ଅବକାରୀ ହାଜତରେ ଆହତ ଯୁବକ – ଘଣ୍ଟା ଘଣ୍ଟା ଧରି ଚିକିତ୍ସା ଯୋଗାଯାଇ ନଥିବା ଅଭିଯୋଗ

ଅବକାରୀ ହାଜତରେ ଆହତ ଯୁବକ – ଘଣ୍ଟା ଘଣ୍ଟା ଧରି ଚିକିତ୍ସା ଯୋଗାଯାଇ ନଥିବା ଅଭିଯୋଗ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅବକାରୀ ବିଭାଗ ହାଜତ ଭିତରେ ଦରମରା ଅବସ୍ଥାରେ ଜଣେ ଯୁବକ ଘଣ୍ଟା ଘଣ୍ଟା ଧରି ପଡ଼ି ରହିଥିବାର ଦେଖିବାକୁ ମିଳିଥିଲା ତାଙ୍କୁ ଅବକାରୀ ବିଭାଗ ହାଜତ ଭିତରେ ରଖିଥିଲେ ସୁଦ୍ଧା ଆଜି ଦିନ ୨ଟା ସୁଦ୍ଧା ଚିକତ୍ସା ଯୋଗାଇ ନଥିଲା ଯାହାକୁ ନେଇ ଅସନ୍ତୋଷ ପ[ରକାଶ କରିଛନ୍ତି ଯୁବକଙ୍କ ପରିବାର ଲୋକ ସୂଚନା ଅନୁସାରେ ଏକ କାରରେ ବିପୁଳ ପରିମାଣର ମଦ ଯାଉଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା ଚଢାଉ ବେଳେ ଏକ କାରରୁ ବିପୁଳ ପରିମାଣର ମଦ ଜବତ ହୋଇଥିଲା ଏହି ମଦ ଚାଲାଣ କରୁଥିବା ଅଭିଯୋଗରେ ତାଳଚେର ଗୁରୁଜାଙ୍ଗ ଗ୍ରାମର ସାନନ୍ଦ ଦେହୁରୀଙ୍କୁ ଅବକାରୀ ବିଭାଗ ଗିରଫ କରି ହାଜତକୁ ଆଣିଥିଲା । ତେବେ ହାଜତ ଭିତରେ ସାନନ୍ଦ ଆହତ ଥିବା ଦେଖା ଯାଇଥିଲା । ତାଙ୍କ ଅଣ୍ଟା ଓ ହାତରେ ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା ସେ କିଭଳି ଆହତ ହେଲେ ସେ ନେଇ ଅବକାରୀ ବିଭାଗକୁ ପଚରା ଯିବାରୁ , ସାନନ୍ଦ ଫେରାର ହୋଇ ଯିବାକୁ ଚେଷ୍ଟା କରିବା ବେଳେ ଖସି ପଡି ଆହତ ହୋଇଥିବା ଅବକାରୀ ବିଭାଗ ପକ୍ଷରୁ କୁହା ଯାଇଛି ତେବେ ଆହତ ଅବସ୍ଥାରେ ସାନନ୍ଦଙ୍କୁ ହାଜତ ଭିତରେ ରକ୍ଷା ଯାଇଥିବା ବେଳେ ବହୁ ସମୟ ଧରି ତାଙ୍କୁ ଚିକିତ୍ସା ଯୋଗାଇ ଦିଆ ଯାଇ ନଥିବା ଅଭିଯୋଗ ହୋଇଛି । ଯେତେ ବଡ ଅପରାଧୀ ହେଉନା କାହିଁକି ତାକୁ ଧରିବା ପରେ , ସେ ଯଦି ଆହତ ହୋଇଛି ତାକୁ ପ୍ରଥମେ ଚିକିତ୍ସା ଯୋଗାଇ ଦେବା ଦାୟିତ୍ଵ ସମ୍ପୃକ୍ତ ବିଭାଗର ରହିଛି । ତେବେ ଜଣେ ମଦ ଚାଲାଣ ଅଭିଯୋଗରେ ଜଣେ ଯୁବକଙ୍କୁ କାହିଁକି ତୁରନ୍ତ ଚିକିତ୍ସା ଯୋଗାଇ ନ ଦେଇ ଘଣ୍ଟା ଘଣ୍ଟା ହାଜତ ଭିତରେ ଆହତ ଅବସ୍ଥାରେ ରଖାଗଲା ତାକୁ ନେଇ ପ୍ରଶ୍ନ ଉଠିଛି ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛି ଅବକାରୀ ବିଭାଗ ତାଙ୍କ କହିବା କଥା ଯୁବକ ଜଣକୁ ଧରିବା ଚେଷ୍ଟା କରିବା ବେଳେ ସେ ପଡି ଯାଇଥିଲେ ତାଙ୍କୁ ସଠିକ ସମୟରେ ଚିକିତ୍ସା ଯୋଗାଇ ଦିଆ ଯାଇଥିଲା

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply