ଅପରାଧ ଠକେଇ କରି ବନ୍ଧା ହେଲେ ସ୍ଵାମୀ-ସ୍ତ୍ରୀ Angul OnlineJune 26, 2024June 26, 2024 ଅନୁଗୁଳ – କମ୍ ଦାମରେ ରାଶନ ସାମଗ୍ରୀ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ଠକେଇ କରିଥିବା । ଅଭିଯୋଗରେ ବଅଁରପାଳ ବନ୍ଦା ଗ୍ରାମର ବିନୋଦିନୀ ମୁଦୁଲି ଓ ତାଙ୍କ ସ୍ଵାମୀ ଉପେନ୍ଦ୍ର ମୁଦୁଲିଙ୍କୁ ଗିରଫ କରିଛି ବଅଁରପାଳ ପୁଲିସ । ପୁଲିସ କହିବା ଅନୁସାରେ କଟକ ଜିଲ୍ଲା ଗୋବିନ୍ଦପୁର ଗ୍ରାମର ଜଣେ ମହିଳା ବଅଁରପାଳସ୍ଥିତ ଏକ କ୍ଲିନିକରେ ଚାକିରି କରିଛନ୍ତି । ବନ୍ଦା ଗ୍ରାମର ବିନୋଦିନୀଙ୍କ ସହିତ ତାଙ୍କର ପରିଚିତ ହୋଇଥିଲା । ପରିଚୟ ପରେ ବିନୋଦିନୀ ୩ ଲକ୍ଷ ୫୦ ହଜାର ଟଙ୍କା ଦେଲେ କମ୍ ଦାମରେ ରାଶନ ସାମଗ୍ରୀ ଯୋଗାଇ ଦେବେ ବୋଲି ଅଭିଯୋଗକାରୀ ମହିଳାଙ୍କୁ ପ୍ରଲୋଭନ ଦେଖାଇଥିଲେ । ତାଙ୍କ ପ୍ରଲୋଭନରେ ପଡି ଅଭିଯୋଗକାରିଣୀ ମହିଳା ବିନୋଦିନୀଙ୍କୁ ଗତ ନଭେମ୍ବର ୩୦ରେ ଏକ ଆକାଉଣ୍ଟ ମାଧ୍ୟମରେ ଟଙ୍କା ଦେଇଥିଲେ । ହେଲେ ଟଙ୍କା ଦେବାର ଦିନ ପରେ ଦିନ ଗଡି ଚାଲିଥିଲେ ମଧ୍ୟ ରାଶନ ସାମଗ୍ରୀ ନ ମିଳିବାରୁ ଅଭିଯୋଗକାରୀ ମହିଳା ବିନୋଦିନୀଙ୍କୁ ଟଙ୍କା ଫେରସ୍ତ ପାଇଁ କହିଥିଲେ । ଟଙ୍କା ଫେରସ୍ତ ମାଗିବାରୁ ବିନୋଦିନୀଙ୍କ ସ୍ବାମୀ ଉପେନ୍ଦ୍ର ମୁଦୁଲି ଅଶ୍ରାବ୍ଯ ଭାଷା ଖାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଫଳରେ ମହିଳା ଜଣଙ୍କ ବାଧ୍ୟ ହୋଇ ପୁଲିସର ଦ୍ଵାରସ୍ଥ ହୋଇଥିଲେ । ପୁଲିସ ଘଟଣାର ତଦନ୍ତ କରି ବିନୋଦିନୀ ଓ ତାଙ୍କ ସାମୀ ଉପେନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୂର୍ବରୁ ଏପରି ଠକେଇ ଅଭିଯୋଗରେ ବିନୋଦିନୀ ଜେଲ ଯାଇଥିବା ପୁଲିସ କହିଛି । Advertisement
ବ୍ରାଉନସୁଗାର କାରବାର – କୋଶଳାରୁ ଟ୍ଵିନ ସିଟି କଟକ – କଟକ ଜିଲ୍ଲା ବାଙ୍କି ପୁଲିସ ଷ୍ଟେସନ ଅଧିନରେ ଥିବା ଅଂଶୁପା ହ୍ରଦ ନିକଟରୁ ଆଜି ଏସ ଟି ଏଫ କୁ ବଡ ଧରଣର ସଫଳତା…
ବିପୁଳ ପରିମାଣର ଦେଶୀ ମହୁଲି ମଦ ଏବଂ ମୋଟରସାଇକେଲ ଜବତ – ୫ ଗିରଫ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରେ ଶନିବାର ବଇଣ୍ଡା ଏବଂ ଆଠମଲ୍ଲିକ ଅବକାରୀ ବିଭାଗ ଚଢ଼ାଉ କରି ଥିଲା I ଚଢାଉ ବେଳେ ସଦାନନ୍ଦପୁର…
ଅମାନିଆଙ୍କ ଠାରୁ ଆଦାୟ ହେଲାଣି ୭୬ ଲକ୍ଷ ଟଙ୍କା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ଦ୍ରୁତ ଗତିରେ କାୟା ବିସ୍ତାର କରୁଥିବା ବେଲେ ଏହି ଦ୍ରୁତ ଗତିରେ ବ୍ରେକ୍ ଲଗାଇବା ପାଇଁ ଲକଡାଉନ୍ ଓ ସପ୍ତାହନ୍ତ…