ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ ଏହାର ବହୁ ପ୍ରତୀକ୍ଷିତ ଇଲେକ୍ଟ୍ରିକ୍ ସ୍କୁଟର ପାଇଁ ଏକ ରୋମାଞ୍ଚକର ନୂଆ ଟିଜର ଉନ୍ମୋଚନ କରିଛି । ଯାହା ଆକ୍ଟିଭା ଇଲେକ୍ଟ୍ରିକ୍ କିମ୍ବା eActiva ନାମରେ ନାମିତ ହେବ ବୋଲି ଆଶା କରାଯାଉଛି । ଏହି ଟିଜର, ଏଲଇଡି ହେଡଲାଇଟ୍ କୁ ଆଲୋକିତ କରି ଏକ ଆଧୁନିକ ଏବଂ ବିଶୋଧିତ ଡିଜାଇନ୍ ଆଭିମୁଖ୍ୟକୁ ସୂଚିତ କରୁଛି । ନଭେମ୍ବର 27, 2024 ରେ ଅଫିସିଆଲ୍ ଭାବେ ଏହି ଦୁଇ ଚ୍କିଆ ଜାନ ଲଞ୍ଚ୍ ହୋଇପାରେ । ଏହା ଭାରତୀୟ ବୈଦ୍ୟୁତିକ ଦୁଇ ଚକିଆ ବଜାରରେ ହୋଣ୍ଡାର ମହତ୍ପୂର୍ଣ୍ଣ ପଦକ୍ଷେପ ଅଟେ । ହୋଣ୍ଡାର ଆଗାମୀ ବୈଦ୍ୟୁତିକ ଗାଡି , ସମାନ ସ୍ତରର ବିଶ୍ୱାସ, କାର୍ଯ୍ୟଦକ୍ଷତା ଏବଂ ନିର୍ଭରଯୋଗ୍ୟତା ଆଣିବ ବୋଲି ଆଶା ରଖା ଯାଇଛି ।
What’s your Reaction?
+1
+1
+1
+1
+1
3
+1
+1