ପ୍ରେମିକ ସହ ସ୍ତ୍ରୀ ଫେରାର ହୋଇଯିବା ପରେ ଆତ୍ମହତ୍ୟା କଲେ ସ୍ୱାମୀ

ପ୍ରେମିକ ସହ ସ୍ତ୍ରୀ ଫେରାର ହୋଇଯିବା ପରେ ଆତ୍ମହତ୍ୟା କଲେ ସ୍ୱାମୀ

 

ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ଲଙ୍ଗୁଳି ଗ୍ରାମରେ ଜୈନେକା ବିବାହିତା ମହିଳା ତାଙ୍କ ସ୍ୱାମୀ ଓ ଦୁଇ ସନ୍ତାନ ଛାଡି ପ୍ରେମିକ ସହ ଫେରାର ହୋଇ ଯିବାପରେ ଏହାକୁ ସହ୍ୟ କରି ନପାରି ସ୍ୱାମୀ ଘରେ ଥିବା ଫିନାଇଲ ପିଇ ଆତ୍ମହତ୍ୟା କରିଥିବା ଜଣା ପଡିଛି l ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କ ହେଲେ ଛେଣ୍ତିପଦା ଥାନା ଲଙ୍ଗୁଳି ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ ବୋଲି ସୁଚନା ମିଳିଛି l ସୁଚନା ଅନୁସାରେ ଲଙ୍ଗୁଳି ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ ନିଶା ଶିଳ୍ପାଞ୍ଚଳ ଥାନା କାଳିଆକଟା ଗ୍ରାମର ବିନୋଦିନି ପ୍ରଧାନଙ୍କୁ ୧୦ ବର୍ଷ ତଳେ ବୈଦିକ ରିତିରେ ବିବାହ କରିଥିଲେ ଏବଂ ତାଙ୍କର ୨ଟି ପୁତ୍ର ସନ୍ତାନ ମଧ୍ୟ ରହିଛନ୍ତି  l ୨ ବର୍ଷ ତଳେ ଛେଣ୍ତିପଦା ଥାନା ଡାହିବର ଗ୍ରାମର ବାଲା ବେହେରାଙ୍କ ପୁଅ ବାପି ବେହେରାଙ୍କ ସହିତ କୃଷ୍ଣଚନ୍ଦ୍ରଙ୍କ ବନ୍ଧୁତା ହୋଇ ଥିଲା l ଅନେକ ସମୟରେ ବାପି କୃଷ୍ଣଚନ୍ଦ୍ରଙ୍କ ଘରକୁ ଯିବା ଆସିବା କରିବା ସମୟରେ ବାପିର କୃଷ୍ଣଚନ୍ଦ୍ରଙ୍କ ସ୍ତ୍ରୀ ବିନୋଦିନିଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା l ଏହି ଘଟଣାକୁ ନେଇ ଅନେକ ଥର ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା l ତେବେ ଗତ ୧୬ ତାରିଖ ସନ୍ଧ୍ୟା ୭ଟା ବେଳେ ସ୍ତ୍ରୀ ବିନୋଦିନି ପ୍ରେମିକ ବାପି ସହିତ ଫେରାର ହୋଇଯାଇଥିଲା l ଏହା ସହ୍ୟ କରି ନପାରି ସ୍ତ୍ରୀ ଘର ଛାଡି ଯିବାପରେ ସ୍ୱାମୀ କୃଷ୍ଣଚନ୍ଦ୍ର ଫିନାଇଲ ପିଇଦେଇଥିଲେ l ଏହା ଦେଖି ପରିବାର ଲୋକେ ତୁରନ୍ତ କୃଷ୍ଣଚନ୍ଦ୍ରଙ୍କୁ ପ୍ରଥମେ ଛେଣ୍ତିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l କୃଷ୍ଣଚନ୍ଦ୍ରଙ୍କର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ l ତେବେ ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା l ତେବେ ପରିବାର ଲୋକେ କୃଷ୍ଣଚନ୍ଦ୍ରଙ୍କ ମୃତଦେହକୁ ଘରକୁ ଆଣିବା ପରେ ଗାଁ ମଶାଣିରେ ଶବ ସତ୍କାର କରି ଥିଲେ l ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣା ପଡିଛି l କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯିବା ସହିତ ଏ ଘଟଣା ଛେଣ୍ତିପଦା ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l

What’s your Reaction?
+1
0
+1
0
+1
0
+1
0
+1
4
+1
0
+1
2

Leave a Reply