ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଲୁହାସିଙ୍ଗା ପଞ୍ଚାୟତର ତେନ୍ତୁଳି ପଦର ଗ୍ରାମରେ ଗୁରୁବାର ଅପରାହ୍ନ ରେ ୨୦ ବଖରା ଘର ଭସ୍ମୀଭୂତ ହୋଇଯାଇଛି । ଆଠମଲ୍ଲିକ ଅଗ୍ନିଶମ ବାହୀନି ତେନ୍ତୁଳି ପଦର ଗ୍ରାମରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । ଏହି ଅଗ୍ନି କାଣ୍ଡରେ ୮ ଟି ପରିବାର ସମ୍ପୂର୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛନ୍ତି । ବରଯାତ୍ରୀ ଅସାବଧାନତା ହୋଇ ବାଣ ଫୁଟାଇବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ପ୍ରଥମେ ଗ୍ରାମର ଅବଧୂତ ସାହୁଙ୍କ ଘରେ ନିଆଁ ଧରିଥିଲା । ଦମକଳ ବାହୀନି ପହଞ୍ଚି ନିଆଁ କୁ ଆୟତ୍ତ କରି କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେତେବେଳକୁ ୨୦ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇ ସାରିଥିଲା । ଏହି ଅଗ୍ନି କାଣ୍ଡରେ ଗ୍ରାମର ଅଚ୍ୟୁତ ସାହୁ ,ଅମାନ୍ତ ସାହୁ ,ଅବଧୂତ ସାହୁ ,ଅଧିକାରୀ ସାହୁ, ହାଡିବନ୍ଧୁ ସାହୁ,ଦାନେଶ୍ୱର ସାହୁ, ବିଜୟ ସାହୁ, ଓ ନଭେମ୍ବର ସାହୁ ଙ୍କ ଆସବାବ, ପତ୍ର ଖାଦ୍ୟ ଶସ୍ୟ, ଟଙ୍କା,ସୁନା ଜଳି ପୋଡ଼ି ପାଉଁଶ ହୋଇ ଯାଇଛି । ଖବର ପାଇ ଘଟଣା ସ୍ଥଳରେ ଅତିରିକ୍ତ ତହସିଲଦାର କେ ଭେଙ୍କେଟେଶ୍ୱର୍ ରାଓ ,ରାଜସ୍ବ ନୀରିକ୍ଷକ କ୍ଷୟ କ୍ଷତି ଆକଳନ ଚଳାଇଛନ୍ତି ।
ବରଯାତ୍ରୀ ରୋଷଣୀ ବାଣରେ ଜଳିଗଲା ୨୦ ବଖରା ଘର
