ଅପରାଧ ଶାଶୁ-ଶଶୁରଙ୍କୁ ଜ୍ଵାଇଁର ମରଣାନ୍ତକ ଆକ୍ରମଣ Angul OnlineApril 5, 2022April 5, 2022 ବଅଁରପାଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମରେ ଜ୍ଵାଇଁର ଆକ୍ରମଣରେ ଶାଶୁ ଶଶୁର ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ପାରିବାରିକ କଳହକୁ କେନ୍ଦ୍ର କରି ଜ୍ବାଇଁ ରାସୋଳ ଥାନା ଗଞ୍ଜରା ଗ୍ରାମର ଜ୍ୱାଇଁ ଶ୍ରୀଥିକଣ୍ଠ ଭୋଇ ଶଶୁର ଘରକୁ ଆସି ବାରମ୍ବାର ହତ୍ୟା ଧମକ ଦେବା ସହ ଦୁର୍ବ୍ୟବହାର କରି ଆସୁଥିଲେ । ଗତକାଲି ଜ୍ୱାଇଁ ଶ୍ରୀଥିକଣ୍ଠ ଭୋଇଙ୍କ ସହ ତାଙ୍କ ସହଯୋଗୀ ନାଥ ଭୋଇ , ଟଙ୍କଧର ଭୋଇ ଶଶୁର ଘରକୁ ଆସି ଆସି ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଫଳରେ ଶଶୁର ଘନ ବେହେରାଓ ଶାଶୁ ରଜନୀ ବେହେରା ଗୁରୁତର ହୋଇଥିଲେ । ଖବର ପାଇ ସ୍ଥାନୀୟ ଲୋକ ଉଭୟ ବୁଦ୍ଧ ଦମ୍ପତ୍ତିଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ପୁଲିସ ନିକଟରେ ଅଭିଯୋଗ ହେବା ପରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୁଲିସ ଚେଷ୍ଟା କରୁଛି । Advertisement
ମନ୍ଦିର ହୁଣ୍ଡି ଓ ଦୋକାନରୁ ଚୋରୀ ଅଭିଯୋଗରେ ଜଣେ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମନ୍ଦିର ହୁଣ୍ଡି ଓ ଦୋକାନ ତାଲା ଭାଙ୍ଗି ଚୋରୀ କରିବା ଅଭିଯୋଗରେ ଜଣକୁ ଗିରଫ କରି…
ଦୁଷ୍କର୍ମ ଅଭିଯୁକ୍ତକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଗତ ଦୁଇବର୍ଷ ତଳେ ଜଣେ ଯୁବତୀକୁ ଜଙ୍ଗଲକୁ ନେଇ ବଳାତ୍କାର କରିବା ମାମଲାର ରାୟ ମଙ୍ଗଳବାର ଜିଲ୍ଲା…
ଘର ଗ୍ରୀଲ ତାଡି ଲୁଟିନେଲେ ଟଙ୍କା ଓ ସୁନା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଘମରା ଠାରେ ଘରେ କେହି ନଥିବାର ସୁଯୋଗ ନେଇ ସୁନା ଗହଣା ଓ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଘର…