ଖେଳ ଓ ଖେଳାଳି ପଞ୍ଚମ ଅନୁଗୁଳ ହେଲଥ ପ୍ରିମୀୟର ଲିଗ , ଚମ୍ପିୟାନ ହେଲା ମା ରାମଚଣ୍ଡୀ ଟିମ Angul OnlineJanuary 21, 2024January 21, 2024 ଅନୁଗୁଳ – ଅନୁଗୁଳ ପିଟିସି ପଡ଼ିଆରେ ଚାଲିଥିବା ପଞ୍ଚମ ଅନୁଗୁଳ ହେଲଥ ପ୍ରିମୀୟର ଲିଗର ଫାଇନାଲ୍ ମ୍ୟାଚରେ ମା ରାମଚଣ୍ଡୀ କୋଶଳା ଟିମ ବିଜୟୀ ହୋଇ ଚମ୍ପିୟାନ ଟ୍ରଫି ହାସଲ କରିଛି । ଏକ ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମ୍ୟାଚରେ ରାଇଜିଂ ଷ୍ଟାର କଣିହାଁ ଓ ମା ରାମଚଣ୍ଡି କୋଶଳା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବ୍ୟାଟିଂକରି ରାଇଜିଂ ଷ୍ଟାର କଣିହାଁ ୬ ୱିକେଟ ହରାଇ ୬୫ ରନ ସ୍କୋର କରିଥିବା ବେଳେ ମା ‘ରାମଚଣ୍ଡୀ କୋଶଳା ଟିମ ୨ ୱିକେଟ ହରେଇ ଲକ୍ଷ୍ୟ ପୂରଣ କରିଥିଲା । ଏହି ଦିନିକିଆ ପ୍ରିମୀୟର ଲିଗରେ ଅନ୍ୟ ଦଳ ଗୁଡିକ ଯଥା ମା ହିଙ୍ଗୁଳା ହୁରିକେନ୍ ଗୋଡିବନ୍ଧ, ଖମାର ଟାଇଗର୍ସ, ଗ୍ରୁମର ମାଧପୁର, କିଶୋର ନଗର ବ୍ଲାଷ୍ଟର ନାମରେ ଜିଲ୍ଲାର ସମୁଦାୟ ୬ଟି ସ୍ୱାସ୍ଥ୍ୟ ଅନୁଷ୍ଠାନ ଅଂଶ ଗ୍ରହଣ କରି ଲିଗ ମ୍ୟାଚ ଖେଳି ଥିଲେ । ମ୍ୟାଚ ଶେଷରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଦୀପକ କୁମାର ମହାନ୍ତି ,ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଉପବିଭାଗ ଅଧିକାରୀ ନଳିନୀ ରଞ୍ଜନ ପ୍ରଧାନ ଯୋଗ ଦେଇ ବିଜୟୀ ଓ ରନର୍ସ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଅମ୍ପାୟାର ଭାବେ ସନ୍ତୋଷ ବଳ ଓ ପ୍ରମୋଦ କୁମାର ନାୟକ ପରିଚାଳନା କରିଥିବା ଭାଷ୍ୟକାର ଭାବେ ସତ୍ୟରଞ୍ଜନ ଚାନ୍ଦ ଦାଇତ୍ୱ ତୁଲାଇ ଥିଲେ । ମ୍ୟାନ ଅଫ ଦି ସିରିଜ ତଥା ଶ୍ରେଷ୍ଠ ବୋଲର ଭାବେ ବିପୁଲ ଭୋଇ ଓ ଶ୍ରେଷ୍ଠ ବ୍ୟାଟସ ମ୍ୟାନ ଭାବେ ତୋଫାନ ଗୋଛାୟତ ଓ ଶ୍ରେଷ୍ଠ ଶୃଙ୍ଖଳା ଟିମ ଭାବେ ରାଜକିଶୋର ନଗର ଟିମ ଙ୍କୁ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସୂର୍ଯ୍ୟ ପ୍ରତାପ ମହାମାନସିଂ,ବ୍ରତୀନ କୁମାର ପ୍ରଧାନ, ଦିନେଶ୍ କୁମାର ଗଡ଼ନାୟକ,ଦେବାଶିଷ ମିଶ୍ର, ସୁନୀଲ କୁମାର ଦେହୁରୀ, ଫିଜିଓ ଥେରାପିଷ୍ଟ ସୁନୀଲ ମିଶ୍ର,ଅସିତ ସାହୁ,ଅଜିତ କୁମାର ସାହୁ ,ରାଜେଶ ମିଶ୍ର,ଶାନ୍ତନୁ କୁମାର ସ୍ୱାଇଁ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ପ୍ରତିକୂଳ ପାଗ ସତ୍ତ୍ୱେ ଖେଳ ଦେଖିବାକୁ ଅନେକ ଦର୍ଶକଙ୍କ ସମାବେଶ ହୋଇଥିଲା । Advertisement
ଗାଁର ଝିଅ ଏବେ ଓସିଏ ଟେକ୍ନିକାଲ୍ ଆନାଲିଷ୍ଟ୍ ଅନୁଗୁଳ: ଗାଁର ଝିଅ ଏବେ ରାଜ୍ୟସ୍ତରର ମହିଳା କ୍ରିକେଟ୍ ଖେଳାଳୀଙ୍କ ମାର୍ଗଦର୍ଶକ । ନିଜ ସ୍ୱପ୍ନ ସିନା ପୂରଣ କରିପାରିଲେନି । କିନ୍ତୁ ଅନ୍ୟ କ୍ରିକେଟ୍ ଖେଳାଳୀଙ୍କୁ…
ଅନୁଗୁଳ କ୍ଲାସିକ୍ ବଡ଼ି ବିଲଡିଂ – ଭାଗ ନେଲେ ୧୧୯ ପ୍ରତିଯୋଗୀ ଅନୁଗୋଳ – ଅନୁଗୋଳ ଜିଲ୍ଲା ପ୍ରତିଷ୍ଠାକୁ ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଶନିବାର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ସଂଘର ମିଳିତ ଆନୁକୂଲ୍ୟରେ ସଭାଘର ଠାରେ…
ରାଜ୍ୟସ୍ତରୀୟ ଖୋଖୋ ଚାମ୍ପିଅନସିପ ଆରମ୍ଭ ଅନୁଗୁଳ – ଅନୁଗୁଳ ଜିଲ୍ଲା ଷ୍ଟାଡିୟମଠାରେ ୫୪ତମ ରାଜ୍ୟ ସ୍ତରୀୟ ଖୋଖୋ(ବରିଷ୍ଠ) ଚାମ୍ପିଅନସିପ ସୋମବାର ଅପରାହ୍ନରେ ଉଦ୍ଘାଟିତ ହୋଇଯାଇଛି । ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା…