ପ୍ରଶାସନର ଚଢ଼ାଉ – ମଦ ଦୋକାନ ସମେତ ହୋଟେଲ ସିଲ , ଜୋରିମାନା ଆଦାୟ

ପ୍ରଶାସନର ଚଢ଼ାଉ – ମଦ ଦୋକାନ ସମେତ ହୋଟେଲ ସିଲ , ଜୋରିମାନା ଆଦାୟ

ଅନୁଗୁଳ – ଅନୁଗୁଳ ବହୁମୁଖୀ ଶୃଙ୍ଖଳାଗତ ଟିମ୍ ପକ୍ଷରୁ ଆଜି ଅନୁଗୁଳ ଓ ନାଲକୋର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବାସି ଖାଦ୍ୟ ବିକୁଥିବା ଓ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ଦେଉଥିବା କାରଣରୁ ୩ଟି ଦୋକାନ ସିଲ୍‌ କରା ଯାଇଛି । ଏହା ସହ ୫ଟି ଦୋକାନରୁ ୩୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ସେହିପରି ଚଢ଼ା ଦରରେ ମଦ ବିକୁଞ୍ଚିବାରୁ ଗୋଟିଏ ମଦ ଦୋକାନକୁ ସିଲ୍ କରାଯାଇଛି । ଅନୁଗୁଳ ତହସିଲଦାର ବିମଳ ଲେଙ୍କାଙ୍କ ନେତୃତ୍ୱରେ ଆଜି ଏହି ଟିମ୍ ପ୍ରଥମେ ବସଷ୍ଟାଣ୍ଡ ଅଞ୍ଚଳରେ ଚଢ଼ଉ କରିଥିଲା । ଅନୁଗୁଳ ବସଷ୍ଟାଣ୍ଡରେ ଥିବା ମଦ ଦୋକାନ ଧାର୍ଯ୍ୟ ଦରଠାରୁ ଅଧିକ ଦରରେ ମଦ ବିକୁଥିବା ବେଳେ କର୍ମଚାରୀଙ୍କର ପରିଚୟପତ୍ର ନ ଥିଲା । ସେହିପରି ମଦର ଦର ତାଲିକା ଦୋକାନ ଆଗରେ ଲଗାଯାଇ ନଥିଲା । ତେଣୁ ଏହି ଦୋକାନକୁ ସିଲ୍ କରି ଦିଆଯାଇଛି । ବସଷ୍ଟାଣ୍ଡ ରେ ଥିବା ୩ ଟି ହୋଟେଲ୍‌ରେ ବାସି ଖାଦ୍ୟ ଦିଆଯାଉଥିବା ଯାଞ୍ଚ ସମୟରେ ଜଣାପଡ଼ିଥିଲା । ଏହି ହୋଟେଲ ଗୁଡ଼ିକରେ ଅସ୍ବାସ୍ଥ୍ୟକର ପରିବେଶ ଥିବା ବେଳେ ବିଭିନ୍ନ ରାସାୟନିକ ରଙ୍ଗ ଖାଦ୍ୟରେ ମିଶ୍ରଣ ହେଉଥିବା ଜଣା ପଡିଥିଲା । ତେଣୁ ଏହାକୁ ସିଲ୍ କରାଯାଇଛି ସେହିପରି ଅସ୍ବାସ୍ଥ୍ୟକର ଖାଦ୍ୟ ବିକୁଥିବା ୫ଟି ହୋଟେଲ୍ ଉପରୁ ୩୩ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ବସଷ୍ଟାଣ୍ଡରେ ଥିବା ଫଳ ଦୋକାନୀ ରଖୁଥିବା ଓଜନ ମାପ ମେସିନର କାଗଜପତ୍ର ନ ଥିବାରୁ ୫ ଜଣଙ୍କଠାରୁ ୬ ହଜାର ଟଙ୍କା ଆଦାୟ କରାଯାଇଛି । ଏହା ବିଶ୍ଵକର୍ମା ପୂଜା ପାଇଁ ନାଲକୋ ନଗରରେ ପଡିଥିବା ବିଭିନ୍ନ ଖାଦ୍ୟ ଷ୍ଟଲ ଗୁଡିକରେ ମଧ୍ୟ ଜାଞ୍ଚ କରାଯାଇଥିବା ଜଣା ପଡ଼ିଛି ।

What’s your Reaction?
+1
0
+1
0
+1
1
+1
0
+1
4
+1
2
+1
0

Leave a Reply