ଅପରାଧ ଜଙ୍ଗଲରୁ ବନ୍ଧୁକ ଏବଂ ଧନୁ ତୀର ସହ ଶିକାରୀ ଗିରଫ Angul OnlineJune 17, 2021June 17, 2021 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ବନାଞ୍ଚଳର ନିଜିଗଡ଼ ସଂରକ୍ଷିତ ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ୨ ଜଣ ଶିକାରୀଙ୍କୁ ଗିରଫ କରିଛି ପାଲଲହଡା ବନବିଭାଗ । ସୂଚନା ଅନୁସାରେ ଜଙ୍ଗଲକୁ ଶିକାର କରିବାକୁ ସ୍ଥାନୀୟ ବଧମୁଣ୍ଡା ଗ୍ରାମର ପ୍ରାୟ ୪୦ ରୁ ୫୦ ଜଣ ଲୋକ ଯାଇଥିଲେ । ପାଲଲହଡ଼ା ବନବିଭାଗ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ସୂଚନା ପାଇ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଅତର୍କିତ ଚଢାଉ ଫଳରେ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଗିରଫ ବ୍ୟକ୍ତି ମାନେ ହେଲେ ପାଲଲହଡା ଥାନା ବଧମୁଣ୍ଡା ଗ୍ରାମର ନଟବର ମହାନ୍ତ ଓ ଡିଲେଶ୍ଵର ମହାନ୍ତ । ଗିରଫ ବ୍ୟକ୍ତିଙ୍କ ଠାରୁ ଦେଶୀ ବନ୍ଧୁକ , ଧନୁ ତୀର ସମେତ ଶିକାରରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ସେମାନଙ୍କ ବିରୋଧରେ ଭାରତୀୟ ବନ୍ୟପ୍ରାଣୀ ସଂରକ୍ଷଣ ନିୟମ ମୁତାବକ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ପାଲଲହଡା ରେଞ୍ଜର ପ୍ରତ୍ୟେକ ଅଞ୍ଚଳରେ ପେଟ୍ରୋଲିଂକୁ ଜୋରଦାର୍ କରି ଫେରାର ଲୋକ ମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପାଲଲହଡ଼ା ରେଞ୍ଜର ସୂଚନା ଦେଇଥିଲେ । Advertisement
ଯୌତୁକ ଜନିତ ହତ୍ୟା ମାମଲାରେ ହତ୍ୟାକାରୀକୁ ସଶ୍ରମ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ଶରଧାପୁର ଗାଁର ଭାରତୀ ପରିଡା ୨୦୧୫ ମସିହାରେ କୁମଣ୍ଡ ଭଣ୍ଡୁବର ଗାଁର ପହଲି ପରିଡାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ।…
ସହର ଉପକଣ୍ଠରୁ ୧୦୦ କେଜି ଗଞ୍ଜେଇ ଜବତ – ୨ ଗିରଫ ଅନୁଗୁଳ – ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଅନୁଗୁଳ ଅବକାରୀ ବିଭାଗ ହାବୁଡ଼ରେ ଧରା ପଡିଲେ ଦୁଇ ଗଞ୍ଜେଇ ବେପାରୀ । ସେମାନଙ୍କ ନିକଟରୁ…
ତିନି ଆନ୍ତଃଜିଲ୍ଲା ଡକାୟତ ଗିରଫ – ଜିଲ୍ଲାରେ ୧୯ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା କରିଥିଲେ ଲୁଟ ଛେଣ୍ଡିପଦା-ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସକୁ ମିଳିଛି ବଡ଼ ସଫଳତା l ୭ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଠାବ କରିବା ସହିତ ୩ ଜଣଙ୍କୁ ଗିରଫ କରିବାରେ…