ଅପରାଧ ବଧୁ ହତ୍ୟା ମାମଲାରେ ସ୍ୱାମୀ , ଶାଶୁ ଓ ଶଶୁରକୁ ଆଜୀବନ କାରାଦଣ୍ଡ Angul OnlineAugust 9, 2023August 9, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଫେବୃଆରୀ ମାସ ୨ ତାରିଖ ୨୦୨୦ ମସିହାରେ ହୋଇଥିବା ଏକ ଯୌତୁକ ଜନିତ ବଧୁ ହତ୍ଯା ମାମଲାରେ ସ୍ୱାମୀ , ଶାଶୁ ଓ ଶଶୁରକୁ ଆଜୀବନ କାରାଦଣ୍ଡରେ ଅତିରିକ୍ତ ଜିଲ୍ଲା ଦୌରା ଜଜ ଦଣ୍ଡିତ କରିଛନ୍ତି । ସୁଚନା ଅନୁସାରେ , ଢେଙ୍କାନାଳ ଜିଲ୍ଲା କନ୍ତିଓ ଗ୍ରାମର ସ୍ବର୍ଣ୍ଣପ୍ରଭା ପରିଡା ଗତ ୨୦୧୯ ମସିହାରେ ବଅଁରପାଳ ଥାନା ଜୋରାଗାଡ଼ିଆ ଗ୍ରାମର ବିକ୍ରମ ରାଉତଙ୍କ ସହ ଘରୁ ପଳାୟନ କରି ଭୁବନେଶ୍ୱରରେ ରହିଥିଲେ । ପରେ ଘର ଲୋକଙ୍କ ସହମତିରେ ଭଦ୍ରଲୋକଙ୍କ ଉପସ୍ଥିତିରେ ଅନୁଗୁଳ ବୁଢୀ ଠାକୁରାଣୀ ମନ୍ଦିରରେ ବିବାହ କରିବା ସହ ନୋଟାରୀ ବିବାହ କରିଥିଲେ । ଏହା ପରେ ଉଭୟ ସ୍ୱାମୀ-ସ୍ତ୍ରୀ ଜୋରାଗାଡିଆ ଗାଁ ବିକ୍ରମଙ୍କ ଘରେ ରହିଥିଲେ । ତେବେ ୨୦୨୦ ମସିହା ଫେବୃଆରୀ ମାସ ୨ ତାରିଖରେ ସ୍ୱର୍ଣ୍ଣପ୍ରଭାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ସ୍ୱର୍ଣ୍ଣପ୍ରଭାଙ୍କ ବାପା ଓ ପରିବାର ଘଟଣା ସ୍ଥଳରେ ପହଞ୍ଚିବା ସହ ଏ ନେଇ ବଅଁରପାଳ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଝିଅକୁ ଯୌତୁକ ଦାବିରେ ତଣ୍ଟି ଚିପି ହତ୍ୟା କରା ଯାଇଥିବା ସେ ଅଭିଯୋଗରେ ଦର୍ଶାଇଥିଲେ । ଏହି ଘଟଣାରେ ପୁଲିସ ତଦନ୍ତ କରି ୨୮/୨.୨.୨୦୨୦ରେ ମାମଲା ରୁଜୁ କରିଥିଲା । ଆଜି ଏହି ବଧୁହତ୍ଯା ମାମଲାରେ ୧୦ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଅନୁଗୁଳ ଅତିରିକ୍ତ ଜିଲ୍ଲ ଦୌରା ଜଜ ରଞ୍ଜିତା ଜ୍ୟୋତିଶି ଶୁଣାଣି କରି ସ୍ୱାମୀ ବିକ୍ରମ ରାଉତ(୨୫) , ଶଶୁର ପ୍ରଫୁଲ ରାଉତ(୫୦) ଓ ଶାଶୁ ବିଳାଶ ରାଉତ୍(୪୭)କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଲେଖାଏଁ ଟଙ୍କା ଜୋରିମନା , ଅନାଦେୟ ଆଉ ଏକ ବର୍ଷ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ତରଫରୁ ସ୍ବତନ୍ତ୍ର ସରକାରୀ ଓକିଲ ତାପସ ରଂଜନ ମିଶ୍ର ମାମଲା ପରିଚାଳନା କରିଥିଲେ। Advertisement
ଜିଅନ୍ତା ଜାଳିଥିଲା , ନିଜେ ଜିଅନ୍ତା ଜଳି ମଲା – ଜନ୍ମ କଲା ମା ଓ ରକ୍ତ ସମ୍ପର୍କ ଭାଇ ଓ ଭଉଣୀ ଜାଳି ମାରିଦେଲେ ଅନୁଗୁଳ – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା କଦଳୀମୁଣ୍ଡା ଗାଁରେ ବିଚ ରାସ୍ତାରେ ଯୁବକକୁ ବାନ୍ଧିଦେଲେ ଆଉ ତାପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ । ତା…
ବିଦ୍ୟାଳୟରୁ ତାଲା ଭାଙ୍ଗି ଚୋରି ବନ୍ତଳା – ଅନୁଗୁକ୍ଳ ଜିଲ୍ଲା ପୁରୁଣାଗଡ଼ ମାଟିଆ ସାହି ପ୍ରାଥମିକ ବିଦ୍ୟାଳୟରୁ ଚୋରି ହୋଇଥିବା ବନ୍ତଳା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସ୍କୁଲର ଶିକ୍ଷକ…
ଟ୍ରକରୁ ଲୁହା ଛଡ ଚୋରୀ ଅଭିଯୋଗରେ ୪ ଗିରଫ – ଟ୍ରକ , ପିକଅପ ଭ୍ୟାନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ମରାତିରା ନିକଟରୁ ଏକ ଲୁହା ଛଡ ବୋଝେଇ ଟ୍ରକରୁ ଛଡ ଚୋରୀ ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ…