ଅପରାଧ ବିପୁଳ ପରିମାଣର ବାଣ ଜବତ – ଜଣେ ଅଟକ Angul OnlineNovember 4, 2021November 4, 2021 ତାଳଚେର – ରାଜ୍ୟ ଓ କେନ୍ଦ୍ର ସରକାର କୋରାନା ମହାମାରୀ ପାଇଁ ବାଣ ବିକ୍ରି ନ କରିବାକୁ କଡା ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ତାଳଚେର ହାଟତୋଟା ସ୍ଥିତ ମ୍ୟୁନିସପାଲିଟି ମାର୍କେଟ କମ୍ପ୍ଲେକ୍ସରେ ବାଣ ବିକ୍ରି ହେଉଥିବା ବେଳେ ପ୍ରଶାସନ ବିପୁଳ ପରିମାଣର ବାଣ ଜବତ କରିଛି । ମ୍ୟୁନିସପାଲିଟି ମାର୍କେଟ କମ୍ପ୍ଲେକ୍ସର ରୁମ ନଂ-୦୯ ରୁ ଏହି ବିପୁଳ ପରିମାଣର ଗଛିତ ଥିବା ବେଆଇନ ବାଣ ଜବତ କରା ଯାଇଛି ।ଏଠାରେ ବେନିୟମ ଭାବେ ବାଣ ବିକ୍ରି ହେଉଥିବା ଖବର ପାଇ ତାଳଚେର ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତରେ ତାଳଚେର ପୁଲିସ ଓ ପୌର ପାଳିକା କର୍ମଚାରୀ ମାନେ ଚଢ଼ାଉ କରିଥିଲେ । ଏବଂ ଏଠାରେ ମହଜୁଦ ପେଟି ପେଟି ବାଣ ଜବତ କରିଥିଲେ । ଆଉ ଏହି ବେନିୟମ ଭାବେ ବାଣ ଗଛିତ ରଖିବା ଅଭିଯୋଗରେ ଜଣଙ୍କୁ ପୁଲିସ ଅଟକ କରିଥିବା ଜଣା ପଡିଛି । Advertisement
ଦୁଷ୍କର୍ମ ଉଦ୍ୟେଶରେ କଲେଜ ଛାତ୍ରୀଙ୍କୁ ହତ୍ୟା – ୨ ନାବାଳକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଗିରିଧିବାସିଆ ନାଳ ନିକଟରେ ଶନିବାର ହୋଇଥିବା ଲୋମଟାଙ୍କୁରା ହତ୍ୟା ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ଗିରିଧିବାସିଆ…
ଜୁଆଆଡା ଉପରେ ପୁଲିସର ଚଢ଼ାଉ, ୩ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲିପଟା ମେଡିକାଲ ପଛପଟେ ଚଢ଼ାଉ କରି ଟଙ୍କା ସହିତ ୩ ଜଣ…
ଘରେ ନିଆଁ ଲଗାଇ ହତ୍ୟା ଘଟଣା – ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ପିଟିସି ଛକ ସନ୍ତୋଷୀ ମା ମନ୍ଦିର ନିକଟରେ ୨୦୧୬ ମସିହାରେ ପୂର୍ବ ଶତ୍ରୁତାରୁ ଘରେ ଶୋଇଥିବା ବେଳେ ଛବି ନାଏକ ନାମକ ଜଣେ…