଟଣା ସ୍ଥଳରେ କୋଲିୟାରୀ ପୁଲିସ ପହଂଚି ତଦନ୍ତ କରୁଛି ।

Advertisement

Leave a Reply

Your email address will not be published. Required fields are marked *