ଅପରାଧ ଦିହେଁ ଦୁହିଁଙ୍କ ଜାଲରେ ଫସିଲେ ସ୍ୱାମୀ- ସ୍ତ୍ରୀ ଓ ବାପ-ପୁଅ ଗିରଫ Angul OnlineSeptember 6, 2021September 6, 2021 ଅନୁଗୁଳ – ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗଠାରେ ଥିବା ଏକ ବିଉଟି ପାର୍ଲରର ମାଲିକ ଓ ତାଙ୍କ ସ୍ତ୍ରୀଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ପୁଲିସ ଗିରଫ କରିଛି । ସେପଟେ ମହିଳାଙ୍କ ଅଭିଯୋଗ ଆଧାରରେ ବାପ-ପୁଅଙ୍କୁ ମଧ୍ୟ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ତୁରଙ୍ଗ ଅଞ୍ଚଳର ଜଣେ ବ୍ୟକ୍ତି ଶି ଅଞ୍ଚଳରେ ଏକ ବିଉଟି ପାର୍ଲର ଖୋଲିଥିବା ବେଳେ ତାଙ୍କ ସ୍ତ୍ରୀ ଏହାକୁ ଚଳାଇଥାନ୍ତି । ୨୦୧୯ ମସିହାରେ ତୁରଙ୍ଗ ଅଞ୍ଚଳର ସେହି ବ୍ୟକ୍ତି ଜଣଙ୍କ ଅନୁଗୁଳ ସହରର ରାଜୀବ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀଙ୍କ ଠାରୁ ୧୦ଟି ଟ୍ରାକ୍ଟର ନେବାକୁ କହି ସମ୍ପର୍କ ସ୍ଥାପନ କରିଥିଲେ । ଏହାପରେ ତୁରଙ୍ଗ ଅଞ୍ଚଳର ସମ୍ପୃକ୍ତ ବ୍ୟକ୍ତିଙ୍କ ଘରକୁ ରାଜୀବ ଓ ତାଙ୍କ ପୁଅ ଅଭିଶେକ ଅଗ୍ରୱାଲଙ୍କ ଯିବା ଆସିବା ଲାଗି ରହିଥିଲା । ତେବେ ପରେ ଅଭିଶେକ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରକୁ ଯିବା ଆସିବା କରିବା ଭିତରେ ତାଙ୍କ ସ୍ତ୍ରୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ । ଯାହାର ଭିଡିଓ ସୁଟିଂ କରି ମହିଳା ଜଣଙ୍କ ରଖିବା ସହ ପରେ ବ୍ଲାକ୍ ମେଲିଂ କରି ୩୦ ଲକ୍ଷ ଟଙ୍କା ଦାବି କରିଥିଲେ । ଫଳରେ ଅଗଷ୍ଟ ୨୫ ତାରିଖରେ ରାଜୀବ ନେଟ୍ ବ୍ୟାକିଙ୍ଗରେ ୧ ଲକ୍ଷ ୨୯ ହଜାର ଟଙ୍କା ଦେଇଥିବା ବେଳେ ଅଭିଶେକ ଫୋନପେ ମାଧ୍ୟମରେ ୧୦ ହଜାର ଟଙ୍କା ଦେଇଥିଲେ । ତେବେ ଏହା ପରେ ମଧ୍ୟ ଅଧିକ ଟଙ୍କା ଦାବି କରିବାରୁ ଅଭିଶେକ ୩ ତାରିଖରେ ଅନୁଗୁଳ ଟାଉନ୍ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ସେହି ୩ ତାରିଖରେ ମହିଳା ଜଣଙ୍କ ଅଭିଶେକ ତାଙ୍କୁ ଦୁଷ୍କର୍ମ କରିଥିବା ପାଲଟା ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ତଦନ୍ତ ପରେ ବ୍ଲାକମେଲିଂ ମାମଲାରେ ପୁଲିସ ସମ୍ପୃକ୍ତ ମହିଳା ଓ ତାଙ୍କ ସ୍ବାମୀଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । ସେହିଭଳି ମହିଳାଙ୍କ ଅଭିଯୋଗ ଆଧାରରେ ତଦନ୍ତ କରି ରାଜୀବ ଅଗ୍ରୱାଲ ଓ ତାଙ୍କ ପୁଅ ଅଭିଶେକଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି । Advertisement
ଚୋରି ସାମଗ୍ରୀ ଜବତ – ୩ ଗିରଫ ଅନୁଗୁଳ – ଅନୁଗୁଳ ଥାନା ଅଞ୍ଚଳର ଶୀତଲବିହାର , ତୁରଙ୍ଗ ଓ ଦୁର୍ଗାବିହାର ଭଳି ତିନୋଟି ଅଞ୍ଚଳରୁ ହୋଇଥିବା ଚୋରି ଘଟଣାର ପୁଲିସ ପର୍ଦାଫାସ କରିଛି ।…
ଅଟୋ ମାଲିକଙ୍କୁ ମାଡ ମାରି ଟଙ୍କା ଲୁଟ୍ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ ରୋଡ଼ରେ ଜଣେ ଅଟୋ ମାଲିକଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରି ୫୦ହଜାର ଟଙ୍କା ଲୁଟିବା ସହ ମୋବାଇଲ ଛଡ଼ାଇ…
ପାଣିପମ୍ପ ଓ ସୁନା ଚୋରି ଅଭିଯୋଗରେ ୩ ଜଣ ଗିରଫ ଅନୁଗୁଳ – ଅନୁଗୁଳ ଟାଉନ୍ ପୁଲିସ ପାଣିପମ୍ପ ଓ ସୁନା ଗହଣା ଚୋରି ଅଭିଯୋଗରେ ଶନିବାର ୩ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା…