ଅନୁଗୁଳ – ଫାଶୀ ଦଣ୍ଡାଦେଶ ରଦ୍ଦ ହେଲା । ଆଉ ଦୁଷ୍କର୍ମ ପରେ ପଥରରେ ଛେଚି ଜଣେ ନାବାଳିକାକୁ ହତ୍ୟା କରିଥିବା ଅପରାଧୀକୁ ମିଳିଲା ଯାବତଜୀବନ କାରାଦଣ୍ଡାଦେଶ । ଅନୁଗୁଳ ଜିଲ୍ଲା କାଙ୍ଗୁଲା ଗାଁରେ ୨୦୧୯, ଜାନୁଆରି ୨୦ ଅପରାହ୍ନ ୨ଟା ସମୟରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଅନୁଗୁଳ ଜିଲ୍ଲା ଗାଁ ମଶାଣି ଭୂଇଁ ନିକଟରେ ଘଟିଥିଲା। ଗ୍ରାମର୧୨ ବର୍ଷିୟା ଝିଅ ସେଦିନ ବାପାଙ୍କ ପାଇଁ ଘରୁ ଖାଦ୍ୟ ନେଇ ତାଙ୍କ ଦୋକାନକୁ ଯାଉଥିବା ବେଳେ ବାଟରେ ଅନାମ ପୀଡିତାକୁ ଦୁଷ୍କର୍ମ କରିଥିଲା । ପରେ ଅନାମ ପଥରେ ଛେଚି ଘଟଣାସ୍ଥଳରେ ପୀଡିତାକୁ ହତ୍ୟା କରିଥିଲା। ଅନାମ ମୃତଦେହ ସହିତ ମଧ୍ୟ ଦୁଷ୍କର୍ମ କରିଥିଲା ବୋଲି ଅଭିଯୋଗ ହୋଇଥିଲା । ପୁଲିସ ଅନାମକୁ କୋଲକାତାରୁ ଗିରଫ କରିଥିଲା । ଏହି ସମ୍ବେଦନଶୀଳ ମାମଲାକୁ ରେଡ୍ ଫ୍ଲାଗ୍ ମାମଲା ଭାବେ ଗ୍ରହଣ କରାଯାଇଥିଲା । ଏହାପରେ ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକସୋ ଅଦାଲତରେ ଶୁଣାଣି ଆରମ୍ଭ ହୋଇଥିଲା । ୩୬ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଅଦାଲତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ଅନାମକୁ ଆଇପିସିର ଦଫା ୩୭୬(୩), ୩୦୨ ଓ ୨୦୧ରେ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ପ୍ରଦାନ କରିଥିଲେ । ଏହି ଦଣ୍ଡାଦେଶକୁ ଚାଲେଞ୍ଜ କରି ଅନାମ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ନିମ୍ନ ଅଦାଲତଙ୍କ ଫାଶୀ ଦଣ୍ଡାଦେଶ ରାୟ ଉପରେ ହାଇକୋର୍ଟ ରହିତାଦେଶ ଜାରି କରି ପୁନର୍ବାର ବିଚାର କରିବାକୁ ନିର୍ଦେଶ ଦେଇଥିଲେ । ଏହା ସହିତ ଏହି ମାମଲାର ପୁନର୍ବାର ଶୁଣାଣି କରି ସାନି ରାୟ ପ୍ରକାଶ କରିବାକୁ ଅନୁଗୁଳ ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକ୍ସା ଅଦାଲତଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି ଅନୁଗୁଳ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ଏହି ମାମଲାର ବିଚାର କରି ଅନାମକୁ ୩୦୨ ଦଫାରେ ଆଜୀବନ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜୋରିମାନା ଶୁଣାଇଛନ୍ତି । ଏହା ସହ ୩୭୬ -୩ ରେ ଯାବତଜୀବନ(ମୃତ୍ୟୁ ପର୍ଯ୍ୟନ୍ତ) , ୨୦୧ ପ୍ରମାଣ ନଷ୍ଟ ଅପରାଧରେ ୭ ବର୍ଷ ଜେଲ ଏବଂ ୧୦ ହଜାର ଟଙ୍କା ଜୋରିମନା ଦେବା ପାଇଁ ନିର୍ଦେଶ ଦେଇଛନ୍ତି ।
What’s your Reaction?
+1
+1
+1
+1
+1
+1
+1