ସମସ୍ୟା ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ନାଗରିକ ମଞ୍ଚ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ Angul OnlineJune 8, 2023June 8, 2023 ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡା ଉପଖଣ୍ଡରେ ବିଦ୍ୟୁତ ବିଭାଗ ଏକ ପ୍ରକାର ଅକାମି ହୋଇପଡିଛି । ବାରମ୍ବାର ଆଘୋଷିତ ବିଦ୍ୟୁତ କାଟ ସହିତ ଲୋ ଭୋଲ୍ଟେଜ ପାଇଁ ଅଞ୍ଚଳ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ତାପମାତ୍ରା ବୃଦ୍ଧି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଲୋକଙ୍କୁ କଲବଲ କରୁଥିବା ବେଳେ ଏହି ସମୟରେ ବାରମ୍ବାର ବିଦ୍ୟୁତ କାଟ ହେଉଛି । ଯେଉଁଥିପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ବିଦ୍ୟୁତ ଗ୍ରାହକଙ୍କ ଠାରୁ ବିଦ୍ୟୁତ ବିଭାଗ ଅଧିକ ବିଲ ଆଦାୟ କରୁଥିବା ଅଭିଯୋଗ ହେଉଛି । ଦେୟ ନଦେଲେ ନାଲି ଆଖି ଦେଖାଇ ବିଦ୍ୟୁତ କାଟି ଦିଆଯାଉଛି ।ଏହାର ପ୍ରତିବାଦରେ ଆଜି ପାଲଲହଡା ନାଗରିକ ମଞ୍ଚ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ୬ ଘଣ୍ଟିଆ ଧାରଣା ଦିଆଯାଇଥିଲା । ତୁରନ୍ତ ବିଦ୍ୟୁତ ବିଭ୍ରାଟର ସମାଧାନ ସାଙ୍ଗକୁ ଖାଉଟିଙ୍କୁ ଶୋଷଣ ବନ୍ଦ କରିବା ଆଦି ଦାବି ନେଇ ସକାଳ ୭ ଟାରୁ ଦିନ ୧୨ ଟା ଯାଏ ଧାରଣା ଦିଆଯାଇଥିଲା । ଟି ପି ସି ଓ ଡି ଏଲ୍ ର ଉପଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ପଟେଲ ଘଟଣା ସ୍ଥଳକୁ ପହଞ୍ଚି ସମସ୍ୟା ଉପରେ ଆଲୋଚନା କରିଥଲେ ଏବଂ ଶୀଘ୍ର ସମାଧାନର ପ୍ରତିଶୃତି ଦେଇଥିଲେ । ଏହି ସମସ୍ୟାର ସମାଧାନ ନ କରାଗଲେ ଆଗାମୀ ଦିନରେ ପାଲଲହଡା ବନ୍ଦ ସହ ବିଦ୍ୟୁତ ବିଭାଗକୁ ଅଚଳ କରାଯିବ ବୋଲି ନାଗରିକ ମଞ୍ଚ ଚେତାବନୀ ଦେଇଛି । ନାଗରିକ ମଞ୍ଚର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ଦେହୁରୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ପାଲଲହଡ଼ାର ନାଗରିକ ମାନେ ସହଯୋଗ କରିଥିଲେ । Advertisement
ପାଣି ଯୋଗାଣ ଦାବିରେ ଆନ୍ଦୋଳନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ଗ୍ରାମ ପଞ୍ଚାୟତବାସୀ ୫ ଦିନ ହେଲା ପାଣି ପାଇଁ ଦହଗଞ୍ଜ ହେଉଛନ୍ତି । ପାଇପ୍ ଲାଇନରେ…
ମୈତ୍ରୀ କମ୍ପାନୀ ଇଡି ଓ କର୍ମଚାରୀ ଗ୍ରାମବାସୀଙ୍କ ଦ୍ଵାରା ଅଟକ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଗୋପୀବଲ୍ଲଭପୁର ଗ୍ରାମବାସୀ ମାନେ ବୁଧବାର ଦିନ ମୈତ୍ରୀ କମ୍ପାନୀର ଇଡି ସତ୍ୟନାରାୟଣ , ଫିଲ୍ଡଅଫିସର କୈଳାସ ଚନ୍ଦ୍ର…
୨୦୨୩ ଜୁନ ସୁଦ୍ଧା ସରିବ ରାଜପଥ କାମ – ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଭୁବନେଶ୍ଵର – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା କଟକ-ସମ୍ବଲପୁର ଜାତୀୟ ରାଜପଥ ୫୫ର ସଂପ୍ରସାରଣ କାମ ସାରୁ ନାହିଁ । ଯାହା ଫଳରେ ଏହି ରାସ୍ତା ଦେଇ…