ମୁଖ୍ୟ ଖବର ଚାକିରୀରୁ ବେଆଇନ ବହିଷ୍କାର ବିରୁଦ୍ଧରେ ଆମରଣ ଅନଶନ Angul OnlineNovember 2, 2022November 2, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଜଣ ଯୁବକ ଆମରଣ ଅନଶନରେ ବସିଛନ୍ତି । ସେମାନଙ୍କୁ ଚାକିରୀରୁ ବେଆଇନ ଭାବେ ବହିଷ୍କାର କରା ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ତାଳଚେର ରେଞ୍ଜ୍ ସିପୁର ସେକ୍ସନ୍ ରେ ଅଜିତ କୁମାର ସାହୁ ଓ ଅନ୍ୟ ଦୁଇ ଜଣ ଯୁବକ କାର୍ଯ୍ୟ କରୁଥିଲେ । ତେବେ ଦୁଇ ମାସ ହେବ ବିନା କୌଣସି ନୋଟିସରେ ଏମାନଙ୍କୁ ଚାକିରୀରୁ ବହିଷ୍କାର କରି ଦିଆ ଯାଇଥିଲା । ଚାକିରୀରୁ ବହିଷ୍କାର ପଛର କାରଣ ମଧ୍ୟ ସେମାନଙ୍କୁ ଦିଆ ଯାଇ ନଥିଲା । ଉପରିସ୍ଥ ଅଧିକାରୀଙ୍କୁ ଏ ନେଇ ପଚରା ଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ବାଧ୍ୟ ହୋଇ ଜିଲ୍ଲା ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ଆମରଣ ଅନଶନରେ ବସିବା ସହ ସେମାନଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି । Advertisement
ଶଶୁର ଘର ଗାଁରେ ଗଲା ଜ୍ଵାଇଁ ଜୀବନ – ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଶ୍ୟାମସୁନ୍ଦରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଶ୍ବଶୁର ଘର ଗାଁକୁ ବୁଲି ଆସିଥିବା ବେଳେ ଜ୍ବାଇଁର ଜୀବନ…
ଖଣିରେ ଦୁର୍ଘଟଣା – ଜଣେ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ କୋଇଲା ଖଣିର ସାଇଲୋ ରାସ୍ତାରେ MCL ର ପାଣି ଡମ୍ଫର ମାଡିଯାଇ ଜଣେ ଖଣି କର୍ମଚାରୀଙ୍କ ମୃତ୍ୟୁ…
ପାଠ ପଢିବାକୁ ଯାଇଥିଲେ , ଶବ ହୋଇ ଫେରିଲେ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କଞ୍ଜରା ଗ୍ରାମର ଛାତ୍ର ଶୁଭ୍ରାଂଶୁ ଦେହୁରୀ (ପିପୁ) ଜେଇ ମେନ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୯୯.୩୪% ରଖି ସାରା…