ମୁଖ୍ୟ ଖବର ଅଗ୍ନିକାଣ୍ଡରେ ଜଳିଗଲା ଘର – ନିଆଁରେ ପୋଡ଼ି ହୋଇ ଜଣେ ଗୁରୁତର Angul OnlineMarch 15, 2023March 15, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପାତ୍ରପଡା ଗ୍ରାମରେ ବିଦ୍ୟୁତ ସର୍ଟସର୍କିଟ ହୋଇ ଘରେ ନିଆଁ ଲାଗିବା ସହ ଏହି ନିଆଁରେ ପୋଡ଼ି ହୋଇ ଜଣେ ଗୁରୁତର ହୋଇଛନ୍ତି । ପାତ୍ରପଡା ଗ୍ରାମ ଗଡଭିତର ସାହିର ସଞ୍ଜୟ ଦେହୁରୀଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା । ଏହା ଦେଖି ସଞ୍ଜୟ ଘରେ ଥିବା ଜିନିଷ ପତ୍ର ଘରୁ ବାହାରକୁ ଆଣୁଥିବା ବେଳେ ହଠାତ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଫଳରେ ତାଙ୍କ ମୁହଁ ଏବଂ ବାମ ହାତ ପୋଡ଼ି ଯାଇଥିଲା । ପଡୋଶୀ ମାନେ ସଞ୍ଜୟଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅପରପକ୍ଷେ ଚାଳରୁ ନିଁଆ ସାରା ଘରକୁ ବ୍ୟାପିବା ସହ ପାଖରେ ଥିବା ମଙ୍ଗୁଳୁ ଦାସଙ୍କ ଘର ଆଂଶିକ ଭାବେ ପୋଡ଼ି ଯାଇଛି । ଏହା ଦେଖି ଗ୍ରାମବାସୀ ମାନେ ଘଟଣାସ୍ଥଳରେ ପହଁଚି ନିଁଆକୁ ଆୟତ୍ତ କରିବାକୁ ଉଦ୍ୟମ କରିବା ସହିତ ଛେଣ୍ଡିପଦା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଁଆକୁ ସଂପୂର୍ଣ୍ଣ ଭାବେ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ସଞ୍ଜୟ ଦେହୁରୀଙ୍କ ୨ ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳ ଘରର ସମସ୍ତ ଆସବାବପତ୍ର ଏପରିକି ଦଶମଶ୍ରେଣୀ ପରୀକ୍ଷା ଦେଉଥିବା ସଞ୍ଜୟଙ୍କ ଝିଅର ଆଡମିଟ କାର୍ଡ ମଧ୍ଯ ପୋଡ଼ି ନଷ୍ଟ ହୋଇ ଯାଇଛି । Advertisement
ସମାଜସେବୀ ଚିନ୍ମୟୀଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ସୁନାମଧାନ୍ୟ ସମାଜସେବୀ ତଥା ମାନବ ସେବାଶ୍ରମର ମୁଖ୍ୟ କିନ୍ନର ଚିନ୍ମୟୀ ଦାସଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ମହିଳା ଡାକ୍ତର…
ଟଙ୍କା ପାଇଁ ମା’କୁ ହତ୍ୟା କଲା ପୁଅ ଅନୁଗୁଳ – ଟଙ୍କା ଆଗରେ ତୁଚ୍ଛ ହୋଇଛି ସମ୍ପର୍କ । ମା‘କୁ ପିଟି ପିଟି ହତ୍ୟା କରିଛି ପିଶାଚ ପୁଅ । ଏଭଳି ଅଭାବନୀୟ ଘଟଣା ଅନୁଗୁଳ…
ନର୍ସିଂ କଲେଜର ହଷ୍ଟେଲ୍ ରେ ଫାଟିଲା ଗ୍ଯାସ ଟାଙ୍କି ଅନୁଗୁଳ – ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ଅଞ୍ଚଳର ଇନ୍ଦ୍ରହରିନଗରରେ ଥିବା ଏକ ନର୍ସିଂ କଲେଜର ହଷ୍ଟେଲ୍ ରେ ଗ୍ୟାସ୍ ଟାଙ୍କି ଫାଟି ଅଗ୍ନିକାଣ୍ଡ ହୋଇଛି ।…