ମୁଖ୍ୟ ଖବର ନାବାଳିକା ଦୁଷ୍କର୍ମକାରୀଙ୍କୁ କାରାଦଣ୍ଡାଦେଶ Angul OnlineFebruary 15, 2023February 15, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାର ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଗତ ୨୦୧୯ ମସିହା ଜାନୁଆରୀ ୧୯ ତାରିଖ ରାତି ୧୧ ଟା ବେଳେ କିଶୋରନଗର ଥାନା ଅନ୍ତର୍ଗତ ଗୁରୁଜାଙ୍ଗ ଗ୍ରାମର ଗଜେନ୍ଦ୍ର ବେହେରା ସେହି ଗ୍ରାମର ଜନୈକା ନାବାଳିକାଙ୍କ ଘରେ ପଶି ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା ।ଏ ସଂପର୍କରେ ନାବାଳିକାର ପରିବାର ପକ୍ଷରୁ ଗାଁ କମିଟି କୁ ଜଣାଇଥିଲେ ।ଫଳରେ ଏହି ଘଟଣାକୁ ନେଇ ଗାଁରେ ଏକ ବୈଠକ ମଧ୍ୟ ବସିଥିଲା । କିନ୍ତୁ ଉକ୍ତ ବୈଠକରେ ଘଟଣାର କୌଣସି ସମାଧାନ ହେବା ପରିବର୍ତ୍ତେ ଅଭିଯୁକ୍ତ ଗଜେନ୍ଦ୍ର ଓ ତା ଭାଇ ଭଜମନ ବେହେରା ମିଶି ନାବାଳିକାର ପରିବାର ସଦସ୍ୟଙ୍କୁ ଗାଳି ଗୁଲଜ କରିବା ସହ ମଡପିଟ କରିଥିଲେ ।ଫଳରେ ନାବାଳିକାର ମା ଏହି ଘଟଣା ସଂପର୍କରେ କିଶୋରନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଫଳରେ କିଶୋରନଗର ଥାନା ପୁଲିସ ଦଫା 376/2i/323/294/506,34ଆଇପିଶି 4 ପୋସ୍କୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ଭଜମନ ବେହେରା ଏବଂ ଗଜେନ୍ଦ୍ର ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।କିନ୍ତୁ ଆଜି ମାନ୍ୟବର ଅତିରିକ୍ତ ଜିଲ୍ଲା ସେସନ୍ ଜଜ୍ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ପୋସ୍କୋ ପ୍ରେମ ରାଜ ବହିଦାର ୨୧ ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ଗଜେନ୍ଦ୍ରକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି।ଜୋରିମାନା ଅନାଦେୟ ହେଲେ ଅଧିକ ୩ ମାସ ଜେଲ ଦଣ୍ଡ ଶୁଣାଣି କରିଛନ୍ତି । ସେହିପରି ଭଜମନ ବେହେରା କୁ ୧ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବାସହ ୨୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୩ ମାସ ଜେଲ ଦଣ୍ଡ ଶୁଣାଣି କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ପେଶାଲ୍ ପିପି ସୁଶାନ୍ତ କୁମାର ମିଶ୍ର କେସ ପରିଚାଳନା କରୁଥିଲେ । Advertisement
ଖୁବ ଶୀଘ୍ର ଦୂର ହେବ କୋଇଲା ସଙ୍କଟ – କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ତାଳଚେର – ସାରା ଦେଶରେ ଏବେ କୋଇଲା ସଙ୍କଟ ଦେଖା ଦେଲାଣି । ଆଉ ଏହାର ପରିସ୍ଥିତି ସୁଧାରିବା ପାଇଁ କୋଇଲା ଉତ୍ପାଦନ ଓ ପରିବହନର ଉନ୍ନତି…
ବବିତା ପ୍ରଧାନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନୁଗୁଳ – ଅନୁଗୁଳ ଜିଲ୍ଲାର ନୂତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଛନ୍ତି ବବିତା ପ୍ରଧାନ । ସେ ପୂର୍ବରୁ କିଶୋରନଗର ବ୍ଲକ ଅଧ୍ୟକ୍ଷ ଥିଲେ । ଚଳିତ…
ନିଖୋଜ ବାଳକଙ୍କ ସନ୍ଧାନ ଦେଲେ ପୁରସ୍କୃତ କରାଯିବ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଜରଡ଼ା ଗାଁର ବିରଞ୍ଚି ନାଏକଙ୍କ ୧୦ ଶ୍ରେଣୀରେ ପଢ଼ୁଥିବା ପୁଅ ବିଭୁତି ନାଏକ କେଉଁଆଡ଼େ ଚାଲି ଯାଇଛନ୍ତି ।…