ଅପରାଧ ଯୌତୁକ ଜନିତ ହତ୍ୟା ମାମଲାରେ ହତ୍ୟାକାରୀକୁ ସଶ୍ରମ କାରାଦଣ୍ଡ Angul OnlineMarch 1, 2024March 1, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଶରଧାପୁର ଗାଁର ଭାରତୀ ପରିଡା ୨୦୧୫ ମସିହାରେ କୁମଣ୍ଡ ଭଣ୍ଡୁବର ଗାଁର ପହଲି ପରିଡାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ତେବେ ବିବାହ ପରଠାରୁ ଏକ ଲକ୍ଷ ଟଙ୍କା ଯୌତୁକ ଦାବି କରି ଭାରତିଙ୍କୁ ପହଲି ନିର୍ଯ୍ୟାତନା ଦେଇ ଆସୁଥିଲେ । ଏପରିକି ବିଭିନ୍ନ ସମୟରେ ମଦ୍ୟପାନ କରି ମାଡ଼ପିଟ ମଧ୍ୟ କରୁଥିଲେ । ତେବେ ୨୩/୦୩/୨୧ ତାରିଖ ଦିନ ଭାରତୀଙ୍କ ବାପା ଏକାଦୁଶିଆଙ୍କୁ ତାଙ୍କ ଝିଅର ମୃତ୍ୟୁ ଖବର ମିଳିଥିଲା । ଖବର ପାଇ ସେ ତାଙ୍କ ଜ୍ବାଇଁ ପହିଲିଙ୍କ ଘରକୁ ଆସି ଦେଖିଲା ବେଳକୁ ଭାରତୀଙ୍କ ମୃତଦେହ ବାରଣ୍ଡାରେ ପଡିଥିବା ବେଳେ ପାଖରେ ୩ ବର୍ଷର ଶିଶୁପୁତ୍ର ଛିଡା ହୋଇଥିବା ଦେଖିବାକୁ ପାଇଥିଲେ । ପାଖରେ ପରିବାର ଲୋକ ଆଉ କେହି ନଥିଲେ । ବୁଝାବୁଝି କରି ସେ ଶାଢୀରେ ତାଙ୍କ ଝିଅର ତଣ୍ଟି ଚିପି ହତ୍ୟା କରିବା ପରେ ବାରଣ୍ଡାରେ ଥିବା କାଠ କଡ଼ିରେ ଝୁଲେଇ ଦିଆ ଯାଇଥିବା ଜାଣିବାକୁ ପାଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ପହଲିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ଶୁଣାଣୀ ଜରୁ ଆଜି ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଅନୁପ ରଞ୍ଜନ ପଟ୍ଟନାୟକ ଦୋଷୀ ସାବସ୍ତ୍ୟ କରି ପହଲିକୁ ୭ ବର୍ଷ କାରାଦଣ୍ଡ ଦେବା ସହ ୧୦ ହଜାର ଟଙ୍କା ଜୋରିମନା ଆଦାୟ ପାଇଁ ନିର୍ଦେଶ ଦେଇଛନ୍ତି । ୧୪ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଏହି ନିର୍ଦେଶ ଦେଇଥିବା ବେଳେ ସରକାରଙ୍କ ପକ୍ଷରୁ ସରକାରୀ ପିପି ପ୍ରଦୀପ କୁମାର ଦାସ ଏବଂ ପି କେ ଭୁତିଆ ମାମଲା ପରିଚାଳନା କରିଥିଲେ । Advertisement
୧୫ ବେଆଇନ କୋଇଲା ଖଣିରେ ଚଢାଉ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାହାଳସାହି ଅଞ୍ଚଳରେ ଖଣି ବିଭାଗ ଓ ପୁଲିସ ପକ୍ଷରୁ ଚଢ଼ାଉ କରି ୧୫ରୁ ଉର୍ଦ୍ଧ୍ବ ବେଆଇନ ଚୋରା ଖଣିରୁ…
ଯୁବତୀଙ୍କୁ ଦୁଷ୍କର୍ମ – ଜଣେ ଅଟକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ ଅଞ୍ଚଳରେ ଛେଳି ଚରାଇବାକୁ ଯାଇଥିବା ବେଳେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।…
ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୁଳ – ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାକୁ ଦୁଷ୍କର୍ମ କରିଥିବା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ । ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳରେ…