ବାଣିଜ୍ୟ Honda Activa EV – ଫୁଲ୍ ଚାର୍ଜରେ ଚାଲିବ 102KM Angul OnlineNovember 27, 2024November 27, 2024 ଅନୁଗୁଳ – ହୋଣ୍ଡା ମୋଟର ସାଇକେଲ ଓ ସ୍କୁଟର ଇଣ୍ଡିଆ ଭାରତୀୟ ବଜାରରେ 2ଟି ଇଲେକ୍ଟ୍ରିକ୍ ସ୍କୁଟରର ଲଞ୍ଚ୍ ହୋଇଛି । କମ୍ପାନୀ ଏହି 2 ଇଲେକ୍ଟ୍ରିକ ସ୍କୁଟରର ବ୍ୟାଟେରୀ ଓ ରେଞ୍ଜ ସ୍ପଷ୍ଟ କରିଛି । ହୋଣ୍ଡା ଆକ୍ଟିଭା ଇଲେକ୍ଟ୍ରିକ , ଇ-ଆକ୍ଟିଭା’ ରେ ଡୁଆଲ ସ୍ପାପେବଲ ବ୍ୟାଟେରୀ ଦିଆଯିବ । ଯାହାକୁ ଖୁବଶୀଘ୍ର ଫୁଲ୍ ଚାର୍ଜ କରାଯାଇପାରିବ । ଏହା ଥରେ ଚାର୍ଜ ହେଲେ 102ରୁ 104କିମି ପର୍ଯ୍ୟନ୍ତ ଚାଲିବ । ଏଥିରେ ସ୍ପୋର୍ଟ ମୋଡ ମଧ୍ୟ ରହିବ ।ଅନ୍ୟ ଦେଶଗୁଡ଼ିକରେ ହୋଣ୍ଡା ଏହାର ଇଲେକ୍ଟ୍ରିକ ସ୍କୁଟର ଚଲାଉଥିବା ବେଳେ ଭାରତର ପ୍ରଥମ ଥର ପାଇଁ ଡେବ୍ୟୁ କରିଛି । ହୋଣ୍ଡା ଇଲେକଟ୍ରିକ ଆକ୍ଟିଭାରେ 2 ଟ୍ରିମ ଲେଭଲରେ ଆସିବ । ବେସ୍ ଭାରିଏଣ୍ଟଟି TFT ଡିସପ୍ଲେ ଓ ହାୟର ଟ୍ରିମରେ ମଲ୍ଟି-କଲର ସ୍କ୍ରିନ ମିଳିବ । ଏଥିରେ ଆପଣ ଟର୍ଣ୍ଣ-ବାଏ-ଟର୍ଣ୍ଣ ନାଭିଗେସନ ଓ ମ୍ୟୁଜିକ କଣ୍ଟ୍ରୋଲ ଫିଚର ରହିବ । ଏଥିରେ LED ଲାଇଟିଂ ସେଟଅପ୍, ଏଲଇଡି ହେଡଲାଇଟ୍ ଓ ଟେଲ୍ ଲାଇଟ୍ ଓ ଟର୍ଣ୍ଣ ଇଣ୍ଡିକେଟର ରହିବ । ଏହାବାଦ ଆଲଏ ହ୍ବିଲ, ଫ୍ରଣ୍ଟ ଡିସ୍କ ବ୍ରେକ ଓ ରିଅର ଡ୍ରମ ବ୍ରେକ୍ ରହିବ । ଏହାର ଡିଜାଇନ ସ୍ଲିକ୍ ରହିବ । ସମ୍ଭବତଃ EICMA 2024ରେ ପ୍ରଦର୍ଶିତ Honda CUV e: ପରି ରହିପାରେ ।ହୋଣ୍ଡାର ଲଞ୍ଚ୍ ହେବାକୁ ଥିବା ଅନ୍ୟ ଇଲେକ୍ଟ୍ରିକ ସ୍କୁଟର QC1 1.5kwh ଫିକ୍ସଡ ବ୍ୟାଟେରୀ ପ୍ୟାକ ସହିତ ଆସିପାରେ । ଥରେ ଚାର୍ଜ ହେଲେ ଏହା 80କିମି ପର୍ଯ୍ୟନ୍ତ ଯିବ । ଆପଣ ଏହାକୁ ନିଜ ଘରେ 330 ୱାଟ୍ ଅଫ ବୋର୍ଡ ହୋମ ଚାର୍ଜରରେ ଚାର୍ଜ କରିପାରିବେ । ସୁରକ୍ଷା ଲାଗି ଏହି ଚାର୍ଜର ଅଟୋ-କଟ୍ ଟେକ୍ନୋଲୋଜି ସହିତ ଆସିଛି । ଏହି ସ୍କୁଟର 0-80% ଚାର୍ଜ ହେବା ଲାଗି 4ଘଣ୍ଟା 30 ମିନିଟ ସମୟ ଲାଗିବ । ଫୁଲ୍ ଚାର୍ଜ ପାଇଁ 7ଘଣ୍ଟା ସମୟ ଲାଗିବ । ଆପଣ ଏହି ସ୍କୁଟରକୁ ସର୍ବାଧିକ ବେଗ ଘଣ୍ଟା ପ୍ରତି 50କିମିରେ ଚଲାଇପାରିବେ । ଏଥିରେ ଷ୍ଟାଣ୍ଡାର୍ଡ ଓ Eco ଡ୍ରାଇଭିଂ ମୋଡ୍ ରହିଛି ।QC1 ଫିଚର ବିଷୟରେ କହିଲେ ଏହା 5-ଇଞ୍ଚ୍ LCD ଡିସପ୍ଲେ, ଏକ USB ଟାଇପ୍-ସି ଆଉଟଲେଟ୍, ଏବଂ ସର୍ବାଧିକ ସୁବିଧା ପାଇଁ ଏକ 26 ଲିଟର ଅଣ୍ଡର-ସିଟ୍ ଷ୍ଟୋରେଜ୍ ବାକ୍ସ ଦିଆଯାଇଛି । ଏଥିରେ କ୍ଲିୟର ୱିଙ୍କର (ଟର୍ଣ୍ଣ ଇଣ୍ଡିକେଟର), LED ହେଡଲ୍ୟାମ୍ପ ଓ ଟେଲ୍ ଲ୍ୟାମ୍ପ ଆସିବ । ଏହା 5ଟି ରଙ୍ଗ ଯେପରିକି Pearl Serenity Blue, Pearl Misty White, Matt Foggy Silver Metallic, Pearl Igneous Black ଓ Pearl Shallow Blue ରଙ୍ଗରେ ଉପଲବ୍ଧ । https://angulonline.com/wp-content/uploads/2024/11/WhatsApp-Video-2024-11-27-at-13.23.06.mp4 Advertisement
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ମିଳିଲା ଓଡିଶାର ଉତ୍କଳ ବି-୧ ଓ ବି-୨ କୋଇଲା ବ୍ଲକ ଭୁବନେଶ୍ବର – କୋଇଲା ଖଣି ନିଲାମ ପ୍ରକ୍ରିୟାରେ ଶ୍ରୀ ନବୀନ ଜିନ୍ଦଲ ନେତୃତ୍ଵାଧୀନ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ଓଡିଶାର ଅନୁଗୁଳ-ତାଳଚେର କୋଇଲା ଅଂଚଳର ଉତ୍କଳ…
କୋଭିଡ ରିଲିଫ୍ ପଦକ୍ଷେପ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ସିଏସଆର ହେଲଥ ଇମ୍ପାକ୍ଟ ଆୱାର୍ଡ ଭୁବନେଶ୍ୱର – କୋଭିଡ ରିଲିଫ୍ ପଦକ୍ଷେପ ପାଇଁ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ସିଏସଆର ହେଲଥ ଇମ୍ପାକ୍ଟ ଗୋଲ୍ଡ ପୁରସ୍କାର ମେଗା…
ଅନୁଗୁଳ ଶପିଂ ଫେଷ୍ଟିଭାଲ ଉଦଘାଟିତ ଅନୁଗୁଳ – ଅନୁଗୁଳ ବିଜୁ ମୈଦାନ ପରିସରରେ ୫ମ ଅନୁଗୁଳ ଶପିଂ ଫେଷ୍ଟିଭାଲ ଉଦଘାଟିତ ହୋଇଯାଇଛି । ଆଜିର ଉଦଘାଟନୀ ଉତ୍ସବରେ ଅନୁଗୁଳ ଓକିଲ ସଂଘର ସଭାପତି…